Home >>Odisha Trending

Year Ender 2023: ୨୦୨୩ରେ ଚର୍ଚ୍ଚାରେ ଥିଲା ଏହି ସେଲିବ୍ରିଟିମାନଙ୍କ ବିବାହ, ବିବାଦରେ ଥିଲା ଏହି କଳାକାରଙ୍କ ବିବାହ..

Year Ender 2023: ଚଳିତ ବର୍ଷ ଅର୍ଥାତ ୨୦୨୩ରେ ଅନେକ ବଲିଉଡ କଳାକାର ହାତକୁ ଦୁଇ ହାତ ହୋଇଛନ୍ତି। ୨୦୨୩ ମସିହାରେ ବିବାହ କରିଥିବା କଳାକାରଙ୍କ ତାଲିକାରେ କିଆରା ଆଡଭାନୀଙ୍କ ଠାରୁ ପରିଣୀତି ଚୋପ୍ରା ପର୍ଯ୍ୟନ୍ତଙ୍କ ନାଁ ରହିଛି। ଆଜି ଆମେ ସେହି ସେଲିବ୍ରିଟିମାନଙ୍କ ବିଷୟରେ ଆଲୋଚନା କରିବା ଯେଉଁମାନେ ଚଳିତ ବର୍ଷ ବିବାହ କରି ବହୁତ୍ ଚର୍ଚ୍ଚାରେ ରହିଛନ୍ତି। 

Advertisement
Year Ender 2023: ୨୦୨୩ରେ ଚର୍ଚ୍ଚାରେ ଥିଲା ଏହି ସେଲିବ୍ରିଟିମାନଙ୍କ ବିବାହ, ବିବାଦରେ ଥିଲା ଏହି କଳାକାରଙ୍କ ବିବାହ..
Priyambada Rana|Updated: Dec 20, 2023, 02:56 PM IST
Share

Year Ender 2023: ଚଳିତ ବର୍ଷ ଅର୍ଥାତ ୨୦୨୩ରେ ଅନେକ ବଲିଉଡ କଳାକାର ହାତକୁ ଦୁଇ ହାତ ହୋଇଛନ୍ତି। ୨୦୨୩ ମସିହାରେ ବିବାହ କରିଥିବା କଳାକାରଙ୍କ ତାଲିକାରେ କିଆରା ଆଡଭାନୀଙ୍କ ଠାରୁ ପରିଣୀତି ଚୋପ୍ରା ପର୍ଯ୍ୟନ୍ତଙ୍କ ନାଁ ରହିଛି। ଆଜି ଆମେ ସେହି ସେଲିବ୍ରିଟିମାନଙ୍କ ବିଷୟରେ ଆଲୋଚନା କରିବା ଯେଉଁମାନେ ଚଳିତ ବର୍ଷ ବିବାହ କରି ବହୁତ୍ ଚର୍ଚ୍ଚାରେ ରହିଛନ୍ତି। 

ଚଳିତ ବର୍ଷ ଖୁବ୍ ଚର୍ଚ୍ଚାରେ ରହିଛି ନିକଟରେ ବିବାହ କରିଥିବା  ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଓ ତାଙ୍କ ପତ୍ନୀ ଲିନ ଲୈଶରାମ। ମଣିପୁରୀ ରୀତିନୀତି ଅନୁଯାୟୀ ଉଭୟ ଇମ୍ଫାଲରେ ବିବାହ କରିଥିଲେ। ଯାହାର କିଛି ଭିଡିଓ ଏବେ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାରତୀୟ ପରମ୍ପରାକୁ ଅନୁସରଣ କରି କରାଯାଇଥିବା ଏହି ସାଧାସିଧା ବିବାହକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି।

