Home >>Odisha Trending

Old One Rupees Note: ଆପଣଙ୍କ ପାଖରେ ଅଛି କି ଏପରି ୧ ଟଙ୍କିଆ ପୁରୁଣା ନୋଟ୍? ପାଇପାରିବେ ୭ ଲକ୍ଷ ଟଙ୍କା

Old One Rupees Note: ବ୍ରିଟିଶ ଯୁଗରୁ ଆପଣଙ୍କର ଏକ ପୁରୁଣା ଟଙ୍କିଆ ନୋଟ୍ ମଧ୍ୟ ଅଛି କି? ଯଦି ହଁ, ତେବେ ଏହା ଆପଣଙ୍କୁ ଲକ୍ଷାଧିକ ଟଙ୍କା ଆଣି ଦେଇପାରେ। ପୁରୁଣା ମୁଦ୍ରା ଏବଂ ନୋଟ୍ ପ୍ରେମୀମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହେଉଛି। ତଣୁ ଏହାର ଚାହିଦା ବୃଦ୍ଧି ପାଇଛି।  

Advertisement
Old One Rupees Note
Old One Rupees Note
Jagdish Barik|Updated: Nov 07, 2024, 04:50 PM IST
Share

Old One Rupees Note: ଆପଣଙ୍କ ପାଖରେ ବ୍ରିଟିଶ ଯୁଗର ଏକ ପୁରୁଣା ଟଙ୍କିଆ ନୋଟ୍ ଅଛି କି? ଯଦି ହଁ, ତେବେ ଏହା ଆପଣଙ୍କୁ ଲକ୍ଷାଧିକ ଟଙ୍କା ଆଣି ଦେଇପାରେ। ପୁରୁଣା ଟଙ୍କା ଏବଂ ମୁଦ୍ରା ପ୍ରେମୀମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହେଉଛି, କାରଣ ନିକଟରେ ପୁରୁଣା ନୋଟ୍ ଏବଂ ମୁଦ୍ରାର ଚାହିଦା ବହୁତ ବୃଦ୍ଧି ପାଇଛି। ଅନଲାଇନ୍ ନିଲାମରେ କିଛି ଲୋକ ପୁରୁଣା ନୋଟ୍ ଏବଂ ଟଙ୍କିକିଆ କିମ୍ବା ଦୁଇ ଟଙ୍କାର ମୁଦ୍ରା ପାଇଁ ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରୁଛନ୍ତି। ଏକ ଟଙ୍କିଆ ନୋଟ୍ ୨୦୦ ରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନଲାଇନରେ ବିକ୍ରି ହେଉଛି। ଏକ ଟଙ୍କିଆ ନୋଟ୍ ବଦଳରେ ଆପଣ କେତେ ଟଙ୍କା ପାଇବେ ତାହା ଏକ ଟଙ୍କିଆ ନୋଟ୍ କେତେ ପୁରୁଣା ଏବଂ ଅନନ୍ୟ ତାହା ଉପରେ ନିର୍ଭର କରିଥାଏ।

୨୦୦ ରୁ ୭ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ୧ ଟଙ୍କିଆ ନୋଟ୍
Coin Bazaar ପରି ଅନଲାଇନ୍ ପ୍ଲାଟଫର୍ମରେ ଏହା ଦେଖାଯାଉଛି, ଯେଉଁଠାରେ ସଂଗ୍ରହକାରୀମାନେ ସେମାନଙ୍କର ପୁରୁଣା ନୋଟ୍ ଏବଂ ମୁଦ୍ରାକୁ ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି। କୁହାଯାଉଛି ଯେ ପୁରୁଣା ଏକ ଟଙ୍କିଆ ନୋଟ୍ ବଦଳରେ ଆପଣଙ୍କୁ ଅନଲାଇନ୍ ନିଲାମରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରେ।

କାହିଁକି ଏକ ଟଙ୍କିଆ ନୋଟ୍ ଏତେ ଅଧିକ ମୂଲ୍ୟରେ ବିକ୍ରି ହେଉଛି?
ଏହାର କାରଣ ଏହାର ଐତିହାସିକ ଗୁରୁତ୍ୱରେ ଅଛି। ପ୍ରାୟ ୨୯ ବର୍ଷ ପୂର୍ବେ ଭାରତ ସରକାର ଏକ ଟଙ୍କିଆ ନୋଟ ଛାପିବା ବନ୍ଦ କରିଦେଇଥିଲେ। ଯଦିଓ ୨୦୧୫ ରେ ନରେନ୍ଦ୍ର ମୋଦୀ ସରକାରଙ୍କ ସମୟରେ ପୁନର୍ବାର ଏକ ଟଙ୍କିଆ ନୋଟ୍ ଛାପାଯାଇଥିଲେ ତଥାପି ସଂଗ୍ରହକାରୀଙ୍କ ମଧ୍ୟରେ ସ୍ୱାଧୀନତା ପୂର୍ବର କିଛି ବିଶେଷ ନୋଟ୍ ପାଇଁ କୌତୁହଳତା ରହିଛି।

ଏହି ଏକ ଟଙ୍କିଆ ନୋଟ୍ ନିଲାମରେ ମିଳୁଛି ୭ ଲକ୍ଷ ଟଙ୍କା
ବ୍ରିଟିଶ ଇଣ୍ଡିଆ ତରଫରୁ ୧୯୩୫ ମସିହାରେ ଜାରି ହୋଇଥିବା ଏହା ଏକ ବିରଳ ଟଙ୍କିକିଆ ନୋଟ୍। ଯେଉଁଥିରେ ତତ୍କାଳୀନ ଗଭର୍ନର ଜେ ଡବ୍ଲ୍ୟୁ ହସ୍ତାକ୍ଷର ରହିଛି। ଏହା ପ୍ରାୟ ୮୦ ବର୍ଷ ପୁରୁଣା ନୋଟ୍। ଏହାର ବିରଳତା ଏବଂ ଐତିହାସିକ ଗୁରୁତ୍ୱ ଯୋଗୁଁ ନିଲାମରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ଦେଇପାରେ। ଆପଣ ଯଦି ନିଜ ପାଖରେ ଥିବା ପୁରୁଣା ନୋଟ୍ ଏବଂ ମୁଦ୍ରା ବିକ୍ରୟ କରିବାକୁ ଚାହୁଁଛନ୍ତି ତେବେ ଆପଣ Coin Bazaar ଏବଂ Quikr ପରି ଅନଲାଇନ୍ ପ୍ଲାଟଫର୍ମରେ ନିଲାମରେ ଅଂଶଗ୍ରହଣ କରିପାରିବେ। ମନେରଖନ୍ତୁ ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଆନୁଷ୍ଠାନିକ ଭାବରେ ପୁରୁଣା ନୋଟ୍ ଏବଂ ମୁଦ୍ରା କିଣା ବିକା କରିବାକୁ ଅନୁମତି ଦିଏ ନାହିଁ।

Read More
{}{}