Home >>Odisha Trending

Ayodhya Ram Mandir: ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବାକୁ ହେଲେ ନେବାକୁ ପଡ଼ିବ ନିମନ୍ତ୍ରଣ ପତ୍ର; ଜାଣନ୍ତୁ କାହିଁକି?

Ayodhya Ram Mandir Pran Pratishtha: ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଉଥିବା ଅତିଥିଙ୍କ ପାଇଁ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ QR Code ଆଧାରିତ ନିମନ୍ତ୍ରଣ କାର୍ଡ ଜାରି ହୋଇଛି।

Advertisement
Ayodhya Ram Mandir: ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବାକୁ ହେଲେ ନେବାକୁ ପଡ଼ିବ ନିମନ୍ତ୍ରଣ ପତ୍ର; ଜାଣନ୍ତୁ କାହିଁକି?
Zee Odisha Desk|Updated: Jan 22, 2024, 12:29 AM IST
Share

Ayodhya Ram Mandir Pran Pratishtha Ceremony: ଜାନୁଆରୀ ୨୨ ତାରିଖ ସୋମବାର ଅଯୋଧ୍ୟା ରାମ ମନ୍ଦିରରେ ଆୟୋଜିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ। ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାାରୋହ ଅବସରରେ ଦେଶ ବିଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେମାନଙ୍କୁ ନିମନ୍ତ୍ରଣ କରାଯାଇ ସାରିଛି। ଯେଉଁ ନିମନ୍ତ୍ରିତ ଅତିଥି ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଯୋଗ ଦେଉଛନ୍ତି ସେମାନଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଏନେଇ କୁହାଯାଇଛି ଯେ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ମନ୍ଦିର ପରିସରରେ ପ୍ରବେଶ କରିବାକୁ ହେଲେ ଏଣ୍ଟି ପାସ୍ ସାଥିରେ ନେଇ ଆସିବାକୁ ହେବ।

QR Code Scan ହେବା ପରେ ମିଳିବ ରାମ ମନ୍ଦିର ପରିସରରେ ପ୍ରବେଶ ଅନୁମତି

ଶୁକ୍ରବାର ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏ ସମ୍ପର୍କରେ ସୂଚନା ଦିଆଯାଇ ସାରିଛି। ଏନେଇ ଟ୍ରଷ୍ଟ ପକ୍ଷରୁ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଟ୍ରଷ୍ଟ ପକ୍ଷରୁ ଏଣ୍ଟ୍ରି ପାସ୍ ଜାରି କରାଯାଇ ସାରିଛି। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ ପ୍ରବେଶ ପଥରେ ରହିଥିବା QR Code Scan କରାଯିବା ପରେ ରାମ ମନ୍ଦିର ପରିସରରେ ପ୍ରବେଶ କରିବାକୁ ଅନୁମତି ମିଳିବ। ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ଏଣ୍ଟ୍ରି ପାସ୍  ଫଟୋ ସେୟାର କରାଯାଇ ସାରିଛି। ଏନେଇ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଉଥିବା  ନିମନ୍ତ୍ରିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ସୂଚନା, ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବାର ଅନୁମତି କେବଳ QR Code Scan କରାଯାଇ ସାରିବା ପରେ ମିଳିବ।

ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ୭ ହଜାରରୁ ଅଧିକ ଅତିଥିଙ୍କୁ କରାଯାଇଛି ନିମନ୍ତ୍ରଣ

ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ କେବଳ ନିମନ୍ତ୍ରଣ କାର୍ଡ ସହାୟତାରେ କୌଣସି ଅତିଥି ଅଯୋଧ୍ୟା ରାମ ମନ୍ଦିରରେ ଆୟୋଜିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଇପାରିବେ ନାହିଁ। ଅତିଥିଙ୍କ ଲାଗି ଏଣ୍ଟ୍ରି ପାସ୍ ଜାରି ହୋଇସାରିଛି। ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ପାଇଁ ଟ୍ରଷ୍ଟ ପକ୍ଷରୁ ୭ ହଜାରରୁ ଅଧିକ ଅତିଥିଭଙ୍କୁ ନିମନ୍ତ୍ରଣ କରାଯାଇଛି। ଯେଉଁଥିରେ ପୁରୋହିତ, ମନ୍ଦିର ନିର୍ମାଣ ପାଇଁ ଦାନ ଦେଇଥିବା ଦାତ, ବହୁ ରାଜନେତାଙ୍କ ସହ ମୋଟ ୩୦୦୦ ମାନ୍ୟ ଗଣ୍ୟ ବ୍ୟକ୍ତି ଅନ୍ତର୍ଭୂକ୍ତ ଅଛନ୍ତି।

କ୍ୟୁଆର କୋଡ୍ ନିମନ୍ତ୍ରଣ କାର୍ଡ ମାଧ୍ୟମରେ ହେବ ପ୍ରବେଶ 

ଆସନ୍ତା ଜାନୁଆରୀ ୨୨ ତାରିଖରେ ଆୟୋଜିତ ହେଉଥିବା ପ୍ରାଣ ପ୍ରତିଷ୍ଠା। କାର୍ଯ୍ୟକ୍ରମରେ ଅତିଥିଙ୍କୁ ସ୍ୱତନ୍ତ୍ର ସୁରକ୍ଷା ପାଇଁ  କ୍ୟୁଆର କୋଡ୍ ରହିଥିବା ନିମନ୍ତ୍ରଣ କାର୍ଡ ମାଧ୍ୟମରେ ପ୍ରବେଶ ପ୍ରଦାନ କରାଯିବ। ଯେଉଁଥି ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କେବଳ ମନୋନୀତ ୭୦୦୦ ଅତିଥିଙ୍କୁ କ୍ୟୁଆର କୋଡ୍ ରହିଥିବା ନିମନ୍ତ୍ରଣ କାର୍ଡ ପ୍ରଦାନ କରିଛି। 

 

Read More
{}{}