ସେହିପରି ଚଳିତ ବର୍ଷ ସେପ୍ଟେମ୍ବର ମାସରେ ହାତକୁ ଦୁଇ ହାତ ହୋଇଛନ୍ତି ଅଭିନେତ୍ରୀ ପରିଣୀତି ଚୋପ୍ରା( Parineeti Chopra) ଏବଂ ଆପ ସାଂସଦ ରାଘବ ଚଡ୍ଡା। ରାଜକୀୟ ଅନ୍ଦାଜରେ ରାଜସ୍ଥାନ(Rajasthan) ଉଦୟପୁରର ଲୀଲା ପ୍ୟାଲେସରେ ଏମାନଙ୍କ ବିବାହ ହୋଇଥିଲା।ଏହି ଯୋଡ଼ିଙ୍କ ବିବାହ ପରେ ଖୁବ୍ ରାଜନୈତିକ ଚର୍ଚ୍ଚା ଆଲୋଚନା ଚାଲିଥିଲା, ଏଥି ସହ ଏମାନଙ୍କର ସୁନ୍ଦର ଫଟୋକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ।

୨୦୨୩ରେ ଖୁବ୍ ଚର୍ଚ୍ଚାରେ ରହିଥିଲା ସୁନିଲ୍ ସେଟ୍ଟୀଙ୍କ ସୁପୁତ୍ରୀ ଆଥିୟା ସେଟ୍ଟୀ ଓ ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲଙ୍କ ବିବାହ। ସୋସିଆଲ ମିଡିଆରେ ଏ କପୁଲଙ୍କ ଭିଡିଓ ଓ ଫଟୋ ଭାଇରାଲ ହୋଇଥିଲା।ଯାହାକୁ ଲୋକମାନଙ୍କ ଠାରୁ ଢଏର ସାରା ଭଲ ପାଇବା ମିଳିଥିଲା।

ଚଳିତ ବର୍ଷ ଡିସେମ୍ବର ୧୧ ତାରିଖରେ ବଲିଉଡ଼ର ଜଣାଶୁଣା କୋରିଓଗ୍ରାଫର ମୁକ୍ତି ମୋହନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ପ୍ରେମିକ କୁନାଲ ଠାକୁରଙ୍କ ହାତ ଧରିଛନ୍ତି ମୁକ୍ତି । ତେବେ ଉଭୟଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବିବାହ ଦିନ ମୁକ୍ତି ମୋହନ ଏକ ପିସ୍ତାଲ କଲର ଲେହେଙ୍ଗାରେ ବେଶ ସୁନ୍ଦର ଦେଖାଯାଉଥିଲେ । ମୁକ୍ତି ଓ କୁନାଲ ନିଜ ବିବାହ ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

୨୦୨୩ରେ ଖୁବ୍ ବିବାଦରେ ରହିଥିଲା ଅଭିନେତ୍ରୀ ସ୍ୱରା ଭାଷ୍କରଙ୍କ ବିବାହ। ଚଳିତ ବର୍ଷ ଫେବୃଆରୀ ୧୬ ତାରିଖରେ ସମାଜବାଦୀ ପାର୍ଟିର ନେତା ଫହାଦ ଅହମ୍ମଦଙ୍କ (fahad ahmad) ସହ କୋର୍ଟ ମ୍ୟାରେଜ କରିଥିଲେ ସ୍ବରା । ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା।  ତାଙ୍କ ବିବାହ ଖବର ସାମ୍ନାକୁ ଆସିବା ପରେ ଅଭିନେତ୍ରୀଙ୍କୁ ବହୁତ ଟ୍ରୋଲ ମଧ୍ୟ କରାଯାଇଥିଲା। ଏହା ପେର ଫୁଣି ଥରେ ଦୁହେଁ ପରପ୍ପର ସହିତ ହିନ୍ଦୁ ରିତିନୀତି ଅନୁସାରେ ବିବାହ ବିବାହ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। 

Also Read: 2023 top 10 flop film: ପରିଶ୍ରମ ସତ୍ତ୍ୱେ ଫ୍ଲପ ହୋଇଥିଲା ଏହି ସବୁ ବିଗ୍ ବଜେଟ୍ ସିନେମା

Read More
{}{}