Home >>Odisha Trending

Student Death Case: ଗଳାରେ ଫସିଲା ବଟିକା, ଚାଲିଗଲା ଛାତ୍ରଙ୍କ ଜୀବନ

IIT Kharagpur Student Death Case: ଆଇଆଇଟି ଖଡ଼ଗପୁରରେ ଘଟିଛି ଅଭାବନୀୟ ଘଟଣା। ଜଣେ ଛାତ୍ରଙ୍କ ଗଳାରେ ଟାବଲଟ୍(ଔଷଧ) ଫସି ରହିବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। 

Advertisement
Student Death Case: ଗଳାରେ ଫସିଲା ବଟିକା, ଚାଲିଗଲା ଛାତ୍ରଙ୍କ ଜୀବନ
Narmada Behera|Updated: Jul 23, 2025, 02:15 PM IST
Share

IIT Kharagpur Student Death Case: ଆଇଆଇଟି ଖଡ଼ଗପୁରରେ ଘଟିଛି ଅଭାବନୀୟ ଘଟଣା। ଜଣେ ଛାତ୍ରଙ୍କ ଗଳାରେ ଟାବଲଟ୍(ଔଷଧ) ଫସି ରହିବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। କୁହାଯାଉଛି ଯେ ଛାତ୍ର ଜଣକ ଖାଦ୍ୟ ଖାଇବା ପରେ ଔଷଧ ଖାଉଥିଲେ। ଏହି ସମୟରେ ବଟିକା ଗଳାରେ ଫସି ଯାଇଥିଲା। ଅନ୍ୟ ଛାତ୍ରମାନେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ରିପୋର୍ଟ ଅନୁଯାୟୀ,ଛାତ୍ରଙ୍କ ନାମ ଚନ୍ଦ୍ରଦୀପ ପାୱାର। ସେ ମଧ୍ୟପ୍ରଦେଶର ଛିନ୍ଦୱାଡାର ବାସିନ୍ଦା ଥିଲେ। ଚନ୍ଦ୍ରଦୀପ ଆଇଆଇଟି ଖଡ଼ଗପୁରରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ସୋମବାର ରାତିରେ ରାତିରେ ସେ ରାତ୍ରୀ ଭୋଜନ ପରେ ଔଷଧ ଖାଉଥିଲେ। ଏହି ସମୟରେ ଔଷଧ ଗଳାରେ ଫସି ଯାଇଥିଲା। ଏହା ଯୋଗୁଁ ତାଙ୍କର ଶ୍ୱାସରୁଦ୍ଧ ହୋଇଯାଇଥିଲେ। ତାଙ୍କୁ ଯନ୍ତ୍ରଣା ହେଉଥିବା ଦେଖି ପାଖରେ ଥିବା ଅନ୍ୟ ଛାତ୍ରମାନେ ତାଙ୍କୁ ପିଇବାକୁ ପାଣି ଦେଇଥିଲେ କିନ୍ତୁ ଔଷଧ ଭିତରକୁ ଗଲା ନାହିଁ। ଏହା ବ୍ୟତୀତ ଔଷଧ ବାହାର କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଔଷଧ ଛାତ୍ରଙ୍କ ଗଳାରେ ଫସି ରହିଥିଲା। ଏହା ପରେ ଛାତ୍ରମାନେ ଚନ୍ଦ୍ରଦୀପଙ୍କୁ ହସ୍ପିଟାଲକୁ ନେଇଗଲେ। ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲ। ହେଲେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଛାତ୍ରମାନେ ପୋଲିସକୁ ଏହି ବିଷୟରେ ଜଣାଇଥିଲେ। ସେମାନେ ଛାତ୍ରଙ୍କ ପରିବାରକୁ ଏହି ବିଷୟରେ ଜଣାଇଥିଲେ। ପୋଲିସ୍ ଏହି ଘଟଣାରେ ଅଧିକ ତଦନ୍ତ ଆରମ୍ଭ କରିଛି। 

Read More
{}{}