Hindi News >>Home >>Odisha Trending

Mobile Gaming App: ଭାଗ୍ୟ ହେବ ତ ଏମିତି! ୧ ଟଙ୍କା ନିବେଶ କରି କିଛି ଘଣ୍ଟା ମଧ୍ୟରେ କୋଟିପତି ହେଲେ ଏହି ବ୍ୟକ୍ତି

IPL 2024: ଉତ୍ତରପ୍ରଦେଶର ହରଦୋଇରେ ରହୁଥିବା ଜଣେ ବ୍ୟକ୍ତି ମାତ୍ର ଏକ ଟଙ୍କା ନିବେଶ କରି କିଛି ଘଣ୍ଟା ମଧ୍ୟରେ କୋଟିପତି ହୋଇଯାଇଛନ୍ତି। ବର୍ତ୍ତମାନ ଲୋକମାନେ ଏହି ବ୍ୟକ୍ତିର ଭାଗ୍ୟକୁ ପ୍ରଶଂସା କରୁଛନ୍ତି। ସେଲଫି ନେବା ପାଇଁ ବହୁ ସଂଖ୍ୟକ ଲୋକ ଏହି ବ୍ୟକ୍ତିଙ୍କ ଘର ବାହାରେ ପହଞ୍ଚୁଛନ୍ତି।  

Advertisement
Mobile Gaming App
Mobile Gaming App
Zee Odisha Desk|Updated: Apr 05, 2024, 10:15 PM IST
Share

Mobile Gaming App: ଆପଣ ଏକ ଲୋକକଥା ନିଶ୍ଚିତ ଶୁଣିଥିବେ ଯେ କଥାରେ ଅଛି “ଉପର ବାଲା ଯେବେ ଦିଏ ଛପର ଫାଡ଼ିକି ଦିଏ”। ଏହି କଥା ଅନେକ ଥର ସତ୍ୟ ପ୍ରମାଣିତ ହୋଇଛି। ଅନଲାଇନ୍ ଗେମିଂ ଆପ୍ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ନିଜ ଭାଗ୍ୟକୁ ପରଖିବାକୁ ଚେଷ୍ଟା କରୁଛନ୍ତି। ଆଇପିଏଲ୍ ସମୟରେ ଏହି ଧାରା ବହୁତ ବୃଦ୍ଧି ପାଇଛି। ଏହି କ୍ରମରେ ଜଣେ ବ୍ୟକ୍ତି ମୋବାଇଲରେ ଏକ ଗେମିଂ ଆପ୍ ଇନଷ୍ଟଲ କରି ଗୋଟିଏ ଟଙ୍କା ନିବେଶ କରି ଗେମ୍ ଖେଳିଥିଲେ। ମାତ୍ର କିଛି ଘଣ୍ଟା ମଧ୍ୟରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କୁ ପ୍ରଥମ ସ୍ଥାନ ମିଳିଛି।

କିଛି ଘଣ୍ଟା ମଧ୍ୟରେ କୋଟିପତି ହୋଇଗଲେ ଏହି ବ୍ୟକ୍ତି 
ଉତ୍ତରପ୍ରଦେଶର ହାରଦୋଇର ରହୁଥିବା ଏହି ବ୍ୟକ୍ତି ବିଶ୍ୱାସ କରିପାରୁ ନାହାଁନ୍ତି ଯେ ସେ କୋଟିପତି ହୋଇ ଯାଇଛନ୍ତି। ଦୂରଦୂରାନ୍ତରୁ ଲୋକମାନେ ତାଙ୍କୁ ଭେଟିବାକୁ ଆସୁଛନ୍ତି ଓ ତାଙ୍କ ସହିତ ସେଲଫି ନେଉଛନ୍ତି। ରାଜକୁମାର ନାମକ ଏହି ବ୍ୟକ୍ତିଙ୍କ ଆକାଉଣ୍ଟରେ ୩ କୋଟି ଟଙ୍କା ପହଞ୍ଚିଛି ଓବର୍ତ୍ତମାନ ଏହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

କୁହାଯାଉଛି ଯେ ମୋବାଇଲ୍ ଗେମିଂ ଆପ୍ ରେ ଆଇପିଏଲ୍ ସମୟରେ ରାଜକୁମାର ପ୍ରଥମ ସ୍ଥାନ ପାଇଛନ୍ତି ଏବଂ ସେ ଗେମିଂ ଆପ୍ ମାଧ୍ୟମରେ ୩ କୋଟି ଟଙ୍କା ଜିତିଛନ୍ତି। ରାଜକୁମାର ତାଙ୍କ ମୋବାଇଲ୍ ଫୋନରୁ ଗେମିଂ ଆପ୍ ରେ ୧ ଟଙ୍କା ନିବେଶ କରିଥିଲେ, ତିନି ଘଣ୍ଟା ପରେ ସେ ଜାଣିବାକୁ ପାଇଲେ ଯେ ସେ ବିଜେତା ହୋଇଛନ୍ତି ଓ ତାଙ୍କ ଖୁସିର କୌଣସି ସୀମା ନାହିଁ।

୩ କୋଟି ଟଙ୍କା ଜିତିଥିବା ରାଜକୁମାରଙ୍କ ଆକାଉଣ୍ଟରେ ୨ କୋଟି ୧୦ ଲକ୍ଷ ଟଙ୍କା ଆସିଛି। ଅବଶିଷ୍ଟ ଟଙ୍କା ଟ୍ୟାକ୍ସ ଭାବରେ କଟାଯାଇଛି। ଯେତେବେଳେ ଏହି ଖବର ଧୀରେ ଧୀରେ ସେହି ଅଞ୍ଚଳରେ ବ୍ୟାପିଗଲା, ଲୋକମାନେ ତାଙ୍କୁ ଭେଟିବାକୁ ରାଜକୁମାରଙ୍କ ନିକଟକୁ ଆସିବାକୁ ଲାଗିଥିଲେ। ଲୋକମାନେ ତାଙ୍କ ସହ ସେଲଫି ନେଉଛନ୍ତି ଓ ରାଜକୁମାରଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

Read More
{}{}