Hindi News >>Home >>Odisha Trending

ଆରମ୍ଭ ହେଲା ଟି-୨୦ ବିଶ୍ୱକପ୍ : ଜାଣନ୍ତୁ କମେଣ୍ଟାରୀ ପ୍ୟାନେଲ ରେ ଅଛନ୍ତି କିଏ ?


ବିଶ୍ୱକପ୍ ଟି-୨୦ ଆରମ୍ଭ ହୋଇଥିବାବେଳେ  ଭାଷ୍ୟକାର କମିଟିର ମଧ୍ୟ ଘୋଷଣା କରାଯାଇଛି । ୨୯ ଭାଷ୍ୟକାରଙ୍କୁ ନେଇ ଗଠିତ ପ୍ୟାନେଲରେ ୩ ଭାରତୀୟଙ୍କୁ ମିଳିଛି ସୁଯୋଗ । ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି -20 ବିଶ୍ୱକପ ପାଇଁ କମେଣ୍ଟାରୀ ପ୍ୟାନେଲ ଘୋଷଣା କରିଛି ।

Advertisement
ଆରମ୍ଭ ହେଲା ଟି-୨୦ ବିଶ୍ୱକପ୍ : ଜାଣନ୍ତୁ କମେଣ୍ଟାରୀ ପ୍ୟାନେଲ ରେ ଅଛନ୍ତି କିଏ  ?
Durga Madhaba Pattanayak|Updated: Oct 16, 2022, 10:55 PM IST
Share

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହେଲା ଟି-୨୦ ବିଶ୍ୱକପ୍ । ଅଷ୍ଟ୍ରେଲିଆରେ ହେଉଥିବା ବିଶ୍ୱକପ୍ ଟି-୨୦  ପାଇଁ ଭାଷ୍ୟକାର କମିଟି ଘୋଷଣା କରିଛି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(International Cricket Council)। ୨୯ ଭାଷ୍ୟକାରଙ୍କୁ ନେଇ ଗଠିତ ପ୍ୟାନେଲରେ ୩ ଜଣ ଭାରତୀୟ ରହିଛନ୍ତି ।  ତାଲିକାରେ ଭାରତର ହର୍ଷ ଭୋଗଲେ, ରବି ଶାସ୍ତ୍ରୀ ଏବଂ ସୁନିଲ ଗାଭାସ୍କରଙ୍କ ପରି ଦିଗ୍‌ଜ ପୁର୍ବତନ ଖେଳାଳୀଙ୍କୁ ସାମିଲ୍ କରାଯାଇଛି । ନିକଟରେ କ୍ରିକେଟରୁ ଅବସର ନେଇଥିବା ଇଅନ ମୋର୍ଗାନ, ପ୍ରେଷ୍ଟନ ମୋମସେନ, ଡେଲ୍ ଷ୍ଟେନ, ନିୟାଲ ଓ ବ୍ରାଏନଙ୍କ ପରି ପୂର୍ବତନ କ୍ରିକେଟରଙ୍କୁ ଭାଷ୍ୟକାର କମିଟିରେ ସାମିଲ୍ କରାଯାଇଛି । ଏହାସହିତ ପ୍ୟାନେଲରେ ତିନିଜଣ ମହିଳା ମେମ୍ବରଙ୍କୁ ଙ୍କୁ ସ୍ଥାନ ଦିଆଯାଇଛି ।

ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିବା ଟି -20 ବିଶ୍ୱକପ ପାଇଁ ଏକ ବିଶେଷ ଅନଲାଇନ ଭିଡ଼ିଓ ସହିତ ଏକ ଷ୍ଟାର୍ ଷ୍ଟଡ଼େଡ କମେଣ୍ଟରୀ ପ୍ୟାନେଲ୍ ର ଘୋଷଣା କରିଛି ।

