Hindi News >>Home >>Odisha Trending

APP Leader Sanjay Singh: ଆପ୍ ନେତା ସଞ୍ଜୟ ସିଂହଙ୍କୁ ମିଳିଲା ଜାମିନ

AAP Leader Sanjay Singh Granted Bail: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। 

Advertisement
APP Leader Sanjay Singh: ଆପ୍ ନେତା ସଞ୍ଜୟ ସିଂହଙ୍କୁ ମିଳିଲା ଜାମିନ
Zee Odisha Desk|Updated: Apr 02, 2024, 11:01 PM IST
Share

Supreme Court Grant Bail to Sanjay Singh: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି ନେତା ତଥା ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ମିଳିଛି ଆଶ୍ୱସ୍ତି। ଆପ୍ ନେତା ସଞ୍ଜୟ ସିଂହଙ୍କୁ ଏହି ମାମଲାରେ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଆପ୍ ନେତାଙ୍କୁ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତାଙ୍କୁ ସଞ୍ଜୟ ସିଂହଙ୍କୁ ଜମିନ ମିଳିବାକୁ ନେଇ କୌଣସି ଆପତ୍ତି ନାହିଁ ବୋଲି ଇଡ଼ି ପକ୍ଷରୁ କୁହାଯାଇଛି।

ଆପ୍ ନେତାଙ୍କୁ ସଞ୍ଜୟ ସିଂହଙ୍କ ଜାମିନ ଆବେଦନ ଶୁଣାଣି ବେଳେ ତାଙ୍କ ଓକିଲ ଜାମିନ ଆବେଦନ ଉପରେ ଯୁକ୍ତି ଦର୍ଶାଇ କହିଥିଲେ ଯେ ଅବକାରୀ ନୀତି ଦୁର୍ନୀତି ମାମଲାରେ ମନି ଲଣ୍ଡରିଂ ହୋଇଥିବାର ନିଶ୍ଚିତ ହୋଇନାହିଁ। ଏହା ବ୍ୟତୀତ ଟଙ୍କା ଟ୍ରେଲର ମଧ୍ୟ ଚିହ୍ନଟ ହୋଇନାହିଁ। ସଞ୍ଜୟ ସିଂହଙ୍କୁ ଜାମିନ ପ୍ରଦାନ କରିବା ସହ ସୁପ୍ରିମକୋର୍ଟ ତାଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ କୌଣସି ମନ୍ତବ୍ୟ ଦେବାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସହିତ ଆପ୍ ନେତା ଜଣଙ୍କ କୌଣସି ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରିବେ ନାହିଁ। ସଞ୍ଜୟ ସିଂଙ୍କ ଜାମିନ ସର୍ତ୍ତ ଉପରେ ଟ୍ରାଏଲ କୋର୍ଟ ନିଷ୍ପତ୍ତି ନେବେ।

ସଞ୍ଜୟ ସିଂହଙ୍କ ଜାମିନକୁ ବିରୋଧ କରି ନାହିଁ ଇଡ଼ି
ମଙ୍ଗଳବାର (ଅପ୍ରେଲ ୨) ଦେଶର ସର୍ବୋଚ୍ଚ ନ୍ୟାୟାଳୟର ୩ ଜଣ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଦୀପାଙ୍କର ଦତ୍ତ ଏବଂ ଜଷ୍ଟିସ ପି.ବି ବରାଲେଙ୍କ ଖଣ୍ଡପୀଠ ସଞ୍ଜୟ ସିଂହଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିଥିଲେ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍ ନେତା ସଞ୍ଜୟ ସିଂହଙ୍କୁ ଅଧିକ ସମୟ କାରାଗାରରେ ରଖିବା ଆବଶ୍ୟକ ନା ନାହିଁ ବୋଲି ସେ ନେଇ ଖଣ୍ଡପୀଠ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ (ଇଡ଼ି) ପ୍ରଶ୍ନ କରିଥିଲେ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍ ନେତା ସଞ୍ଜୟ ସିଂହଙ୍କ ଅଧିକ ଦିନ ହେପାଜତରେ ରଖିବାର ଆବଶ୍ୟକତା  ରହିଛି ନାଁ ନାହିଁ ତାହା ମଧ୍ୟାହ୍ନ ଭୋଜନ ପରେ ଜଣାଇବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଥିଲେ ସୁ୍ପ୍ରିମ କୋର୍ଟ। ଏହା ପରେ ଜବାବ ରଖି ଇଡ଼ି କହିଥିଲା ଯେ ଯଦି ସଞ୍ଜୟ ସିଂହ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜାମିନ ପ୍ରଦାନ କରାଯାଏ ତାହେଲେ ଏନେଇ କୌଣସି ଆପତ୍ତି ନାହିଁ।

ଗତ ବର୍ଷ ଅକ୍ଟୋବର ୪ ତାରିଖରେ ଗିରଫ ହୋଇଥିଲେ
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ନାମ ସର୍ବପ୍ରଥମ ଗତ ବର୍ଷ ଜୁଲାଉ ବେଳକୁ ପ୍ରଥମ ଥର ପାଇଁ ଆସିଥିଲା। ଯେତେବେଳେ ଏହି ମାମଲା ସହ ଜଡ଼ିତ ଦୀନେଶ ଆରୋରା ଆପ୍ ସାଂସଦଙ୍କ ନାମ ନେଇଥିଲେ। ଏହା ପରେ ଇଡି ଗତ ବର୍ଷ ଅକ୍ଟୋବର ୪ ତାରିଖରେ ସଞ୍ଜୟ ସିଂହଙ୍କ ବାସଭବନରେ ଚଢାଉ କରିଥିଲା। ଏହା ପରେ ଏହି ମାମଲାରେ ପ୍ରାୟ ୧୦ ଘଣ୍ଟା ଜେରା କରିବା ପରେ ତାଙ୍କୁ ଗିରଫ କରିଥିଲା ଇଡ଼ି। ଗିରଫ ହେବା ସମୟରେ ସଞ୍ଜୟ ସିଂହଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ।

Read More
{}{}