Home >>Odisha Trending

Veg Thali Cost: ବଢିଲା ପିଆଜ-ଟମାଟୋ ମୂଲ୍ୟ; ମହଙ୍ଗା ହୋଇଗଲା ନିରାମିଶ ଥାଳିର ମୂଲ୍ୟ

Thali Price in India: ବଜାରରେ ପିଆଜ ଏବଂ ଟମାଟୋ ସମେତ ଅନେକ ପନିପରିବା ମୂଲ୍ୟରେ ବୃଦ୍ଧି ହେତୁ ନିରାମିଶ ଥାଳିର ମୂଲ୍ୟ ମହଙ୍ଗା ହୋଇଯାଇଛି। ଅନ୍ୟପକ୍ଷରେ ଆମିଶ ଥାଳିର ମୂଲ୍ୟରେ ୭ ପ୍ରତିଶତ ହ୍ରାସ ହୋଇଛି।

Advertisement
Veg Thali Cost: ବଢିଲା ପିଆଜ-ଟମାଟୋ ମୂଲ୍ୟ; ମହଙ୍ଗା ହୋଇଗଲା ନିରାମିଶ ଥାଳିର ମୂଲ୍ୟ
Zee Odisha Desk|Updated: Apr 05, 2024, 05:31 PM IST
Share

Veg Thali Price: ପୁଣି ଥରେ ବୃଦ୍ଧି ପାଇଛି ନିରାମିଶ ଥାଳିର ମୂଲ୍ୟ। ଶାକାହାରୀ ଲୋକଙ୍କ ପାଇଁ ନିରାମିଶ ଥାଳି ମହଙ୍ଗା ହୋଇଯାଇଛି। ବଜାରରେ ପିଆଜ ଏବଂ ଟମାଟୋ ସମେତ ଅନେକ ପନିପରିବା ମୂଲ୍ୟ ବୃଦ୍ଧି ପାଇବା କାରଣରୁ ନିରାମିଶ ଥାଳି ମହଙ୍ଗା ହୋଇଯାଛି। ଅନ୍ୟପକ୍ଷରେ ଆମିଶ ଥାଳିର ମୂଲ୍ୟ ୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି।

ଘରୋଇ ରେଟିଂ ଏଜେନ୍ସି "କ୍ରିସିଲ୍" (CRISIL) ପକ୍ଷରୁ କୁହାଯାଇଛି ଯେ ପିଆଜ, ଟମାଟୋ ଏବଂ ଆଳୁ ଆଦିର ମୂଲ୍ୟ ବୃଦ୍ଧି ହେତୁ ନିରାମିଶ ଥାଳିର ମୂଲ୍ୟ ୭ ପ୍ରତିଶତ ବୃଦ୍ଧି ପାଇଛି। କିସ୍ରିଲ ମାର୍କେଟ ଇଣ୍ଟେଲିଜେନ୍ସ ଏବଂ ଆନାଲିସିସ୍ ଏହାର ମାସିକ "ଭାତ ରୁଟି ମୂଲ୍ୟ" ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ କୁହାଯାଇଛି ଯେ କୁକୁଡ଼ା ମୂଲ୍ୟରେ ହ୍ରାସ ହେତୁ ଆମିଶ ଥାଳିକ ମୂଲ୍ୟ ୭ ପ୍ରତିଶତ ହ୍ରାସ ପାଇଛି। 

Also Read: Thali Price India: ଶସ୍ତା ହୋଇଗଲା ନିରାମିଶ-ଆମିଶ ଥାଳି; ଖାଦ୍ୟ ସାମଗ୍ରୀ ପାଇଁ ବର୍ତ୍ତମାନ ଖର୍ଚ୍ଚ ହେବ କମ୍ ଟଙ୍କା

 

୨୭.୩ ଟଙ୍କା ହୋଇଗଲା ମୂଲ୍ୟ
ରୁଟି, ତରକାରୀ (ପିଆଜ, ଟମାଟୋ ଏବଂ ଆଳୁ) ଭାତ, ଡାଲି, ଦହି ଏବଂ ସାଲାଡ ରହିଥିବା ଏକ ନିରାମିଶ ଥାଳିର ମୂଲ୍ୟ ମାର୍ଚ୍ଚ ମାସରେ ପ୍ଲେଟ ପିଛା ୨୭.୩ ଟଙ୍କାକୁ ବୃଦ୍ଧି ପାଇଛି। ଗତ ବର୍ଷ ମାର୍ଚ୍ଚ ମାସରେ ଏହାର ମୂଲ୍ୟ ୨୫.୫ ଟଙ୍କା ରହିଥିଲା। ଏହା ସହିତ ଚଳିତ ବର୍ଷ ଫେବୃଆରୀ ମାସରେ ନିରାମିଶ ଥାଳିର ମୂଲ୍ୟ ୨୭.୪ ଟଙ୍କା ରହିଥିଲା। ଯାହା ୨୦୨୪ ମାର୍ଚ୍ଚ ଠାରୁ ଅଧିକ ରହିଥିଲା।

