Hindi News >>Home >>Odisha Trending

Geert Wilders: ନିର୍ବାଚନ ଜିତିବା ପରେ ହିନ୍ଦୁଙ୍କୁ ନେଇ ବଡ଼ ବୟାନ ଦେଲେ ଧୂର ଦକ୍ଷିଣପନ୍ଥୀ ନେତା

Right Wing Politician Geert Wilder:  ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ନେଦରଲ୍ୟାଣ୍ଡ ସାଧାରଣ ନିର୍ବାଚନରେ ବାଜିମାତ କରିବା ପରେ ହିନ୍ଦୁଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଧୂର ଦକ୍ଷିଣପନ୍ଥୀ ନେତା ଗିର୍ଟ ୱାଇଲ୍ଡର୍ସ।

Advertisement
 Geert Wilders: ନିର୍ବାଚନ ଜିତିବା ପରେ ହିନ୍ଦୁଙ୍କୁ ନେଇ ବଡ଼ ବୟାନ ଦେଲେ ଧୂର ଦକ୍ଷିଣପନ୍ଥୀ ନେତା
Zee Odisha Desk|Updated: Dec 18, 2023, 07:16 PM IST
Share

Geert Wilders Big Statement on Hindu: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ନେଦରଲ୍ୟାଣ୍ଡ ସାଧାରଣ ନିର୍ବାଚନରେ ଦମଦାର ବିଜୟ ହାସଲ କରିଛନ୍ତି ଦକ୍ଷିଣପନ୍ଥୀ ନେତା ଗିର୍ଟ ୱାଇଲ୍ଡର୍ସ। ନିର୍ବାଚନରେ ବିଜୟୀ ହେବା ପରେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦକ୍ଷିଣପନ୍ଥୀ ରାଜନୈତିକ ଦଳ ପାର୍ଟି ଫର୍ ଫ୍ରିଡମ୍ ନେତା ଗିର୍ଟ ୱାଇଲ୍ଡର୍ସ। ଏନେଇ ସେ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ବିଶେଷ ଭାବରେ ଭାରତ ଏବଂ ହିନ୍ଦୁଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ମୋର ବିଶ୍ୱର ସମସ୍ତ ବନ୍ଧୁଙ୍କୁ ଅନେକ ଧନ୍ୟବାଦ। ଯେଉଁମାନେ ମୋତେ ଡଚ୍ ନିର୍ବାଚନରେ ​​ଜିତିବାରେ ଅଭିନନ୍ଦନ ଜଣାଇଛନ୍ତି।

ପାର୍ଟି ଫର୍ ଫ୍ରିଡମ୍ ନେତା ଗିର୍ଟ ୱାଇଲ୍ଡର୍ସ (Party for Freedom Leader Geert Wilders) ଆହୁରି ମଧ୍ୟ ଲେଖିଛନ୍ତି ଭାରତରୁ ମୋ ପାଖକୁ ଅନେକ ବାର୍ତ୍ତା ଆସିଛି। ମୁଁ ସେହି ହିନ୍ଦୁଙ୍କୁ (Geert Wilders Big Statement on Hindu) ସର୍ବଦା ସମର୍ଥନ କରିବି  ଯେଉଁମାନେ ହିନ୍ଦୁ ହୋଇଥିବାରୁ ବାଂଲାଦେଶ କିମ୍ବା ପାକିସ୍ତାନ ଭଳି ଦେଶରେ ଯାହାକୁ ଆକ୍ରମଣ କିମ୍ବା ହତ୍ୟା କରାଯିବା ବୋଲି ଧମକ ଦିଆଯାଉଛି।

