Home >>Odisha Trending

Cloudburst: ବାଦଲ ଫଟା ବର୍ଷା ଓ ବନ୍ୟା ଯୋଗୁଁ ୬ ମୃତ, ଏବେ ବି ଫଶିଛନ୍ତି ଅନେକ

Cloudburst: ପର୍ଯ୍ୟଟକଙ୍କୁ ଉଡ଼ାଯାହାଜ ଯୋଗେ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ସହ ଆଲୋଚନା ଆରମ୍ଭ କରିଛନ୍ତି। ବିକଳ୍ପ ଭାବେ ସେମାନଙ୍କୁ ସ୍ଥଳପଥ ଦ୍ୱାରା ସ୍ଥାନାନ୍ତର କରାଯିବ। ତଥାପି, ସଂଯୋଗକୁ ପୁନଃ ସ୍ଥାପନ କରିବାକୁ ଏହା ଏକ ସପ୍ତାହ ଲାଗିପାରେ ବୋଲି ସେ କହିଛନ୍ତି।

Advertisement
Cloudburst: ବାଦଲ ଫଟା ବର୍ଷା ଓ ବନ୍ୟା ଯୋଗୁଁ ୬ ମୃତ, ଏବେ ବି ଫଶିଛନ୍ତି ଅନେକ
Priyambada Rana|Updated: Jun 15, 2024, 07:27 AM IST
Share

Cloudburst: ସିକ୍କିମର ମଙ୍ଗନ ଜିଲ୍ଲାରେ ବାଦଲ ଫଟା ବର୍ଷା ଓ ବନ୍ୟା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗର ସୂଚନା ଅନୁଯାୟୀ, ମଙ୍ଗନ ସହରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ ଲାଚୁଙ୍ଗ ଗ୍ରାମରେ ୧୨୦୦ ରୁ ଅଧିକ ଘରୋଇ ପର୍ଯ୍ୟଟକ ଏବଂ ୧୫ ଜଣ ବିଦେଶୀ ନାଗରିକ ଫଶି ରହିଛନ୍ତି। ବିଦେଶୀ ନାଗରିକଙ୍କ ମଧ୍ୟରେ ୧୦ ଜଣ ବାଂଲାଦେଶୀ, ୩ ଜଣ ନେପାଳରୁ ଏବଂ ଦୁଇଜଣ ଥାଇଲ୍ୟାଣ୍ଡରୁ ଅଛନ୍ତି।

ମୁଖ୍ୟ ସଚିବ ଭି.ବି ପାଠକ ପାଣିପାଗ ସ୍ପଷ୍ଟ ରହିଲେ ପର୍ଯ୍ୟଟକଙ୍କୁ ଉଡ଼ାଯାହାଜ ଯୋଗେ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ସହ ଆଲୋଚନା ଆରମ୍ଭ କରିଛନ୍ତି। ବିକଳ୍ପ ଭାବେ ସେମାନଙ୍କୁ ସ୍ଥଳପଥ ଦ୍ୱାରା ସ୍ଥାନାନ୍ତର କରାଯିବ। ତଥାପି, ସଂଯୋଗକୁ ପୁନଃ ସ୍ଥାପନ କରିବାକୁ ଏହା ଏକ ସପ୍ତାହ ଲାଗିପାରେ ବୋଲି ସେ କହିଛନ୍ତି।

ପାଠକ କହିଛନ୍ତି, ଯେ "ମଙ୍ଗନ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ପକ୍ଷେପ ଏବଂ ଅମ୍ବିଥାଙ୍ଗ ମାତ୍ରାଧିକ ପ୍ରଭାବିତ ହୋଇଛି ଏବଂ ୬ ଜଣଙ୍କର ମୃତ୍ୟୁ ହୋଇଛି। କିଛି ଲୋକ ମଧ୍ୟ ଆହତ ହୋଇଥିବା ଜଣାଯାଇଛି। ପକ୍ଷେପ ଅଞ୍ଚଳରେ ଏକ ରିଲିଫ୍ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି।ପ୍ରଭାବିତ ପରିବାରକୁ ସହାୟତା ଯୋଗାଇ ଦିଆଯାଉଛି।

ଲାଚୁଙ୍ଗରେ ଫସି ରହିଥିବା ପର୍ଯ୍ୟଟକଙ୍କ ସ୍ଥାନାନ୍ତର ସମ୍ପର୍କରେ ମୁଖ୍ୟ ଶାସନ ସଚିବ କହିଛନ୍ତି, "ଭୂସ୍ଖଳନ ହେତୁ ଆମେ ରାସ୍ତାରେ ଛଅ-ସାତୋଟି ସ୍ଥାନରେ ଅସୁବିଧାର ସମ୍ମୁଖୀନ ହେଉଛୁ। ସୀମା ସଡ଼କ ସଂଗଠନ ତଥା ରାଜ୍ୟର ପିଡବ୍ଲ୍ୟୁଡି ବିଭାଗକୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତା ପୁନଃ ସ୍ଥାପିତ ହେବ ପାଣିପାଗ ପରିସ୍ଥିତି ଉପରେ ନିର୍ଭର କରି ଆମକୁ ଏହା ପ୍ରାୟ ପାଞ୍ଚରୁ ସାତ ଦିନ ଲାଗିବ। "

ତଳିଆ ଅଞ୍ଚଳମାନଙ୍କରେ ତିସ୍ତା ନଦୀର ଜଳସ୍ତର ବୃଦ୍ଧି ହେବାରେ ଲାଗିଛି। ଏହି ଆଶଙ୍କାକୁ ଦେଖି ପାଠକ କହିଛନ୍ତି, "ତିସ୍ତା ନଦୀରେ ଏବେ ଜଳ ସ୍ତର ବୃଦ୍ଧି ପାଉଛି। ତେଣୁ ନିୟମିତ ମୌସୁମୀ ବର୍ଷା ସମୟରେ ମଧ୍ୟ ଜଳ ସ୍ତର ବଢ଼ିଥାଏ। ଆମେ ଏହି ପ୍ରସଙ୍ଗକୁ ମନ୍ତ୍ରଣାଳୟରେ ଉଠାଇଛୁ।

Read More
{}{}