Home >>Odisha Trending

Vegetable Price: ପିଆଜ ଟମାଟୋ ପରେ ବଢିଲା ସବୁଜ ପରିବା ଦର, ଜାଣନ୍ତୁ କାରଣ

ବର୍ତ୍ତମାନ ଦେଶର ବିଭିନ୍ନ ବଜାରରେ ଧନିଆର ଖୁଚୁରା ଦର ୨୦୦ରୁ ୩୦୦ ଟଙ୍କା କେଜି ପ୍ରତି ବିକ୍ରି କରାଯାଉଛି । ସେହିପରି ରସୁଣ ୩୦୦ ରୁ ୪୦୦ ଟଙ୍କା, ସବୁଜ ମଟର କିଲୋଗ୍ରାମ ପ୍ରତି ୨୦୦ ରୁ ୨୪୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି କଞ୍ଚାଲଙ୍କା, କୋବି, ପାଳଙ୍ଗ, ପୋଟଳ କେଜି ପ୍ରତି ୬୦ରୁ ୮୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। କେବଳ ସେତିକି ନୁହେଁ, ଲୋକମାନେ ଆଳୁ, ପିଆଜ ଏବଂ ଟମାଟୋ ଦର ବୃଦ୍ଧି କାରଣରୁ ଚିନ୍ତାରେ ଅଛନ୍ତି । ବଜାରରେ ଟମାଟୋର ମୂଲ୍ୟ କିଲୋଗ୍ରାମ ପିଛା ୫୦ ରୁ ୬୦ ଟଙ୍କା ଏବଂ ପିଆଜର ମୂଲ୍ୟ ୬୦ ରୁ ୭୦ ଟଙ୍କା ପର୍ଯ୍ୟନ୍ତ ରହିଛି।

Advertisement
Vegetable Price: ପିଆଜ ଟମାଟୋ ପରେ ବଢିଲା ସବୁଜ ପରିବା ଦର, ଜାଣନ୍ତୁ କାରଣ
Soubhagya Ranjan Mishra|Updated: Oct 01, 2024, 08:49 PM IST
Share

Vegetable Price: ଦେଶରେ ପାର୍ବଣକୁ ନେଇ ବିଭିନ୍ନ ପ୍ରସ୍ତୁତି ଚାଲିଥିବା ସମୟରେ ସାଧାରଣ ଲୋକଙ୍କୁ ବର୍ତ୍ତମାନ ମୁଦ୍ରାସ୍ଫୀତିର ଝଟକାର ସାମ୍ନା କରିବାକୁ ପଡୁଛି । ଗୋଟିଏ ପଟେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବଜାରରେ ସବୁଜ ପନିପରିବା ମୂଲ୍ୟରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳୁଛି। ପିଆଜ, ଟମାଟୋ ସହିତ ଧନିଆ, କ୍ୟାପସିକମ୍ ଭଳି ସାଧାରଣ ପନିପରିବା ମୂଲ୍ୟରେ ବୃଦ୍ଧି ଘଟୁଛି ।

ବର୍ତ୍ତମାନ ଦେଶର ବିଭିନ୍ନ ବଜାରରେ ଧନିଆର ଖୁଚୁରା ଦର ୨୦୦ରୁ ୩୦୦ ଟଙ୍କା କେଜି ପ୍ରତି ବିକ୍ରି କରାଯାଉଛି । ସେହିପରି ରସୁଣ ୩୦୦ ରୁ ୪୦୦ ଟଙ୍କା, ସବୁଜ ମଟର କିଲୋଗ୍ରାମ ପ୍ରତି ୨୦୦ ରୁ ୨୪୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି କଞ୍ଚାଲଙ୍କା, କୋବି, ପାଳଙ୍ଗ, ପୋଟଳ କେଜି ପ୍ରତି ୬୦ରୁ ୮୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। କେବଳ ସେତିକି ନୁହେଁ, ଲୋକମାନେ ଆଳୁ, ପିଆଜ ଏବଂ ଟମାଟୋ ଦର ବୃଦ୍ଧି କାରଣରୁ ଚିନ୍ତାରେ ଅଛନ୍ତି । ବଜାରରେ ଟମାଟୋର ମୂଲ୍ୟ କିଲୋଗ୍ରାମ ପିଛା ୫୦ ରୁ ୬୦ ଟଙ୍କା ଏବଂ ପିଆଜର ମୂଲ୍ୟ ୬୦ ରୁ ୭୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ବର୍ଷା ଋତୁରେ ପନିପରିବା ଦର ସାଧାରଣତଃ ବୃଦ୍ଧି ପାଇଥାଏ କାରଣ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଏବଂ ବନ୍ୟା ହେବା କାରଣରୁ ଅମଳ ପ୍ରଭାବିତ ହୋଇଥାଏ । ଏଥିସହ ପରିବହନରେ ବ୍ୟାଘାତ ହେତୁ ପନିପରିବା ଦର ମଧ୍ୟ ବୃଦ୍ଧି ପାଇଥାଏ । ଚଳିତ ବର୍ଷ ଅତ୍ୟଧିକ ବିଭିନ୍ନ ସ୍ଥାନରେ ବର୍ଷା ଏବଂ ବନ୍ୟା କାରଣରୁ ଫସଲ କ୍ଷତି ହୋଇଛି ।

ବୃହତ୍ତମ ପନିପରିବା ଏବଂ ଫଳ ହୋଲସେଲ ବଜାର ଆଜାଦପୁର ମଣ୍ଡିର ବ୍ୟବସାୟୀଙ୍କ କହିବାନୁଯାୟୀ, ଗତ ୧ ମାସ ମଧ୍ୟରେ ପନିପରିବା ଦର ବୃଦ୍ଧି ପାଇଛି  । ଅଧିକ ବର୍ଷା କାରଣରୁ ଫସଲ ନଷ୍ଟ ହେବା ସହ ଯାତାୟତ ମଧ୍ୟ ପ୍ରଭାବିତ ହୋଇଛି । ଗତ ଦୁଇ ସପ୍ତାହ ମଧ୍ୟରେ ବଜାରକୁ କମ ପରିବା ଆସୁଛି । ଯେଉଁ କାରଣରୁ ମୂଲ୍ୟ ବୃଦ୍ଧି ଦେଖାଯାଉଛି।

ଓଡ଼ିଶା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ଭଳି ପ୍ରମୁଖ ଉତ୍ପାଦନକାରୀ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଏହି ମୂଲ୍ୟ ବୃଦ୍ଧି ଘଟିଛି। ପନିପରିବା ବିକ୍ରେତାଙ୍କ ଅନୁଯାୟୀ, ବର୍ଷା ଋତୁ ପରେ ନୂଆ ପନିପରିବା ବଜାରକୁ ଆସିଲେ ଯାଇ ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି।

Also Read- RG Kar Case: ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କଲେ ଡାକ୍ତର

Also Read- ଚୂଡ଼ାନ୍ତ ହେଉଛି ଆୟୁଷ୍ମାନ ଭାରତ, ଲାଭ ପାଇବେ ୧ କୋଟି

Read More
{}{}