Hindi News >>Home >>Odisha Trending

Solar Eclipse 2024: ଆସନ୍ତାକାଲି ପୂର୍ଣ୍ଣ ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁ ସମୟରେ ହେବ ଆରମ୍ଭ ଓ ଶେଷ ?

Solar Eclipse 2024:  ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ  ଆସନ୍ତା ଏପ୍ରିଲ୍ ୮ (ଆସନ୍ତାକାଲି) ସଙ୍ଗଠିତ ହେବ।  ଏକ ବିରଳ ତଥା ସୁନ୍ଦର ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ପଢନ୍ତୁ ପୂରା ଖବର...

Advertisement
ସୌଜନ୍ୟ-ସୋସିଆଲ୍ ମିଡିଆ
ସୌଜନ୍ୟ-ସୋସିଆଲ୍ ମିଡିଆ
Zee Odisha Desk|Updated: Apr 07, 2024, 07:12 AM IST
Share

Solar Eclipse 2024:  ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ  ଆସନ୍ତା ଏପ୍ରିଲ୍ ୮ (ଆସନ୍ତାକାଲି) ସଙ୍ଗଠିତ ହେବ।  ଏକ ବିରଳ ତଥା ସୁନ୍ଦର ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ତେବେ, ଏହି ମହାଜାଗତିକ ଦୃଶ୍ୟ ଯୁକ୍ତରାଷ୍ଟ୍ର ଆମେରିଆ, କାନାଡା଼,  ମେକ୍ସିକୋର କେତେକ ଅଂଚଳରେ ପୂର୍ଣ୍ଣ ଭାବର ଦେଖାଯିବ।  ଏଥି ସହିତ  ଏହାର ଆଖପାଖ ଅଂଚଳରେ ମଧ୍ୟ  ପୂର୍ଣ୍ଣ ଭାବରେ ଦେଖାଯିବ।  ଏଥି ସହିତ ଏହାର  ଆଖପାଖ ଅଞ୍ଚଳରେ  ମଧ୍ୟ ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ।  ହେଲେ ଭାରତ କିମ୍ବା ଓଡି଼ଶାରେ  ଏହି ମହାଜାଗତିକ ଦୃଶ୍ୟ ଆଦୌ ଦୃଶ୍ୟମାନ ହେବ ନାହିଁ।  ଏହା ଭାରତୀୟ ସମୟ ରାତି ୯ଟା ୧୨ ମିନିଟ୍ ସମୟରେ ଆରମ୍ଭ ହୋଇ ତା ପରଦିନ ଭୋର ୨ଟା ୨୨ ମିନିଟ୍ ସମୟରେ ଶେଷ ହେବ। ସର୍ବାଧିକ ପରାଗ ରାତି ୧୧ଟା ୪୭ ମିନିଟରେ ଦେଖାଯିବ। 

ALSO READ: Chaturgrahi Yog 2024: ଭାଗ୍ୟ ଫିଟାଇବ ଚତୁଃଗ୍ରାହୀ ଯୋଗ, ଧନବାନ୍ ହେବେ ୪ ରାଶି!

ସୂଚନା ଯୋଗ୍ୟ ଯେ, ବିଶେଷକରି ଆମ ସମାଜରେ କାହିଁ କେଉଁ ଆବହାନ କାଳରୁ ଗ୍ରହଣ ଏବଂ ପରାଗକୁ ନେଇ ଅନେକ ବିଶ୍ବାସ ରହିଛି । ମଣିଷ ଚନ୍ଦ୍ରରେ ପାଦ ଥାପିଲାଣି । ବିଜ୍ଞାନର ଅଗ୍ରଗତି ଫଳରେ ଆମେ ଗ୍ରହଣ ଓ ପରାଗ କାହିଁକି ଓ କିପରି ଘଟେ ତାହା ସଠିକ ଭାବରେ ଜାଣିସାରିଲେଣି । ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅର ଖେଳ ବୋଲି କହିପାରିବା । ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ । ସୂର୍ଯ୍ୟ ପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ । ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ । ସେହି ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ଦିନବେଳେ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ । ଏହା ରାତିର ଭ୍ରମ ସୃଷ୍ଟି କରିଥାଏ । ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ସୂର୍ଯ୍ୟ ପରାଗ ତିନି ପ୍ରକାରର ହୋଇଥାଏ । ସେଗୁଡିକ ହେଲା ଆଂଶିକ, ସଂପୂର୍ଣ୍ଣ ଏବଂ ବଳୟ ।

Read More
{}{}