Home >>Odisha Trending

Supplementary Budget: ଆଜି ଅତିରିକ୍ତ ବଜେଟ୍‍ ଉପସ୍ଥାପନ କରିବେ ସୀତାରମଣ

Supplementary Budget: ଆଜିର ସଂଶୋଧିତ କାର୍ଯ୍ୟ ସୂଚୀରେ ଲୋକସଭା ପକ୍ଷରୁ ଅର୍ଥ ବିଧେୟକ ବାବଦରେ ଆଲୋଚନା ଓ ଭୋଟିଂ ପାଇଁ ସମୟ ନିରୂପିତ କରାଯାଇଛି। ଗୃହର ପ୍ରଶ୍ନୋତ୍ତର କାଳ, ଅନ୍ୟ ଜରୁରୀ ଦସ୍ତାବିଜ୍‍ ଉପସ୍ଥାପନ ପରେ ଏହି ବିଧେୟକ ଉପସ୍ଥାପନ ହେବ। ଏହା ପୂର୍ବରୁ ଶୂନ୍ୟକାଳରେ ବାଚସ୍ପତି ଚାହିଁଲେ ମୁଲତବୀ ପ୍ରସ୍ତାବକୁ ଆଲୋଚନା ପାଇଁ ଅନୁମତି ଦେଇପାରନ୍ତି। ପୁଣି ବାଚସ୍ପତି ନିୟମ ଧାରା ୩୭୭ ଅନୁସାରେ ଗୃହରେ ସ୍ଥାନୀୟ ପ୍ରସଙ୍ଗ ପ୍ରତି ସାଂସଦମାନେ ଗୃହର ଦୃଷ୍ଟି ଆକର୍ଷଣ କରିପାରନ୍ତି।

Advertisement
Supplementary Budget: ଆଜି ଅତିରିକ୍ତ ବଜେଟ୍‍ ଉପସ୍ଥାପନ କରିବେ ସୀତାରମଣ
Priyambada Rana|Updated: Dec 16, 2024, 08:05 AM IST
Share
Supplementary Budget: ଆଜି ଲୋକସଭାରେ ଅତିରିକ୍ତ ବଜେଟ୍‍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କାର୍ଯ୍ୟ ଦିବସର ଦ୍ୱିତୀୟାର୍ଦ୍ଧରେ ଏଥିଲାଗି ସମୟ ନିର୍ଦ୍ଧାରଣ କରାଯାଇଛି। ଭାରତର ସଞ୍ଚିତ ପାଣ୍ଠିରୁ ଦେଶର ଆର୍ଥିକ ଖର୍ଚ୍ଚ ପାଇଁ ଅର୍ଥ ଉଠାଣ ଓ ଖର୍ଚ୍ଚ ପାଇଁ ଦାବି ଉପସ୍ଥାପନ କରାଯିବ। ଏହା ଆର୍ଥିକ ବିଧେୟକ ହୋଇଥିବାରୁ ଏହାକୁ ପ୍ରାଧାନ୍ୟତାର ସହ ଉପସ୍ଥାପନ କରାଯିବ ଏବଂ ଲୋକସଭାରେ ଭୋଟଗ୍ରହଣ କରାଯାଇ ଏହି ବିଧେୟକକୁ ଗୃହୀତ କରାଯିବାର କାର୍ଯ୍ୟକ୍ରମ ରହିଛି। 
 
ଆଜିର ସଂଶୋଧିତ କାର୍ଯ୍ୟ ସୂଚୀରେ ଲୋକସଭା ପକ୍ଷରୁ ଅର୍ଥ ବିଧେୟକ ବାବଦରେ ଆଲୋଚନା ଓ ଭୋଟିଂ ପାଇଁ ସମୟ ନିରୂପିତ କରାଯାଇଛି। ଗୃହର ପ୍ରଶ୍ନୋତ୍ତର କାଳ, ଅନ୍ୟ ଜରୁରୀ ଦସ୍ତାବିଜ୍‍ ଉପସ୍ଥାପନ ପରେ ଏହି ବିଧେୟକ ଉପସ୍ଥାପନ ହେବ। ଏହା ପୂର୍ବରୁ ଶୂନ୍ୟକାଳରେ ବାଚସ୍ପତି ଚାହିଁଲେ ମୁଲତବୀ ପ୍ରସ୍ତାବକୁ ଆଲୋଚନା ପାଇଁ ଅନୁମତି ଦେଇପାରନ୍ତି। ପୁଣି ବାଚସ୍ପତି ନିୟମ ଧାରା ୩୭୭ ଅନୁସାରେ ଗୃହରେ ସ୍ଥାନୀୟ ପ୍ରସଙ୍ଗ ପ୍ରତି ସାଂସଦମାନେ ଗୃହର ଦୃଷ୍ଟି ଆକର୍ଷଣ କରିପାରନ୍ତି। 
 
ଆଜି ଅର୍ଥ ବିଧେୟକ ସହିତ ଆଉ ଏକ ବିଧେୟକ ଉପସ୍ଥାପନ ହେବ। ତାହା ହେଲେ ଗୋଆ ବିଧାନସଭାରେ ଅନୁୂସୂଚିତ ଜାତି, ଜନଜାତିଙ୍କୁ ଆରକ୍ଷଣ ବିଧେୟକ। ସମ୍ବିଧାନର ଧାରା ୩୩୨ ଅନୁସାରେ ଅନୁସୂଚିତ ଜନଜରତିଙ୍କୁ ଗୋଆ ବିଧାନସଭାରେ ସଂରକ୍ଷଣ ଦେବା ଲାଗି ଆସନ ବ୍ୟବସ୍ଥା କରିବାକୁ ଏହି ବିଧେୟକରେ ବ୍ୟବସ୍ଥା ରହିଛି। ଏହାସହ କିଛି ବର୍ଗଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ୍‍ କରିବାକୁ ମଧ୍ୟ ଏହି ବିଧେୟକରେ ବ୍ୟବସ୍ଥା ରହିଛି। କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘଓ୍ୱାଲ ଏହି ବିଧେୟକକୁ ଉପସ୍ଥାପନ କରିବେ। 
 
ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ବିଧେୟକକୁ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଥିଲା। ଏଥିଲାଗି ସମ୍ବିଧାନର ୧୨୯ତମ ସଂଶୋଧନ ପାଇଁ ଏକ ବିଧେୟକକୁ କ୍ୟାବିନେଟ୍‍ ମଞ୍ଜୁରୀ ପ୍ରଦାନ କରିଛନ୍ତି। କିନ୍ତୁ ଶେଷ ମୁହୂର୍ତ୍ତରେ ସଂଶୋଧିତ କାର୍ଯ୍ୟସୂଚୀରୁ ଏହି ବିଧେୟକକୁ ବାଦ୍‍ ଦିଆଯାଇଛି।
Read More
{}{}