Hindi News >>Home >>Odisha Trending

Sri Mandira News: ହୁଣ୍ଡି ସ୍ଥାନାନ୍ତର ପାଇଁ ବିଳମ୍ବ, ଫେବୃଆରୀ ପହିଲାରୁ ଶ୍ରୀମନ୍ଦିର ରେ ଧାଡ଼ି ଦର୍ଶନ ବ୍ୟବସ୍ଥା

Sri Mandira News: ନିୟମ ମୁତାବକ ହୁଣ୍ଡି ସ୍ଥାନାନ୍ତର ନିମନ୍ତେ ପରିଚାଳନା କମିଟି ସୁପାରିସ ପରେ ସରକାର ଅନୁମତି ଦେବାର ନିୟମ ଶ୍ରୀ ଜଗନ୍ନାଥ ମନ୍ଦିର ଆଇନରେ ରହିଛି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା ରହିଛି।  

Advertisement
Sri Mandira News: ହୁଣ୍ଡି ସ୍ଥାନାନ୍ତର ପାଇଁ ବିଳମ୍ବ, ଫେବୃଆରୀ ପହିଲାରୁ ଶ୍ରୀମନ୍ଦିର ରେ ଧାଡ଼ି ଦର୍ଶନ ବ୍ୟବସ୍ଥା
Rashmita Sahoo|Updated: Jan 18, 2025, 08:50 AM IST
Share

Sri Mandira News: ଶ୍ରୀମନ୍ଦିର ନାଟ ମଣ୍ଡପରେ ସ୍ୱତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା କେବେ ହେବ ତାହାକୁ ନେଇ ସ୍ପଷ୍ଟ କରିପାରୁନି ପ୍ରଶାସନ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବାରମ୍ବାର ଏହି ବ୍ୟବସ୍ଥା କରିବା ନିମନ୍ତେ ପ୍ରଶାସନିକ ଧାର୍ଯ୍ୟ ତାରିଖ ଘୁଞ୍ଚାଇ ଚାଲିଛନ୍ତି। ପ୍ରଥମେ ଗତ ମାସ ଡିସେମ୍ବର ୧୮ ପରେ ଜାନୁଆରୀ ୨୦ ଆଉ ଏବେ ଫେବ୍ରୁଆରୀ ପହିଲାକୁ ନୂଆ ତାରିଖ ଧାର୍ଯ୍ୟ ହୋଇଥିବା କହିଛନ୍ତି ଆଇନମନ୍ତ୍ରୀ। ଏହି ୬ ଥାକିଆ ବ୍ୟାରିକେଡ୍  ନାଟ ମଣ୍ଡପରେ ସ୍ଥାପନ କରିବାକୁ ହେଲେ ହୁଣ୍ଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡିବ। ଏଥି ନିମନ୍ତେ ପରିଚାଳନା କମିଟିର ସୁପାରିସ ଓ ଏହି ସୁପାରିସକୁ ସରକାର ଅନୁମୋଦନ କରିବା ଆବଶ୍ୟକ। 

ଯେହେତୁ ନୂଆ ପରିଚାଳନା କମିଟି ଗଠିତ ହୋଇପାରିନି, ତେଣୁ ପ୍ରକ୍ରିୟା ବିଳମ୍ବିତ ହୋଇଥିବା ଜଣାପଡିଛି।  ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଏହି ପ୍ରକ୍ରିୟା ବିଳମ୍ବ ହେବା ନେଇ ମତ ଦେଇଥିଲେ। ସେ କହିଛନ୍ତି, ନାଟ ମଣ୍ଡପରୁ ହୁଣ୍ଡି ସ୍ଥାନାନ୍ତର  ନିମନ୍ତେ ରାଜ୍ୟ ସରକାରଙ୍କ ଅନୁମତି ମାଗିଛୁ। ନିୟମ ମୁତାବକ ହୁଣ୍ଡି ସ୍ଥାନାନ୍ତର ନିମନ୍ତେ ପରିଚାଳନା କମିଟି ସୁପାରିସ ପରେ ସରକାର ଅନୁମତି ଦେବାର ନିୟମ ଶ୍ରୀ ଜଗନ୍ନାଥ ମନ୍ଦିର ଆଇନରେ ରହିଛି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା ରହିଛି।

Also Read: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ଶନିବାର, ଜାଣନ୍ତୁ ଆଜିର ରାଶିଫଳ

Also Read:  January 18 Financial Horoscope: ଶଶ ରାଜଯୋଗ ସହ ମିଳିବ ଶନିଦେବଙ୍କ ଆଶୀର୍ବାଦ, ୫ରାଶିକୁ ଲାଭ

Read More
{}{}