Home >>Odisha Trending

Shortest Day Of The Year 2024: ଆଜି ବର୍ଷର ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା

Shortest Day Of The Year 2024: ଆଜି ବର୍ଷର ସବୁଠୁ ଛୋଟ ଦିନ।  ଆଜି ଦିନର ସମୟ ମାତ୍ର ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ତ ହେବେ।  ଏବଂ ରାତି ପ୍ରାୟ ୧୩ ଘଣ୍ଟା ,୫ ମିନିଟ୍ ୩୬ ସେକେଣ୍ତ ହେବ। କିନ୍ତୁ ଭୁବନେଶ୍ବରରେ ୨୭ ତାରିଖ ଯାଏଁ ଦିନ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍  ହେବ।  

Advertisement
Shortest Day Of The Year 2024: ଆଜି ବର୍ଷର ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା
Narmada Behera|Updated: Dec 21, 2024, 10:53 AM IST
Share
Shortest Day Of The Year 2024: ଆଜି ବର୍ଷର ସବୁଠୁ ଛୋଟ ଦିନ।  ଆଜି ଦିନର ସମୟ ମାତ୍ର ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ତ ହେବେ।  ଏବଂ ରାତି ପ୍ରାୟ ୧୩ ଘଣ୍ଟା ,୫ ମିନିଟ୍ ୩୬ ସେକେଣ୍ତ ହେବ। କିନ୍ତୁ ଭୁବନେଶ୍ବରରେ ୨୭ ତାରିଖ ଯାଏଁ ଦିନ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍  ହେବ।  ୨୧ ତାରିଖରେ ସୁନ୍ଦରଗଡ ଓ ମାଲକାନଗିରି ଠାରେ  ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୪୭ ମିନିଟ୍ ଓ ୧୧ ଘଣ୍ଟା ୧ ମିନିଟ୍ ହେବ।  ସେହି ତାରିଖରେ ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମରେ ମାତ୍ର ୧୦ ଘଣ୍ଟା  ୧୯ ମିନିଟ୍  ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ ବୋଲି  ବରିଷ୍ଠ ବୈଜ୍ଞାନିକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। 
 
 
ଡ. ପଟ୍ଟନାୟକ କହିଛନ୍ତି, ଡିସେମ୍ବର ୨୫ ତାରିଖକୁ  ସମସ୍ତେ ବଡ଼ଦିନ ଭାବେ ପାଳନ କରନ୍ତି।  ହେଲେ ଡିସେମ୍ବର ୨୧ ଓ ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତ ଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଏଥିସହ ଏହା ବର୍ଷର  'ସବୁଠାରୁ ଛୋଟ ଦିନ' ହୋଇଥାଏ।  ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତଦିନ ଆରମ୍ଭ ହୁଏ ବର୍ଷର  ଏହି  ସବୁଠାରୁ ଛୋଟଦିନରୁ ଓ ଧିରେ ଧିରେ ଦିନ ଗୁଡିକ ଅଧିକରୁ ଅଧିକ ଲମ୍ବା ହୋଇଥାଏ। ସେହିକ୍ରମରେ ମାର୍ଚ୍ଚ ମାସ ୨୨ ବା ୨୩ ତାରିଖ ବେଳକୁ ଦିନ ଓ ରାତିର ଅବଧି ସମାନ ହୁଏ। ଜୁନ ୨୧ ଓ ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ ହୋଇଥାଏ। ମେରୁ ନିକଟବର୍ତ୍ତୀ ସ୍ଥାନ ଗୁଡିକରେ ବର୍ଷ ସାରା ଦିନର ଦୌର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୁତ ହୁଏ। ସେଠାରେ ଶୀତଋତୁ ଦିନ ଗୁଡିତ ଅତ୍ୟନ୍ୟ ଛୋଟ ହୁଏ।  
 
 
Read More
{}{}