Kalyan banerjee On Mahua Moitra: ତୃଣମୂଳ କଂଗ୍ରେସ (ଟିଏମସି)ର ଦୁଇ ବରିଷ୍ଠ ସାଂସଦ ମହୂଆ ମୈତ୍ରା ଓ କଲ୍ୟାଣ ବାନାର୍ଜୀ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କୋଲକାତା ଲ’ କଲେଜ ଗଣଦୁଷ୍କର୍ମ ମାମଲାରେ କଲ୍ୟାଣ ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟ ପରେ ଏହି ବିବାଦ ସାମ୍ନାକୁ ଆସିଛି। କିନ୍ତୁ ଏବେ ବିବାଦ ବ୍ୟକ୍ତିଗତ ଅଭିଯୋଗରେ ପହଞ୍ଚିଛି। କଲ୍ୟାଣ ବାନାର୍ଜୀ କହିଛନ୍ତି, "ସେ ୪୦ ବର୍ଷର ବିବାହ ଭାଙ୍ଗି ଦେଇଛନ୍ତି, ଏବେ ସେ ମୋତେ ନୈତିକତା ଶିଖାଉଛନ୍ତି!"
କଲ୍ୟାଣ ବାନାର୍ଜୀ ସିଧାସଳଖ ମହୂଆ ମୌତ୍ରାଙ୍କ ବୈବାହିକ ଜୀବନ ଉପରେ ଟାର୍ଗେଟ୍ କରି କହିଛନ୍ତି, "ମହୁଆ ନିଜ ହନିମୁନରୁ ଫେରି ମୋ ସହିତ ଝଗଡ଼ା କରିବାକୁ ଆସି ଯାଇଛନ୍ତି! ମୋତେ ମହିଳା ବିରୋଧୀ କହୁଛନ୍ତି? ସେ ଏକ ୪୦ ବର୍ଷର ବିବାହ ଭାଙ୍ଗି ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ସେ କ'ଣ ସେହି ମହିଳାଙ୍କୁ ଆଘାତ ଦେଇ ନାହାଁନ୍ତି?"
କହି ରଖୁଛୁ ଯେ ମହୂଆ ମୌତ୍ରା ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ବିବାହ କରିଛନ୍ତି। କଲ୍ୟାଣ ବାନାର୍ଜୀ କହିଛନ୍ତି, "ନୀତିଶାସ୍ତ୍ର ଉଲ୍ଲଂଘନ ପାଇଁ ସଂସଦରୁ ବହିଷ୍କୃତ ହୋଇଥିବା ସାଂସଦ ମୋତେ ଜ୍ଞାନ ଦେଉଛନ୍ତି! ସେ ସବୁଠାରୁ ବଡ଼ ମହିଳା ବିରୋଧୀ। ସେ କେବଳ ନିଜର ଭବିଷ୍ୟତ ଏବଂ ଟଙ୍କା କିପରି ରୋଜଗାର କରିବେ ତାହା ଜାଣନ୍ତି।"
In another desperate distraction tactic, TMC MP Kalyan Banerjee has now stooped to attacking his own colleague, calling Mahua Moitra a gold digger.
Let’s be clear: the BJP has nothing to do with the Trinamool Congress’s internal feuds. This is just Mamata Banerjee’s latest… pic.twitter.com/pGtAISLKbe
— Amit Malviya (@amitmalviya) June 29, 2025
କଲକାତା ଲ’ କଲେଜ ଗଣଦୁଷ୍କର୍ମ ମାମଲା ଉପରେ ମନ୍ତବ୍ୟ ଦେବା ସମୟରେ କଲ୍ୟାଣ ବାନାର୍ଜୀ ଦୁଷ୍କର୍ମ ପୀଡିତାକୁ କାଠଗଡାକୁ ଆଣି କିଛି ବିବାଦୀୟ ବୟାନ ଦେଇଥିଲେ। ଯେତେବେଳେ ତୃଣମୂଳ କଂଗ୍ରେସ କହିଲା ଯେ କଲ୍ୟାଣ ବାନାର୍ଜୀଙ୍କ ମନ୍ତବ୍ୟ ବ୍ୟକ୍ତିଗତ, ମହୂଆ ମୋଇତ୍ରା ଦଳର ସରକାରୀ ବୟାନକୁ ଟ୍ୟାଗ୍ କରି ଲେଖିଥିଲେ, "ଭାରତରେ ମହିଳା ବିରୋଧୀତା ଦଳୀୟ ସୀମା ଅତିକ୍ରମ କରେ। କିନ୍ତୁ ଏହା ଟିଏମସିର ବିଶେଷତ୍ୱ ଯେ ଆମେ ଏପରି ଘୃଣ୍ୟ ମନ୍ତବ୍ୟକୁ ନିନ୍ଦା କରୁ, ସେ ଯିଏ ବା ହେଉ।"
ଏହି ଦୁଇ ନେତା ପୂର୍ବରୁ ୪ ଏପ୍ରିଲ ୨୦୨୫ରେ ନିର୍ବାଚନ କମିଶନ କାର୍ଯ୍ୟାଳୟରେ ମୁହାଁମୁହିଁ ହୋଇଥିଲେ। ସେହି ସମୟରେ ମହୂଆଙ୍କ ନାମ ଟିଏମସି ସ୍ମାରକପତ୍ରରୁ ହଟାଇ ଦିଆଯାଇଥିଲା, ଯାହା ଉପରେ ସେ ରାଗିଯାଇ ସୁରକ୍ଷା କର୍ମୀଙ୍କୁ 'ତାଙ୍କୁ ଗିରଫ କରିବାକୁ' କହିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହା ପରେ, ଏକ ହ୍ୱାଟ୍ସଆପ୍ ଚାଟ୍ ଲିକ୍ ହୋଇଥିଲା ଯେଉଁଥିରେ କଲ୍ୟାଣ ବାନାର୍ଜୀ ମହୂଆଙ୍କୁ "ବହୁମୁଖୀ ଆନ୍ତର୍ଜାତୀୟ ମହିଳା" ବୋଲି କହି ତାଚ୍ଛଲ୍ୟ କରିଥିଲେ।