କେତେ ମହଙ୍ଗା ହୋଇଛି ପନିପରିବା ମୂଲ୍ୟ?
ରିପୋର୍ଟ ଅନୁଯାୟୀ ବଜାରରେ ଆଳୁ ଏବଂ ପିଆଜ କମ୍ ଆସିବା କାରଣରୁ ପନିପରିବା ମୂଲ୍ୟ ବୃଦ୍ଧି ପାଇଛି। ବାର୍ଷିକ ଭିତ୍ତିରେ ପିଆଜ, ଟମାଟୋ ଏବଂ ଆଳୁର ମୂଲ୍ୟ ଯଥାକ୍ରମେ ୪୦ ପ୍ରତିଶତ, ୩୬ ପ୍ରତିଶତ ଏବଂ ୨୨ ପ୍ରତିଶତ ବୃଦ୍ଧି ହୋଇଛି। ଆହୁରି ମଧ୍ୟ କୁହାଯାଇଛି ଯେ କମ୍ ଯୋଗାଣ ହେତୁ ଚାଉଳ ମୂଲ୍ୟ ମଧ୍ୟ ବର୍ଷେ ତୁଳନାରେ ବୃଦ୍ଧି ପାଇଛି। ଚାଉଳର ମୂଲ୍ୟ ୧୪ ପ୍ରତିଶତ ଏବଂ ଡାଲିର ମୂଲ୍ୟ ୨୨ ପ୍ରତିଶତ ବୃଦ୍ଧି ପାଇଛି।

Also Read: Thali Price India: ଟମାଟୋ-ପିଆଜ ବିଗାଡ଼ିଲା ନିରାମିଶ ଥାଳି ସ୍ୱାଦ; ଶସ୍ତା ହେଲା ଆମିଶ ମୂଲ୍ୟ

 

କେତେ ରହିଛି ଆମିଶ ଥାଳିର ମୂଲ୍ୟ?
ଯଦି ଆମିଶ ଥାଳିର ମୂଲ୍ୟ କଥା କୁହାୟାଏ ତାହେଲେ ଏହାର ମୂଲ୍ୟ ୫୪.୯ ଟଙ୍କାକୁ ହ୍ରାସ ପାଇଛି। ଯାହା ପୂର୍ବ ବର୍ଷ ତୁଳନାରେ ୫୯.୨ ଟଙ୍କା ରହିଥିଲା। ଫେବୃଆରୀ ମାସରେ ଆମିଶ ଥାଳିର ମୂଲ୍ୟ ୫୪ ଟଙ୍କା ରହିଥିଲା।

ରମଜାନ କାରଣରୁ ବଢିଛି ମୂଲ୍ୟ 
କୁକୁଡ଼ା ମୂଲ୍ୟରେ ୧୬ ପ୍ରତିଶତ ହ୍ରାସ ହୋଇଛି। ଯେଉଁ କାରଣରୁ ଆମିଶ ଥାଳିର ମୂଲ୍ୟ ଶସ୍ତା ହୋଇଛି। ବର୍ଷକୁ ବର୍ଷ ଆମିଶ ଥାଳିର ମୂଲ୍ୟ ହ୍ରାସ ହେବାର ମୁଖ୍ୟ କାରଣ ହେଉଛି କୁକୁଡ଼ା ମୂଲ୍ୟ ହ୍ରାସ ପାଇବା। ଯଦି ଆମେ କୁକୁଡ଼ା ମୂୱ୍ୟକୁ ଫେବୃଆରୀ ମାସ ସହିତ ତୁଳନା କରାଯାଏ, ତାହେଲେ ରମଜାନ ମାସ ଆରମ୍ଭ ଏବଂ ଅଧିକ ଚାହିଦା ହେତୁ କୁକୁଡ଼ା ମୂଲ୍ୟରେ ୫ ପ୍ରତିଶତ ବୃଦ୍ଧି ହୋଇଛି।

 

Read More
{}{}