Home >>Odisha Trending

JPC Report today: ଲୋକସଭା କାର୍ଯ୍ୟସୂଚୀରେ ପରିବର୍ତ୍ତନ, ଆଜି ଆସିବନି ଓ୍ୱାକଫ ରିପୋର୍ଟ

ଲୋକସଭାର କାର୍ଯ୍ୟସୂଚନୀରେ ଆଜି ଏହି  ରିପୋର୍ଟ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ସଂଶୋଧିତ କାର୍ଯ୍ୟସୂଚନୀରେ ଏ ବିଷୟ ଉଲ୍ଲେଖ ନାହିଁ। ପୂର୍ବପରି ଅନ୍ୟ ସବୁ ପ୍ରସଙ୍ଗ ତାଲିକାଭୁକ୍ତ ହୋଇଥିବା ବେଳେ ଏହି କମିଟି ରିପୋର୍ଟକୁ ଉଲ୍ଲେଖ କରାଯାଇ ନାହିଁ। ଏହା ସୂଚନା ଦେଉଛି ଯେ ସରକାରୀ ଦଳ ଏହି ରିପୋର୍ଟକୁ ଉପସ୍ଥାପନ କରିବା ଲାଗି ଠିକଣା ସମୟ ଖୋଜୁଛନ୍ତି।

Advertisement
JPC Report today: ଲୋକସଭା କାର୍ଯ୍ୟସୂଚୀରେ ପରିବର୍ତ୍ତନ, ଆଜି ଆସିବନି ଓ୍ୱାକଫ ରିପୋର୍ଟ
Prabhudatta Moharana|Updated: Feb 03, 2025, 06:48 AM IST
Share

JPC Report todayନୂଆଦିଲ୍ଲୀ: ଲୋକସଭାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏକ ସଂଶୋଧିତ କାର୍ଯ୍ୟସୂଚୀରେ ଓ୍ୱାକଫ୍‍ ସଂଶୋଧନ ବିଧେୟକ ୨୦୨୪ ସମ୍ବନ୍ଧରେ ଗଠିତ ଯୁଗ୍ମ ସଂସଦୀୟ କମିଟି ରିପୋର୍ଟ ଆଜି ଉପସ୍ଥାପନ କରାଯିବ ନାହିଁ। ପୂର୍ବରୁ କମିଟିର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଏହି ରିପୋର୍ଟ ଏବଂ ଏହି ସମ୍ବନ୍ଧୀୟ ତଥ୍ୟ ପ୍ରମାଣକୁ ଗୃହ ସମ୍ମୁଖରେ ଉପସ୍ଥାପନ କରିବା ଲାଗି କାର୍ଯ୍ୟ ନିର୍ଦ୍ଧାରଣ କରାଯାଇଥିଲା। 

ଓ୍ୱାକଫ୍‍ ବୋର୍ଡ ସମ୍ପତ୍ତି ମାଲିକାନା ଓ ଓ ବ୍ୟବହାରକୁ ନେଇ ଏହି ବିଧେୟକ ପ୍ରସ୍ତୁତ କରାଯାଇଛି। ଗତ ୬ ମାସ ତଳେ ଏହି  ବିଧେୟକକୁ ଗୃହରେ ଉପସ୍ଥାପନ କରିବା ପରେ ବାଚସ୍ପତି ଏହାର ଅଧିକ ସମୀକ୍ଷା ତଥା ସମସ୍ତ ରାଜନୀତିକ ଦଳ ଭିତରେ ସମନ୍ୱୟ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେଇଥିଲେ। ଏହିକ୍ରମରେ ଅଭିଜ୍ଞ ସାଂସଦ ଜଗଦମ୍ବିକା ପାଲ୍‍ଙ୍କ ନେତୃତ୍ୱରେ ଏକ ଯୁଗ୍ମ ସଂସଦୀୟ କମିଟି ଗଠନ କରି ବିଧେୟକ ବାବଦରେ ମତାମତ ଦେବାକୁ ଆଦେଶ ଦେଇଥିଲେ।  କମିଟିରେ ଆଲୋଚନା ସମୟରେ ଅନେକ ପ୍ରସଙ୍ଗକୁ ନେଇ ବାଦ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ମୁସ୍‍ଲିମ ସମ୍ପ୍ରଦାୟଙ୍କ ସାମ୍ବିଧାନିକ ଅଧିକାର ବିରୋଧୀ ବୋଲି ବର୍ଣ୍ଣନା କରାଯାଇଥିଲା। 

ଲୋକସଭା ଅଧିବେଶନ ଆରମ୍ଭର କିଛିଦିନ ପୂର୍ବରୁ ଓ୍ୱାକଫ୍‍ ସମ୍ବନ୍ଧୀୟ କମିଟି ଆବଶ୍ୟକ ସଂଶୋଧନ ବାବଦରେ ପ୍ରସ୍ତାବ ଗୃହୀତ କରିଥିବା ଦର୍ଶାଇ ରିପୋର୍ଟକୁ  ଉପସ୍ଥାପନ କରିବା ଲାଗି ବାଚସ୍ପତିଙ୍କ ଅନୁମୋଦନ ମାଗିଥିଲେ।

ଏହିକ୍ରମରେ ଲୋକସଭାର କାର୍ଯ୍ୟସୂଚନୀରେ ଆଜି ଏହି  ରିପୋର୍ଟ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ସଂଶୋଧିତ କାର୍ଯ୍ୟସୂଚନୀରେ ଏ ବିଷୟ ଉଲ୍ଲେଖ ନାହିଁ। ପୂର୍ବପରି ଅନ୍ୟ ସବୁ ପ୍ରସଙ୍ଗ ତାଲିକାଭୁକ୍ତ ହୋଇଥିବା ବେଳେ ଏହି କମିଟି ରିପୋର୍ଟକୁ ଉଲ୍ଲେଖ କରାଯାଇ ନାହିଁ। ଏହା ସୂଚନା ଦେଉଛି ଯେ ସରକାରୀ ଦଳ ଏହି ରିପୋର୍ଟକୁ ଉପସ୍ଥାପନ କରିବା ଲାଗି ଠିକଣା ସମୟ ଖୋଜୁଛନ୍ତି।

Read More
{}{}