Hindi News >>Home >>Odisha Trending

Paradeep News: ପସରା ମେଲିଛି ଟେରାକୋଟା ମାଟିଦୀପ, ଆଦରି ନେଉଛନ୍ତି ପାରାଦୀପବାସୀ

ପାରାଦୀପ: ଆନନ୍ଦ ଓ ଆଲୋକର ପର୍ବ ଦୀପାବଳୀ। ଜଗତସିଂହପୁର ଜିଲ୍ଲା କୋଠୀ ପଞ୍ଚାୟତ ନୁଣୁକୁଆ ଗ୍ରାମରେ ଟେରାକୋଟା କାରିଗରମାନେ ସୁନ୍ଦର ସୁନ୍ଦର ମାଟିର ଦୀପ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ଦୀପାବଳି ପାଳନ କରିବା ପାଇଁ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର। ଦୀପାବଳୀରେ ମହତ୍ବ ବହନ କରିଥାଏ ମାଟିଦୀପ।ଏଲ୍ଇଡି ଲାଇଟ୍ ଆସିବା ପରେ ଦିନକୁ ଦି

Advertisement
Paradeep News: ପସରା ମେଲିଛି ଟେରାକୋଟା ମାଟିଦୀପ, ଆଦରି ନେଉଛନ୍ତି ପାରାଦୀପବାସୀ
Narayan Behera|Updated: Oct 29, 2024, 06:44 AM IST
Share

Paradeep News: ପାରାଦୀପ: ଆନନ୍ଦ ଓ ଆଲୋକର ପର୍ବ ଦୀପାବଳୀ। ଜଗତସିଂହପୁର ଜିଲ୍ଲା କୋଠୀ ପଞ୍ଚାୟତ ନୁଣୁକୁଆ ଗ୍ରାମରେ ଟେରାକୋଟା କାରିଗରମାନେ ସୁନ୍ଦର ସୁନ୍ଦର ମାଟିର ଦୀପ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ଦୀପାବଳି ପାଳନ କରିବା ପାଇଁ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର। ଦୀପାବଳୀରେ ମହତ୍ବ ବହନ କରିଥାଏ ମାଟିଦୀପ।ଏଲ୍ଇଡି ଲାଇଟ୍ ଆସିବା ପରେ ଦିନକୁ ଦିନ ମାଟିଦୀପ ପ୍ରତି ଲୋକଙ୍କ ଆଗ୍ରହ କମି ଯାଉଥିବା ବେଳେ ମୃତିକା କାରୀଗରଙ୍କୁ ଟେରାକୋଟା ନିଜର କୌଳିକ ବୃତ୍ତିକୁ ରକ୍ଷା କରି ପାରିଛି। ନିଜର କୌଳିକ ବୃତ୍ତିକୁ ରକ୍ଷା କରି ଆସୁଥିବା ଟେରାକୋଟା କାରିଗରମାନେ ସୁନ୍ଦର ସୁନ୍ଦର ଆକର୍ଷଣୀୟ ବିଭିନ୍ନ ଦ୍ବିପ ବଜାରକୁ ଆଣିବା ପରେ ପୁଣି ଲୋକେ ମାଟିଦୀପ ପ୍ରତି ଆଗ୍ରହ ହେଉଥିବା ଦେଖିବାକୁ ମିଳିଛି। 

ଜଗତସିଂହପୁର ଜିଲ୍ଲା ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଓ କୋଠୀ ପଞ୍ଚାୟତରେ ଟେରାକୋଟା କାର୍ଯ୍ୟ କରି ନିଜର କୌଳିକ ବୃତ୍ତିକୁ ରକ୍ଷା କରି ପାରିଛନ୍ତି। ଏହି ଟେରାକୋଟା ମାଟିଦୀପ ବଜାରରେ ବହୁ ଚାହିଦା ଥିବା ବେଳେ ଭୂବନେଶ୍ୱର ପ୍ରଦର୍ଶନୀ କୁ ଟେରାକୋଟା ମାଟିଦୀପ ଓ ବିଭିନ୍ନ ଟେରାକୋଟା କାରୁକାର୍ଯ୍ୟ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ବଜାରରେ ଟେରାକୋଟା ମାଟିଦୀପ ର ଚାହିଦା ଥିବା ବେଳେ ଚଳିତଥର ବାତ୍ୟା ଦାନା ର ପ୍ରଭାବ ମୃତିକା କାରୀଗରଙ୍କ ଉପରେ ପ୍ରଭାବ ପଡିଥିବା କହିଛନ୍ତି କୋଠୀ ପଞ୍ଚାୟତ ନୁଣୁକୁଆ ଗ୍ରାମର ନବଘନ ବେହେରା। ଚଳିତବର୍ଷ ଟେରାକୋଟା ମାଟିଦୀପ ର ଚାହିଦା ଥିବା ଥିବା ବେଳେ ବାତ୍ୟା ଦାନା ର ପ୍ରଭାବ ରେ ଟେରାକୋଟା ମାଟିଦୀପ ବଜାର କୁ ଆସିବା ବିଳମ୍ବ ହୋଇଛି। 

ଭୂବନେଶ୍ୱର ପ୍ରଦର୍ଶନୀ ଗତ ୨୨ତାରିଖ ଦିନ ଧାର୍ଯ୍ୟ କରା ଯାଇଥିବା ବେଳେ ବାତ୍ୟା ପ୍ରଭାବ ରେ ଗତ ୨୬ତାରିଖରେ ଉଦଘାଟନ ହୋଇଥିବା ପ୍ରଦର୍ଶନୀ ମେଳାରେ ପ୍ରସ୍ତୁତ ଟେରାକୋଟା ମାଟିଦୀପ କୁ ପଠା ଯାଇଛି। ଆଲୋକର ପର୍ବ ଦୀପାବଳୀ ରେ ଟେରାକୋଟା ର ଚାହିଦା ରହିଥିବାରୁ ନିଜର କୌଳିକ ବୃତ୍ତିକୁ ରକ୍ଷା କରି ଆସୁଥିବା ମାଟି କାର୍ଯ୍ୟରେ ମୃତିକା କାରୀଗରମାନେ ପରିବାର ସହ ଟେରାକୋଟା କାର୍ଯ୍ୟରେ ଲାଗିପଡିଥାନ୍ତି। ତେବେ ଦିନକୁ ଦିନ ଟେରାକୋଟା ସୁନ୍ଦର ସୁନ୍ଦର କାରୁ କାର୍ଯ୍ୟ ଜନସାଧାରଣଙ୍କୁ ଆକର୍ଷିତ କରୁଥିବାରୁ ଦୀପାବଳିରେ ମାଟିଦୀପକୁ ପୁନର୍ବାର ବ୍ୟବହାର କରିଥିବା ଦେଖିବାକୁ ମିଳିଛି।

Read More
{}{}