Hindi News >>Home >>Odisha Trending

School bus Fire: ସ୍କୁଲ୍ ବସରେ ହଠାତ୍ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ୨୫ ଛାତ୍ର ଓ ଶିକ୍ଷକ

School bus Fire: ଥାଇଲ୍ୟାଣ୍ଡର ପରିବହନ ମନ୍ତ୍ରୀ ସୁରିଆ ଜଙ୍ଗରୁଙ୍ଗ୍ରୁଙ୍ଗକିଟ୍ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ସେ କହିଥିଲେ ଯେ ବସ୍‌ରେ ପ୍ରାୟ ୪୪ ଜଣ ଲୋକ ଥିଲେ। ୧୯ ଜଣ କୌଣସି ପ୍ରକାରେ ବସରୁ ଓହ୍ଲାଇବାରେ ସଫଳ ହୋଇଥିଲେ। ବାକି ସମସ୍ତେ ନିଆଁରେ ଫସି ଯାଇଥିଲେ। ଯେଉଁମାନେ ଜୀବନ ବଞ୍ଚାଇବାରେ ବିଫଳ ହୋଇଥିଲେ।ବସ୍‌ରେ ଥିବା ଲୋକମାନେ ସ୍କୁଲ ଯାତ୍ରା ପାଇଁ କେନ୍ଦ୍ରୀୟ ଉଥାଇ ଥାନି ପ୍ରାନ୍ତରୁ ରାଜଧାନୀ ଆୟୁଥୟା ଅଭିମୁଖେ ଯାତ୍ରା କରୁଥିଲେ। ରାଜଧାନୀର ଉତ୍ତର ଉପକଣ୍ଠ ପାଥମ୍ ଥାନିରେ ଏହି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି।

Advertisement
School bus Fire: ସ୍କୁଲ୍ ବସରେ ହଠାତ୍ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ୨୫ ଛାତ୍ର ଓ ଶିକ୍ଷକ
Priyambada Rana|Updated: Oct 01, 2024, 04:03 PM IST
Share

School bus Fire: ଥାଇଲ୍ୟାଣ୍ଡର ଏକ ସ୍କୁଲ ବସ୍‌ରେ ଅଗ୍ନିକାଣ୍ଡରେ ୨୫ ଶିଶୁ ଓ ଶିକ୍ଷକ ଜୀବନ୍ତ ଦଗ୍ଧ ହୋଇଛନ୍ତି। କୁହାଯାଉଛି ଯେ ଏହି ବସ୍ ମଙ୍ଗଳବାର ଦିନ ରାଜଧାନୀ ବ୍ୟାଙ୍କକକ୍ ଉପକଣ୍ଠରେ ଛାତ୍ର ଓ ଶିକ୍ଷକମାନଙ୍କୁ ନେଇ ଯାଉଥିଲା। ହଠାତ୍ ବସରେ ନିଆଁ ଲାଗିଥିଲା। ଯାହା ଫଳରେ ସମସ୍ତେ ନିଆଁରେ ଫସି ଯାଇଥିଲେ। ଅଧିକାରୀଙ୍କ କହିବାନୁସାରେ, ଏହି ଦୁର୍ଘଟଣାରେ ୨୫ ଜଣ ଛାତ୍ର-ଛାତ୍ରୀ ଓ ଶିକ୍ଷକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଦୁର୍ଘଟଣା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯାହା ପରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।

ଥାଇଲ୍ୟାଣ୍ଡର ପରିବହନ ମନ୍ତ୍ରୀ ସୁରିଆ ଜଙ୍ଗରୁଙ୍ଗ୍ରୁଙ୍ଗକିଟ୍ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ସେ କହିଥିଲେ ଯେ ବସ୍‌ରେ ପ୍ରାୟ ୪୪ ଜଣ ଲୋକ ଥିଲେ। ୧୯ ଜଣ କୌଣସି ପ୍ରକାରେ ବସରୁ ଓହ୍ଲାଇବାରେ ସଫଳ ହୋଇଥିଲେ। ବାକି ସମସ୍ତେ ନିଆଁରେ ଫସି ଯାଇଥିଲେ। ଯେଉଁମାନେ ଜୀବନ ବଞ୍ଚାଇବାରେ ବିଫଳ ହୋଇଥିଲେ।ବସ୍‌ରେ ଥିବା ଲୋକମାନେ ସ୍କୁଲ ଯାତ୍ରା ପାଇଁ କେନ୍ଦ୍ରୀୟ ଉଥାଇ ଥାନି ପ୍ରାନ୍ତରୁ ରାଜଧାନୀ ଆୟୁଥୟା ଅଭିମୁଖେ ଯାତ୍ରା କରୁଥିଲେ। ରାଜଧାନୀର ଉତ୍ତର ଉପକଣ୍ଠ ପାଥମ୍ ଥାନିରେ ଏହି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି।
 

 କୁହାଯାଉଛି ଯେ ଅପରାହ୍ନରେ ବସରେ ହଠାତ୍ ନିଆଁ ଲାଗିଥିଲା। ଏହାକୁ ଆୟତ କରିବା ପ୍ରାୟତଃ ଅସମ୍ଭମ ହୋଇପଡ଼ିଥିଲା। ତେବେ ଗୃହମନ୍ତ୍ରୀ ଅନୁତିନ୍ ଚାର୍ନଭିରାକୁଲ ସ୍ପଷ୍ଟ କରିଛନ୍ତି ଯେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ କୁହାଯାଇପାରିବ ନାହିଁ? ବର୍ତ୍ତମାନ ପୋଲିସ ମଧ୍ୟ ତଦନ୍ତ କରୁଛି। ବଞ୍ଚିଥିବା ଲୋକଙ୍କ ସଂଖ୍ୟାକୁ ଆଧାର କରି ଏହି ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବସ୍ ଜଳୁଥିବା ଦେଖାଯାଉଛି।

Read More
{}{}