Hindi News >>Home >>Odisha Trending

Train Cancelled: ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବନ୍ୟା, ଏହିସବୁ ଟ୍ରେନ ରହିବ ବାତିଲ

ଭୁବନେଶ୍ୱର: ଲଗାଣ ବର୍ଷା ହେତୁ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ୧୭ ହଜାର ଲେକାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଇଛି। ବିଭିନ୍ନ ସ୍ଥାନ ଦେଇ ଯାଇଥିବା ରେଳଧାରଣା ଉପରେ ପାଣି ଜମିବା ହେତୁ ରେଳ ଚଳାଚଳ ବ୍ୟାହତ ହୋଇଛି। ପୂର୍ବତଟ ରେଳବାଇ ସୂଚନା ଅନୁସାରେ ଏ

Advertisement
Train Cancelled: ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବନ୍ୟା, ଏହିସବୁ ଟ୍ରେନ ରହିବ ବାତିଲ
Prabhudatta Moharana|Updated: Sep 02, 2024, 08:13 AM IST
Share

Train Cancelled: ଭୁବନେଶ୍ୱର: ଲଗାଣ ବର୍ଷା ହେତୁ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ୧୭ ହଜାର ଲେକାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଇଛି। ବିଭିନ୍ନ ସ୍ଥାନ ଦେଇ ଯାଇଥିବା ରେଳଧାରଣା ଉପରେ ପାଣି ଜମିବା ହେତୁ ରେଳ ଚଳାଚଳ ବ୍ୟାହତ ହୋଇଛି। ପୂର୍ବତଟ ରେଳବାଇ ସୂଚନା ଅନୁସାରେ ଏହି ଦୁଇ ରାଜ୍ୟ ଦେଇ ବା ଏହି ଦୁଇ ରାଜ୍ୟର ବିଭିନ୍ନ ସ୍ଥାନକୁ ସଂଯୋଗ କରୁଥିବା ୨୧ଟି ଟ୍ରେନ ଚଳାଚଳ ବ୍ୟାହତ ହୋଇଛି। ଆଜି ୯ ଟ୍ରନ୍‍ ବାତିଲ ହୋଇଛି। ଜାଣି ରଖନ୍ତୁ କେଉଁ ଟ୍ରେନ ରହିବ ବାତିଲ। 

1. ପୂର୍ବତଟ ରେଳବାଇ ସୂଚନା ଅନୁସାରେ ଆଜି ୧୭୦୧୫ ଭୁବନେଶ୍ୱର- ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସକୁ ବାତିଲ କରାଯାଇଛି। ଭୁବନେଶ୍ୱରରୁ ଆଜି ଏହି ଟ୍ରେନ ଆରମ୍ଭ ହୋଇଥାଆନ୍ତା।
2. ସେହିପରି ୧୮୪୬୩- ଭୁବନେଶ୍ୱର ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ, 
3. ଭୁବନେଶ୍ୱର -ମୁମ୍ବାଇ କୋଣାର୍କ ଏକ୍ସପ୍ରେସ  ବାତିଲ ହୋଇଛି। 
4. ୨୦୮୦୫ ସମ୍ବଲପୁର-ନାନ୍ଦେଡ଼ ଏକ୍ସପ୍ରେସକୁ ଆଜି ବାତିଲ କରାଯାଇଛି। ଏହା ଆଜି ସମ୍ବଲପୁରରୁ ଯାତ୍ରା ଆରମ୍ଭ କରିବାକୁ ଥିଲା। 
5. ୧୨୭୦୩ ହାଓ୍ୱଡ଼ା- ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ, 
6. ୨୨୮୬୩-ହାଓ଼୍ୱଡ଼ା-ଏସ୍‍ଏମ୍‍ଭି ବେଙ୍ଗାଲୁରୁ ସୁପର ଫାଷ୍ଟ ଏକ୍ସପ୍ରେସ
7. ଶାଲିମାରରୁ ଯାତ୍ରା ଆରମ୍ଭ କରିବାକୁ ଥିବା ୧୮୦୪୫- ଶାଲିମାର-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ 
8. ଟାଟା ନଗରରୁ ଯାତ୍ରା ଆରମ୍ଭ କରିବାକୁ ଥିବା ୧୮୧୮୯-ଟାଟା ନଗର-ଏର୍ନାକୁଲମ ଏକ୍ସପ୍ରେସ,
9. ବିଶାଖାପାଟନମ- ମଛଲୀପଟନମ୍‍ ଟ୍ରେନ ପ୍ରଭୃତି ୬ ଟ୍ରେନକୁ ଆଜି ବାତିଲ କରାଯାଇଛି।

Read More
{}{}