ଚଳିତ ବର୍ଷ ନଭେମ୍ବର ମାସରେ ନେଦରଲ୍ୟାଣ୍ଡ ଠାରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ (Dutch General Election 2023) ଦକ୍ଷିଣପନ୍ଥୀ ରାଜନେତା ଗିର୍ଟ ୱାଇଲ୍ଡର୍ସ (Right Wing Politician Geert Wilders ) ଙ୍କ ଦଳ ପାର୍ଟି ଫର୍ ଫ୍ରିଡମ୍ (Geert Wilders Political Party Party for Freedom) ବିଜେତା ଭାବରେ ଉଭା ହୋଇଛି। ମାତ୍ର ନେଦରଲ୍ୟାଣ୍ଡ ସାଧାରଣ ନିର୍ବାଚନରେ କୌଣସି ଦଳକୁ ଆବଶ୍ୟକୀୟ ବହୁମତ ମିଳିନାହିଁ। ଯାହା ଫଳରେ ଦେଶରେ ମେଣ୍ଟ ସରକାର ଗଠନ ଲାଗି ରାସ୍ତା ପରିଷ୍କାର ହୋଇଯାଇଛି। ମେଣ୍ଟ ସରକାରରେ ସହଯୋଗୀ ଦଳକୁ ସାମିଲ କରାଇବା ପାଇଁ ଦକ୍ଷିଣପନ୍ଥୀ ରାଜନେତା ଗିର୍ଟ ୱାଇଲ୍ଡର୍ସ (Netherland Right Wing Politician Geert Wilders) ଙ୍କୁ ଅନେକ ସଂଘର୍ଷ କରିବାକୁ ପଡୁଛି। ଶୁକ୍ରବାର ତାଙ୍କ ଦଳ ପାର୍ଟି ଫର୍ ଫ୍ରିଡମ୍  ଆଉ ଏକସ ସଫଳତା ପାଇଥିଲା। ଯେତେବେଳେ ମାର୍ଟିନ ବୋସମା ନେଦରଲ୍ୟାଣ୍ଡ ସଂସଦର ନିମ୍ନ ସଦନରେ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ।

ନିର୍ବାଚନ ପ୍ରଚାର ସମୟରେ ବଦଳି ଯାଇଥିଲା ପାର୍ଟି ଫର୍ ଫ୍ରିଡମ୍ ନେତାଙ୍କ ମନୋଭାବ
ନିଜର ଇସଲାମ ବିରୋଧି ବକ୍ତବ୍ୟ ପାଇଁ ଜଣାଶୁଣା ପାର୍ଟି ଫର୍ ଫ୍ରିଡମ୍ ନେତା ଗିର୍ଟ ୱାଇଲ୍ଡର୍ସ। ୨୦୨୩ ନେଦରଲ୍ୟାଣ୍ଡ ସାଧାରଣ ନିର୍ବାଚନରେ ​​ସେ ତାଙ୍କ ଆଭିମୁଖ୍ୟରେ କିଛି ପରିବର୍ତ୍ତନ କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ସେ କହିଥିଲେ ଯେ ଦେଶରେ ଅନେକ ବଡ଼ ସମସ୍ୟା ରହିଛି। ମସଜିଦ ଏବଂ ମଦ୍ରାସା ଉପରେ ପ୍ରତିବନ୍ଧକ ଲଗାଇବା ନୀତିକୁ ସେ ସ୍ଥଗିତ ରଖିବା ବିଷୟରେ ମଧ୍ୟ କହିଥିଲେ। ଏହି ଦକ୍ଷିଣପନ୍ଥୀ ରାଜନେତା ଜଣଙ୍କ କହିଛନ୍ତି ଯେ ସେ 'ସମସ୍ତ ନେଦରଲ୍ୟାଣ୍ଡ' ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ତାଙ୍କର ନୀତି ଦେଶର ସମ୍ବିଧାନକୁ ଅନୁସରଣ କରିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ସଂସଦରେ ଏକ ବିତର୍କ ସମୟରେ ଦିଆଯାଇଥିବା ଏହି ମନ୍ତବ୍ୟ, ଇସଲାମ ବିରୋଧୀ ବକ୍ତବ୍ୟ ତଥା ମସଜିଦ ଏବଂ ଇସଲାମିକ ବିଦ୍ୟାଳୟ ଉପରେ ନିଷେଧାଦେଶ ଭଳି ଉଦ୍ଦେଶ୍ୟ ମିଳିତ ସହଯୋଗୀଙ୍କ ମଧ୍ୟରେ ଚିନ୍ତା କୁ ଦୂର କରିବା ପାଇଁ ଉଦ୍ଦିଷ୍ଟ ରହିଥିଲା।

Read More
{}{}