Hindi News >>Home >>Odisha Trending

Sri Jagannath International Airport : ପୁରୀରେ ବିମାନ ବନ୍ଦର ପ୍ରସଙ୍ଗ: ରାଜ୍ୟକୁ ଦୋଷ ଦେଲେ କେନ୍ଦ୍ର ସରକାର, ପ୍ରସ୍ତାବ ନ ଆସିବାରୁ ଅଟକି ରହିଛି ବିମାନବନ୍ଦର

ଭୁବନେଶ୍ୱର: ପୁରୀରେ ଏକ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କୌଣସି ସିଦ୍ଧାନ୍ତିକ ପ୍ରସ୍ତାବ କେନ୍ଦ୍ରକୁ ଦେଇନାହାନ୍ତି। ଏ ବାବଦରେ କେନ୍ଦ୍ର କ୍ଷେତ୍ର ଅନୁମୋଦନ କରିଥିଲେ ମଧ୍ୟ ବିମାନ ବନ୍ଦରର ନିର୍ମାଣ ପାଇଁ ପୂର୍ଣ୍ଣ ଅନୁମତି ଦେଇନଥିବା ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାୟିଡୁ କହିଛନ୍ତ

Advertisement
Sri Jagannath International Airport : ପୁରୀରେ ବିମାନ ବନ୍ଦର ପ୍ରସଙ୍ଗ: ରାଜ୍ୟକୁ ଦୋଷ ଦେଲେ କେନ୍ଦ୍ର ସରକାର, ପ୍ରସ୍ତାବ ନ ଆସିବାରୁ ଅଟକି ରହିଛି ବିମାନବନ୍ଦର
Prabhudatta Moharana|Updated: Jul 25, 2024, 02:53 PM IST
Share

Sri Jagannath International Airport : ଭୁବନେଶ୍ୱର: ପୁରୀରେ ଏକ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କୌଣସି ସିଦ୍ଧାନ୍ତିକ ପ୍ରସ୍ତାବ କେନ୍ଦ୍ରକୁ ଦେଇନାହାନ୍ତି। ଏ ବାବଦରେ କେନ୍ଦ୍ର କ୍ଷେତ୍ର ଅନୁମୋଦନ କରିଥିଲେ ମଧ୍ୟ ବିମାନ ବନ୍ଦରର ନିର୍ମାଣ ପାଇଁ ପୂର୍ଣ୍ଣ ଅନୁମତି ଦେଇନଥିବା ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାୟିଡୁ କହିଛନ୍ତି। 

ପୁରୀର ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ଉଦ୍ଦେଶ୍ୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରତ୍ୟେକ୍ଷ ହସ୍ତକ୍ଷେପ ମଧ୍ୟ ଲୋଡିଥିଲେ। ଏ ବାବଦରେ ସ୍ଥାନ ନିରୁପଣ କରାଯିବା ସହିତ ୨୦୨୧ରେ କେନ୍ଦ୍ରକୁ ଏକ ବିଦ୍ଧିବଦ୍ଧ ପ୍ରସ୍ତାବ ପଠାଇଥିଲେ ରାଜ୍ୟ ସରକାର। ୨୦୨୩ ମସିହାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନିରୁପିତ ସ୍ଥାନ ପରିଦର୍ଶନ କରାଯିବା ସହିତ କ୍ଷେତ୍ରାନୁମୋଦନ କରାଯାଇଥିଲା। ଆଜି ପୁରୀର ସାଂସଦ ସମ୍ବିତ ପାତ୍ର ଓଡିଶାରେ ଦ୍ୱିତୀୟ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ନେଇ ଲୋକସଭାରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀପାତ୍ରଙ୍କର ଏହି ଦାବିକୁ ପଶ୍ଚିମବଙ୍ଗର ସାଂସଦମାନେ ମଧ୍ୟ ଦୃଢ ଭାବରେ ସମର୍ଥନ କରିଥିଲେ। ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ତଥା ବିଶାଳ ସମୁଦ୍ରକୂଳ ଥିବାରୁ ଏହା ବିଶ୍ୱର ବିଭିନ୍ନ କୋଣରୁ ଧାର୍ମିକ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ଅଭିପ୍ସୁଙ୍କୁ ଆକର୍ଷିତ କରିଥାଏ। ତେଣୁ ଏହାକୁ ମହତ୍ତ୍ୱପୂର୍ଣ୍ଣ ବିମାନବନ୍ଦର ଭାବେ ଗ୍ରହଣ କରି ଏ କାର୍ଯ୍ୟ କେତେ ବାଟ ଆଗକୁ ଯାଇଛି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଥିଲେ। 

ମନ୍ତ୍ରୀ ଶ୍ରୀ ନାୟିଡ଼ୁ ଗୃହରେ ଉତ୍ତର ରଖି କହିଛନ୍ତି ପୁରୀ ଠାରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ଏକ 'ଗ୍ରୀନ ଫିଲ୍ଡ ଏୟାରପୋର୍ଟ' ଭାବରେ ବିକଶିତ କରିବା ପାଇଁ ପ୍ରସ୍ତାବ ରହିଛି। କେନ୍ଦ୍ର ସରକାର ନିରୁପିତ ସ୍ଥାନକୁ ଅନୁମୋନଦ କରିଥିଲେ ମଧ୍ୟ ରାଜ୍ୟ ତରଫରୁ ବିଦ୍ଧିବଦ୍ଧ ଭାବରେ କୌଣସି ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରଦାନ କରାଯାଇ ନାହିଁ। ରାଜ୍ୟରୁ କିଛି ପ୍ରସ୍ତାବ ନ ଆସିବା କାରଣରୁ ଏ ପ୍ରକଳ୍ପ ସେହିପରି ଅଟକି ରହିଛି। 

ଏବେ ରାଜ୍ୟରେ ବିଜେପି ନେତୃତ୍ୱରେ ନୂତନ ସରକାର ଗଠନ କରାଯାଇଛି। ଡବଲ ଇଞ୍ଜିନ ସରକାର କାଳରେ ଯଦି ମୁଖ୍ୟମନ୍ତ୍ରୀ ପ୍ରକଳ୍ପକୁ ତ୍ୱରାନ୍ୱିତ କରନ୍ତି ତେବେ ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ହେବାର ସମ୍ଭାବନା ରହିଛି। 

Read More
{}{}