Hindi News >>Home >>Odisha Trending

RG Kar Case: ଆନ୍ଦୋଳନରୁ ଓହରିଲେ ଜୁନିଅର ଡାକ୍ତର, ଜରୁରୀ ସେବା କରିବେ ହେଲେ...

RG Kar Case: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ  ନେଇ  ଦିର୍ଘ ୪୧ ଦିନ ହେଲା ଜୁନିଅର ଡାକ୍ତରମାନେ ଚଳାଇ ଆସିଥିବା  ଆନ୍ଦୋଳନରୁ ଓହରିଛନ୍ତି।  

Advertisement
RG Kar Case: ଆନ୍ଦୋଳନରୁ ଓହରିଲେ ଜୁନିଅର ଡାକ୍ତର, ଜରୁରୀ ସେବା କରିବେ ହେଲେ...
Narmada Behera|Updated: Sep 20, 2024, 09:01 AM IST
Share

RG Kar Case: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ  ନେଇ  ଦିର୍ଘ ୪୧ ଦିନ ହେଲା ଜୁନିଅର ଡାକ୍ତରମାନେ ଚଳାଇ ଆସିଥିବା  ଆନ୍ଦୋଳନରୁ ଓହରିଛନ୍ତି।  ଆସନ୍ତା ଶନିବାର ସକାଳେ ସେମାନେ କାମକୁ ଫେରିବା ନେଇ ଘୋଷଣା କରିଛନ୍ତି। ତେବେ, ସେମାନେ କେବଳ ଜରୁରୀ କାଳୀନ ସେବା ଯୋଗାଇବେ।  ଓପିଡିରେ ଡ୍ୟୁଟି କରିବେ ନାହିଁ ବୋଲି କହିଛନ୍ତି। ଇତି ମଧ୍ୟରେ ମାମଲା ତଦନ୍ତ କରୁଥିବା ସିବିଆଇ ହସପିଟାଲର ପୂର୍ବତନ ଅଧ୍ୟକ୍ଷ୍ୟ ସନ୍ଦୀପ ଘୋଷଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। 

ବୁଧବାର ଏଜେନ୍ସି କୋର୍ଟରେ କହିଛି ଯେ,  ସନ୍ଦୀପ ପୂରା ପ୍ରକ୍ରିୟା ଉପରେ ନଜର ରଖିବା ବଦଳରେ ଜାଣିଶୁଣି ଘଟଣାସ୍ଥଳରୁ ଅନୁପସ୍ଥିତ ଥିଲେ।  ସେ ଶିଘ୍ର ଏତଲା ରୁଜୁ ଲାଗି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନଥିଲେ।  ଏପରିକି ସେ ଫୋନ ରେ ଆଉ କାହା ସହ କଥା ହେଉଥିବା ବେଳେ ତାଙ୍କ ଠାରୁ ଆଦେଶ ନେଉଥିବା ସନ୍ଦେହ କରାଯାଉଛି। ସିବିଆଇ ଅଧିକାରୀମାନଙ୍କ ଅନୁସାରେ,  ପୋଲିସ୍ ଟିମ୍ ଅପରାଧସ୍ଥଳ ପହଞ୍ଚିବା ପରେ  ଯାଇ ସନ୍ଦୀପ ସେଠାରେ ପହଞ୍ଚିଥିଲେ।  

ସେତେବେଳକୁ ସେ ତାଲା ଥାନା ପ୍ରଭାରୀ ଅଭିଜିତ ମଣ୍ତଳଙ୍କ ସହ ଫୋନରେ ଅନେକ ବାର କଥା ହୋଇଥିଲେ।  ଏପରିସ୍ଥଳେ ଘୋଷ ଓ ମଣ୍ତଳଙ୍କର ଫୋନ୍ ରେ ଅନେକ ଗୁମର ରହିଛି।  ଏହାଛଡା ଘୋଷ ହସପିଟାଲର ଅନେକ ଅଧିକାରୀଙ୍କ ସହିତ କଥା ହୋଇଥିଲେ। ତାଙ୍କ୍ କଲ୍ ରେକର୍ଡ଼ ଯାଞ୍ଚ କରାଯିବା ପରେ ସେ ଆଉ କାହା ସହ କଥା  ହୋଇ ଆଦେଶ ନେଇଥିଲେ ବୋଲି ସନ୍ଦେହ ବି କରାଯାଉଛି। ଇତି ମଧ୍ୟରେ ପଶ୍ଚିମବଙ୍ଗ ମେଡିକାଲ କାଉନସିଲ୍ ଘୋଷଙ୍କର ରେଜିଷ୍ଟ୍ରେସନକୁ ରଦ୍ଧ କରିଦେଇଛି। 

Read More
{}{}