Solar Eclipse: ଭୁବନେଶ୍ୱର: ବର୍ଷର ଶେଷ ସୂର୍ଯ୍ୟପରାଗ ଆଜି ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁସାରେ ରାତି ୯ଟା ୧୩ରୁ ଆରମ୍ଭ ହେ ଏହି ମହାଜାଗତିକ ଘଟଣା। ଭୋର ୩ଟା ୧୭ ମିନିଟରେ ଏହା ଶେଷ ହେବ। ଅର୍ଥାତ୍ ଦେଶର କୌଣସି ଜନତା ଏହାର ସାକ୍ଷୀ ହୋଇପାରିବେ ନାହିଁ। ପୃଥିବୀର ପୂର୍ବ ପ୍ରାନ୍ତରେ ଥିବା ଦେଶ ବିଶେଷକରି ଦକ୍ଷିଣ ଆମେରିକୀୟ ଦେଶ, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକା ଆର୍କଟିକ, ଆଣ୍ଟାର୍କଟିକା, ବୋକା ଆଇଲ୍ୟାଣ୍ଡ, ଫ୍ରେଞ୍ଚ ପଲିନେସିଆ, ଉତ୍ତର ଆମେରିକାର ଦକ୍ଷିଣ ଭାଗର ନାଗରିକଙ୍କ ଲାଗି ଏହା ଦୃଶ୍ୟମାନ ହେବ।
ଏହି ମହାଜାଗତିକ ଦୃଶ୍ୟ ହେଉଛି ସୌର ମଣ୍ଡଳର ଏକ ବାର୍ଷିକ କାର୍ଯ୍ୟକ୍ରମ। ଯେତେବେଳେ ଚନ୍ଦ୍ରମା ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟ ଦେଇ ଗତି କରିଥାଏ ସେତେବଳେ ଏହି ଦୃଶ୍ୟ ଦେଖିବାକୁ ମିଳେ। ପୁଣି ଚୂନ୍ଦ୍ରମାର ପଦକ୍ଷଣ ପଥ ସମ୍ପୂର୍ଣ୍ଣ ଗୋଲାକାର ନହୋଇ ଚେପଟା ହୋଇଥିବାରୁ ବିଭିନ୍ନ ସମୟରେ ସମ୍ପୂର୍ଣ୍ଣ ସୂର୍ଯ୍ୟ ଆଢ଼ୁଆଳରେ ରହି ନଥାଆନ୍ତି। ସେଥିଲାଗି ଏକ ରିଂ ସୃଷ୍ଟି ହୋଇଥାଏ, ଯାହାକୁ ରିଂ ଅଫ୍ ଫାୟାର କହନ୍ତି।