କମେଣ୍ଟାରୀ ପ୍ୟାନେଲ୍(commentary panel):-

କମେଣ୍ଟାରୀ ଟିମ୍ ରେ ଅଛନ୍ତି,ଆଡାମ ଗିଲକ୍ରିଷ୍ଟ(Adam Gilchrist), ଅଥାର ଅଲି ଖାନ(Athar Ali Khan), ବାଜିଦ ଖାନ(Bazid Khan), ବ୍ରାଏନ ମୁର୍ଗାଟ୍ରଏଡ(Brian Murgatroyd), କାର୍ଲୋସ ବ୍ରାଥୱାଇଟ୍(Carlos Brathwaite), ଡେଲ ଷ୍ଟେନ(Dale Steyn), ଡାନି ମୋରିସନ୍(Danny Morrison), ଡିର୍କ ନାନ୍ସ,(Dirk Nannes), ହର୍ଷ ଭୋଗଲେ(Harsha Bhogle), ଇଆନ୍ ବିଶପ୍(Ian Bishop), ଇଆନ୍ ସ୍ମିଥ୍(Ian Smith), ଇସା ଗୁହା(Isa Guha), ମାର୍କ ହାୱାର୍ଡ(Mark Howard), ମେଲ ଜୋନ୍ସ,(Mel Jones), ମାଇକେଲ ଆଥର୍ଟନ୍(Michael Atherton), ମାଇକେଲ କ୍ଲାର୍କ(Michael Clarke), ନାସିର ହୁସେନ(Nasser Hussain),ନାଟାଲୀ ଜର୍ମାନୋସ୍(Natalie Germanos), ନିଅଲ୍ ଓ’ବ୍ରାଇନ୍(Niall O’Brien), ପମି ମ୍ୱାଙ୍ଗଓ୍ୱା(Pommie Mbangwa), ପ୍ରେଷ୍ଟନ୍ ମୋମସେନ୍(Preston Mommsen),ରବି ଶାସ୍ତ୍ରୀ(Ravi Shastri), ରସେଲ ଆର୍ନୋଲ୍ଡ(Russell Arnold), ସାମୁଏଲ୍ ବଦ୍ରି(Samuel Badree),ସେନ୍ ୱାଟସନ(Shane Watson), ଶନ୍ ପୋଲକ୍(Shaun Pollock), ସାଇମନ୍ ଡଲ୍(Simon Doull) ଏବଂ ସୁନୀଲ ଗାଭାସ୍କର(Sunil Gavaskar)। ତେବେ ୟୁଏଇରେ ୧୨ ମାସ ପୂର୍ବରୁ ଟୁର୍ଣ୍ଣାମେଣ୍ଟର ଶେଷ ସଂସ୍କରଣରେ ଇଂଲଣ୍ଡର ନେତୃତ୍ୱ ନେଇଥିବା ଇଏନ୍ ମୋର୍ଗାନ୍((Eoin Morgan)ମଧ୍ୟ ଅଷ୍ଟ୍ରେଲିଆରେ ଆଇସିସି କମେଣ୍ଟରୀ ପ୍ୟାନେଲ୍ ର ଏକ ଅଂଶ ଭାବରେ କାର୍ଯ୍ୟ କରିବେ ।

ଟୁର୍ଣ୍ଣାମେଣ୍ଟର ଅଷ୍ଟମ ସଂସ୍କରଣରେ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୮ଟି ଦଳକୁ ଦୁଇଟି ଗୃପରେ ବିଭକ୍ତ କରାଯାଇଛି। ଏଥିରୁ ଚାରୋଟି ଦଳ ସୁପର ୧୨ ରେ ସ୍ଥାନ ପାଇବେ।  ପୁଣି ସୁପର ୧୨ରେ ଦୁଇ ଗୃପରୁ ଶୀର୍ଷ  ଦୁଇ ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିବେ। ଫାଇନାଲ୍‌ ମୁକାବିଲା ନଭେମ୍ୱର ୧୩ରେ ଐତିହାସିକ ମେଲବୋର୍ଣ୍ଣ ଷ୍ଟାଡିୟମ(Melbourne Cricket Ground)ରେ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ଘରୋଇ ପଡିଆରେ ବିଶ୍ଵ କପ୍ ଆୟୋଜନ ହେଉଥିବାରୁ ନିଜର ଟାଇଟଲ୍ ବଜାୟ ରଖିବାକୁ ଯଥା ସମ୍ଭବ ଉଦ୍ୟମ କରିବ। ତେବେ ଆଇସିସି ଟି-୨୦ ମାନ୍ୟତାରେ ଶୀର୍ଷ ତିନି ସ୍ଥାନରେ ଥିବା ଭାରତ, ଇଂଲଣ୍ଡ ଏବଂ ପାକିସ୍ତାନ ଟାଇଟଲ୍ ପାଇଁ ପ୍ରବଳ ଦାବିଦାର ଅଛନ୍ତି ।

ଚଳିତଥର ଆଇସିସି ଟି-୨୦ ବିଶ୍ଵ କପ୍‌ର ସିଧା ପ୍ରସାରଣ ବିଶ୍ୱର ୨୨ ଦେଶରେ କରାଯାଉଛି। କୌଣସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଏହା ସବୁଠୁ ବଡ ରେକର୍ଡ। ଭାରତ, ନେପାଳ, ଭୁଟାନ, ଶ୍ରୀଲଙ୍କା ଏବଂ ମାଳଦ୍ଵୀପରେ ଟି-୨୦ ବିଶ୍ଵ କପ୍‌ର ପ୍ରସାରଣ ଷ୍ଟାର ନେଟଓ୍ଵର୍କରେ କରାଯାଉଛି।  ସ୍କାଇ ସ୍ପୋର୍ଟ୍ସ(ୟୁକେ), ଗାଜି ଟିଭି(ବାଂଲାଦେଶ) ଏବଂ ଫୋକ୍ସ ସ୍ପୋର୍ଟ୍ସ(ଅଷ୍ଟ୍ରେଲିଆ) ଆଦି ଟି-୨୦ ବିଶ୍ଵକପ୍‌ର ପ୍ରସାରଣ କରୁଛନ୍ତି।

Read More
{}{}