Hindi News >>Home >>Odisha Trending

Road Accident: ଏମିତି ବି ଆସେ ମୃତ୍ୟୁ, ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ

Road Accident: ଏମିତି ବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଶ୍ରମିକ ଶ୍ରେଣୀର ହୋଇଥିବା ଜଣାପଡିଛି। 

Advertisement
Road Accident: ଏମିତି ବି ଆସେ ମୃତ୍ୟୁ, ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ
Narmada Behera|Updated: Oct 04, 2024, 09:30 AM IST
Share

Road Accident: ଏମିତି ବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଶ୍ରମିକ ଶ୍ରେଣୀର ହୋଇଥିବା ଜଣାପଡିଛି। ଏକ ଟ୍ରାକ୍ଟର ଓ ଟ୍ରକ୍ ଧ୍କକା ହେବାରୁ ଏଭଳି ଛାତିଥରା ଦୁର୍ଘଟଣା ଉତ୍ତର ପ୍ରଦେଶର ମିର୍ଜାପୁର ଅଞ୍ଚଳର କଚଓ୍ବା ଥାନା ନିକଟରେ ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ALSO READ: Petrol Diesel Price Today: ନୂଆ ତେଲ ଦର ଜାରି, ଦୁର୍ଗା ପୂଜା ପୂର୍ବରୁ ରାଜ୍ୟରେ ଖସିଲା ପେଟ୍ରୋଲ- ଡିଜେଲ ରେଟ୍

ALSO READ: Career Horoscope: ଅକ୍ଟୋବର ୫ରେ ଶନିଦେବଙ୍କ କୃପାରୁ ଉଦୟ ହେବ ୫ ରାଶିଙ୍କ ଭାଗ୍ୟ, କ୍ୟାରିୟରକୁ ନେଇ ମିଳିବ ଖୁସି ଖବର!

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ୧୩ ଜଣ ଶ୍ରମିକ ଏକ ଟ୍ରାକ୍କର ଟ୍ରଲିରେ ବସି ବାରଣାସୀ ଅଭିମୁଖେ ଯାତ୍ରା କରୁଥିଲେ। ହେଲେ ହଠାତ୍ ଏହି ସମୟରେ ଏକ ଟ୍ରକଟି ଆସି ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଉଥିଲା। ଫଳରେ ଘଟଣାସ୍ଥଳରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ମୃତଦେହକୁ ଉଦ୍ଧାର କରି ପୋଷ୍ଟ ମଟମ୍ ପାଇଁ ପଠାଇଥିଲା। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସମସ୍ତ ଶ୍ରମିକଙ୍କ ଘର ୟୁପିର ବାଦୋସି ଜିଲ୍ଲାରେ ହୋଇଥିବା ଜଣାପଡିଛି। ତେବେ, କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା। ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। 

Read More
{}{}