Home >>Odisha Trending

Crime News: ଗଛରେ ବାନ୍ଧି ମାଆକୁ ଜାଳିଦେଲା ପୁଅ

ନୂଆଦିଲ୍ଲୀ: ପଶ୍ଚିମ ତ୍ରିପୁରାରୁ ଏକ ଛାତିଥରା ମାମଲା ସାମ୍ନାକୁ ଆସିଛି। ଘଟଣା ଅନୁଯାୟୀ ୬୪ ବର୍ଷିୟ ମା’ଙ୍କୁ ଏକ ଗଛରେ ବାନ୍ଧି ଜୀବନ୍ତ ପୋଡି ଦେଇଛି ଏକ ନରହନ୍ତା ପୁଅ।  ପୋଲିସ କହିଛି ଯେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଶନିବାର ରାତିରେ ଚମ୍ପକନଗର ପୋଲିସ ଷ୍ଟେସନ ପରିସରର ଖମାରବାରୀ ଏହି ଘଟଣା ଘଟିଛି। ପୋଲିସର ସୂଚନାନୁସାରେ ପାରିବାର

Advertisement
Crime News: ଗଛରେ ବାନ୍ଧି ମାଆକୁ ଜାଳିଦେଲା ପୁଅ
Prabhudatta Moharana|Updated: Sep 30, 2024, 08:30 AM IST
Share

Crime News: ନୂଆଦିଲ୍ଲୀ: ପଶ୍ଚିମ ତ୍ରିପୁରାରୁ ଏକ ଛାତିଥରା ମାମଲା ସାମ୍ନାକୁ ଆସିଛି। ଘଟଣା ଅନୁଯାୟୀ ୬୪ ବର୍ଷିୟ ମା’ଙ୍କୁ ଏକ ଗଛରେ ବାନ୍ଧି ଜୀବନ୍ତ ପୋଡି ଦେଇଛି ଏକ ନରହନ୍ତା ପୁଅ।  ପୋଲିସ କହିଛି ଯେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଶନିବାର ରାତିରେ ଚମ୍ପକନଗର ପୋଲିସ ଷ୍ଟେସନ ପରିସରର ଖମାରବାରୀ ଏହି ଘଟଣା ଘଟିଛି। ପୋଲିସର ସୂଚନାନୁସାରେ ପାରିବାରିକ କଳହ ହେତୁ ପୁଅମାନେ ମା’ଙ୍କୁ ଜୀବନ୍ତ ଜାଳି ଦେଇଥିଲେ। ପ୍ରାୟ ଦେଢ଼ ବର୍ଷ ପୂର୍ବେ ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ ତାଙ୍କ ଦୁଇ ପୁଅଙ୍କ ସହ ରହୁଥିଲେ। ତାଙ୍କର ତୃତୀୟ ପୁଅ ଅଗରତାଲାରେ ରୁହନ୍ତି।

 

ଜିରାନିଆ ସବ-ଡିଭିଜନାଲ ପୋଲିସ ଅଧିକାରୀ କମଲ କୃଷ୍ଣ କୋଲୋଇ ପିଟିଆଇକୁ କହିଛନ୍ତି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବାର ସୂଚନା ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗଛରେ ବନ୍ଧା ହୋଇଥିବା ପୋଡି ମୃତଦେହ ଉଦ୍ଧାର କରିଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ପଠାଯାଇଛି। ସେ କହିଛନ୍ତି ଯେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆମେ ତାଙ୍କ ଦୁଇ ପୁଅଙ୍କୁ ଗିରଫ କରିଛୁ। ସୋମବାର ତାଙ୍କୁ କୋର୍ଟରେ ହାଜର କରାଯିବ ଏବଂ ଅଧିକ ପଚରାଉଚରା ପାଇଁ ତାଙ୍କୁ ପୋଲିସ ହେପାଜତକୁ ପଠାଇବାକୁ ଅନୁରୋଧ କରାଯିବ ବୋଲି କୋଲୋ କହିଛନ୍ତି।

Read More
{}{}