Hindi News >>Home >>Odisha Trending

Odisha Congress: ଇସ୍ତଫା ଦେଲେ ସୁର ରାଉତରାୟ

Sura Routray resigned: କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ। ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି।   

Advertisement
Sura Routray resigned from all the committees of the Congress
Sura Routray resigned from all the committees of the Congress
Surya Narayana Mohanty|Updated: Mar 27, 2024, 03:34 PM IST
Share

Odisha Election 2024: କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ। ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି। ଏକ ଚିଠି ଲେଖି ସୁର କହିଛନ୍ତି, ''ସାନପୁଅ ମନ୍ମଥଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ କଥା ନ ରଖି ବିଜେଡିରେ ସାମିଲ ହେଲା। ଏହା ମୋ ସ୍ୱାଭିମାନ ଓ ଅନ୍ତରାତ୍ମାକୁ ଅଧିକ ଆଘାତ ଦେଇଛି। ଏଣୁ ବିବେକ ଦୃଷ୍ଟିରୁ ସମସ୍ତ କମିଟି ଇସ୍ତଫା ଦେଉଥିବା କହିଛନ୍ତି ସୁର। ସମସ୍ତ କମିଟିରୁ ଇସ୍ତଫା ଦେଲେ ମଧ୍ୟ ଦଳରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ସୁର। ଜୀବନ ଥିବା ଯାଏଁ କଂଗ୍ରେସରେ ରହିବି ଏବଂ ଦଳ ଯାହା କାମ ଦେବ କରିବି। ମୋ ଭୋଟ ଅନ୍ୟ ଦଳକୁ ଯିବ ନାହିଁ ବୋଲି କହିଛନ୍ତି ସୁର।

ଏହାପୂର୍ବରୁ ଆଜି ସୁରଙ୍କ ସାନପୁଅ କ୍ୟାପଟେନ ମନ୍ମଥ ରାଉତରାୟ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ। ମନ୍ମଥ କହିଥିଲେ, ବାପାଙ୍କ ଅନୁମତି ଓ ଆଶୀର୍ବାଦ ନେଇ ଏଠାକୁ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ସ୍କଲାରସିପ ଦେଇଥିଲେ ତାହା ଏବେ ବି ମୋର ମନେଅଛି। ବିଜୁ ପଟ୍ଟନାୟକ ମୋର ଆଦର୍ଶ। ଭିକେ ପାଣ୍ଡିଆନଙ୍କ କାର୍ଯ୍ୟଶୈଳୀକୁ ପ୍ରଂଶସା କରିବା ସହ ବଡଭାଇ ଭଳି ପରାମର୍ଶ ଦେଇଥିବାରୁ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି ମନ୍ମଥ। ଅନ୍ୟପଟେ ପୁଅ ବିଜେଡିରେ ସାମିଲ ହେବାକୁ ନେଇ ସୁର କହିଛନ୍ତି, ଯେତେ ଚେଷ୍ଟା କଲି ପାରିଲିନି, ଅଭିମାନ କଲା। ସେଥି ପାଇଁ ଛାଡିଦେଲି ବିଜେଡିରେ ମିଶିବା ପାଇଁ। ଭଗବାନଙ୍କୁ ଡାକୁଛି, ମୋ ପୁଅକୁ ଜିତେଇ ଦିଅ। ମନ୍ମଥଙ୍କୁ ସହଯୋଗ କରିବି କିନ୍ତୁ ପ୍ରଚାର କରିବାକୁ ଯିବିନି। ବିଜେଡି ମୋ ପୁଅକୁ ନେଇଛି, ଆଶା ସେମାନେ ଉପଯୁକ୍ତ ସମ୍ନାନ ଦେବେ କହିଛନ୍ତି ସୁର ରାଉତରାୟ।

Read More
{}{}