Hindi News >>Home >>Odisha Trending

Sujeeth Kumar: ଆଜି ନାମାଙ୍କର ଭରିବେ ସୁଜିତ କୁମାର, ଯିବେ ରାଜ୍ୟସଭା

ପୂର୍ବରୁ ମମତା ମହନ୍ତଙ୍କୁ ମଧ୍ୟ ରାଜ୍ୟସଭା ପଠାଇଛି ବିଜେପି। ମମତା ପୂର୍ବରୁ ବିଜେଡିରେ ରହିଥିଲେ। ଦଳୀୟ କାର୍ଯ୍ୟରେ ଅସନ୍ତୋଷ ଜାହିର କରି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ମମତା। ପରେ ତାଙ୍କୁ ମଧ୍ୟ ଦଳ ରାଜ୍ୟସଭାକୁ ପଠାଇଛି। 

Advertisement
Sujeeth Kumar: ଆଜି ନାମାଙ୍କର ଭରିବେ ସୁଜିତ କୁମାର, ଯିବେ ରାଜ୍ୟସଭା
Prabhudatta Moharana|Updated: Dec 09, 2024, 11:39 AM IST
Share

Sujeeth Kumar: ଭୁବନେଶ୍ୱର: ନିକଟରେ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବା ସୁଜିତ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ଶାସକ ବିଜେପି। ଏନେଇ ଆଜି ଡିସେମ୍ବର ୯ ତାରିଖରେ ସୁଜିତ କୁମାର ନାମାଙ୍କନ ଭରିପାରନ୍ତି। ଏଠାରେ କହି ରଖୁ କି ଗତ ସେପ୍ଟେମ୍ବର ୬ ତାରିଖରେ ଅସନ୍ତୋଷ ଜାହିର କରି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର। ଏହା ସହିତ ସେ ବିଜୁ ଜନତା ଦଳରୁ ମଧ୍ୟ ଇସ୍ତଫା ପ୍ରଦାନ କରିଥିଲେ । ବିଜେଡି ଛାଡ଼ି ସେ ବିଜେପିରେ ସାମିଲ ହୋଇଥିଲେ। ପରେ ତାଙ୍କ ସ୍ଥାନରେ ରାଜ୍ୟ ସଭା ଯିବା ପାଇଁ ସୁଜିତ କୁମାରଙ୍କ ସହିତ କିଛି ନେତାଙ୍କ ନାଁ ଚର୍ଚ୍ଚା ହେଉଥିଲା। ମାତ୍ର ଆଜି ଦଳ ତାଙ୍କୁ ପ୍ରାର୍ଥି କରିଛି। 

ସୂଚନା ଯୋଗ୍ୟ ପୂର୍ବରୁ ମମତା ମହନ୍ତଙ୍କୁ ମଧ୍ୟ ରାଜ୍ୟସଭା ପଠାଇଛି ବିଜେପି। ମମତା ପୂର୍ବରୁ ବିଜେଡିରେ ରହିଥିଲେ। ଦଳୀୟ କାର୍ଯ୍ୟରେ ଅସନ୍ତୋଷ ଜାହିର କରି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ମମତା। ପରେ ତାଙ୍କୁ ମଧ୍ୟ ଦଳ ରାଜ୍ୟସଭାକୁ ପଠାଇଛି। 

Read More
{}{}