what is total solar eclipse: ପିଲାଦିନେ ଆମେ ବିଦ୍ୟାଳୟରେ ପଢିଛେ ପୃଥିବୀ ହେଉଛି ସୌର ମଣ୍ଡଳର ଏକ ଗ୍ରହ। ଯିଏ ସୂର୍ଯ୍ୟ ଚାରିପାଖରେ ଘୂରି ବୁଲିଥାଏ। ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ରହିଛି ତାହା ହେଉଛି ଚନ୍ଦ୍ର। ପୃଥିବୀ ସୂର୍ଯ୍ୟ ଚାରିପାଖରେ ଘୂରୁଥିବା ବେଳେ ଚନ୍ଦ୍ର ଅନେକ ସମୟରେ ପୃଥିବୀ-ସୂର୍ଯ୍ୟ ମଧ୍ୟରେ ଆସିଥାଏ। ଯେଉଁ କାରଣରୁ ସୂର୍ଯ୍ୟ ପୃଥିବୀ ବାସୀଙ୍କ ଲାଗି ଅଦୃଶ୍ୟ ହୋଇଯାଏ। ଯେତେବେଳେ ଏଭଳି ପରିସ୍ଥିତି ଉପୁଜେ ସେତେବେଳେ ଏହାକୁ ସୂର୍ଯ୍ୟପରାଗ କୁହାଯାଏ। ଏଭଳି ପରିସ୍ଥିତିରେ ସୂର୍ଯ୍ୟଙ୍କୁ ପୃଥିବୀ ପୃଷ୍ଠରୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଦେଖିବା ସମ୍ଭବ ହୁଏ ନୁହେଁ। ଏପରି ପରିସ୍ଥିତିରେ ଚନ୍ଦ୍ର, ସୂର୍ଯ୍ୟ କିରଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବରେ ଅବରୋଧ କରିଥାଏ। ଯେଉଁ କାରଣରୁ ସୂର୍ଯ୍ୟକୁ ପୃଥିବୀରୁ ଦେଖିବା ସମ୍ଭବ ହୁଏ ନାହିଁ।
କେବେ ହୋଇଥାଏ ସୂର୍ଯ୍ୟପରାଗ?
ସୂର୍ଯ୍ୟପରାଗ ଭଳି ଖଗୋଳୀୟ ଘଟଣା ସର୍ବଦା ଅମାବାସ୍ୟା ତିଥିରେ ହୋଇଥାଏ। ପରାଗ ସମୟରେ ଚନ୍ଦ୍ର, ସୂର୍ଯ୍ୟଙ୍କ କେବଳ କିଛି ଅଂଶକୁ ଆଚ୍ଛାଦନ କରିଥାଏ। ଯାହାକୁ ଆଂଶିକ କିମ୍ବା ଖଣ୍ଡ ସୂର୍ଯ୍ୟ ପରାଗ କୁହାଯାଏ। ହେଲେ ବେଳେବେଳେ ଏପରି ହୋଇଥାଏ ଯେତେବେଳେ ଚନ୍ଦ୍ର ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କରିଦିଏ। ସେତେବେଳେ ଏହାକୁ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ କୁହାଯାଏ। ଆପଣ ଜାଣିରଖନ୍ତୁ ଯେ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ କେବଳ ପୃଥିବୀର ଅତି କ୍ଷୁଦ୍ର ଅଂଶରେ ଦୃଶ୍ୟମାନ ହୋଇଥାଏ। ଯାହା ସାଧାରଣତଃ ସର୍ବାଧିକ ୨୫୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳ ମଧ୍ୟରେ ହୋଇଥାଏ। ସେହିପରି ପୃଥିବୀର ଅବଶିଷ୍ଟ ଅଂଶରେ ଆଂଶିକ ସୂର୍ଯ୍ୟ ପରାଗକୁ ଦେଖାଯାଇପାରେ।
ଚନ୍ଦ୍ର ଏହାର ଗତି ହେତୁ ଚନ୍ଦ୍ର, ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ସୂର୍ଯ୍ୟଙ୍କ ସାମ୍ନାରେ ଯିବାକୁ ପ୍ରାୟ ୨ ଘଣ୍ଟା ସମୟ ନେଇଥାଏ। ଏହି ସମୟ ମଧ୍ୟରେ ଚନ୍ଦ୍ର ସର୍ବାଧିକ ୭ ମିନିଟ୍ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କୁ ଆଚ୍ଛାଦନ କରିଥାଏ। ଏହି କାରଣରୁ ପୃଥିବୀର ସେହି ଅଂଶରେ ଦିନ ବେଳା ରାତି ଭଳି ମାହୋଲ ସୃଷ୍ଟି ହୋଇଥାଏ।
ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ କ'ଣ?
ପୃଥିବୀ ଚାରି ପଟେ ଘୂରିବା ବେଳେ, ଯେତେବେଳେ ଚନ୍ଦ୍ର ପୃଥିବୀ ସହିତ ଅତି ନିକଟତର ଏବଂ ସେହି ସମୟରେ ଏହା ସୂର୍ଯ୍ୟଙ୍କୁ ଆଚ୍ଛାଦନ କରେ, ସେତେବେଳେ ସୂର୍ଯ୍ୟଙ୍କ ଦୃଶ୍ୟତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ। ଯାହାକୁ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ କୁହାଯାଏ। ଏଭଳି ପରିସ୍ଥିତିରେ ସୂର୍ଯ୍ୟ କିରଣ ବିଲକୁଲ ପୃଥିବୀ ପୃଷ୍ଠରେ ପହଞ୍ଚି ପାରେନାହିଁ ଏବଂ ଅନ୍ଧକାର ବିସ୍ତାରିତ ହୋଇଯାଏ। ଯଦିଓ ଏହା ପୃଥିବୀର ଏକ ଅଳ୍ପ ଅଂଶରେ ହୋଇଥାଏ। ଏପରି ସୂର୍ଯ୍ୟ ପରାଗକୁ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ କୁହାଯାଏ।
ଆଶିଂକ ସୂର୍ଯ୍ୟପରାଗ କ'ଣ?
ଆଶିଂକ ସୂର୍ଯ୍ୟପରାଗ ସ୍ଥିତିରେ ଚନ୍ଦ୍ର ପୃଥିବୀ ଠାରୁ ଅଧିକ ଦୂରତାରେ ରହିଥାଏ ଏବଂ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କରିବାରେ ସକ୍ଷମ ହୁଏନାହି। ଏଭଳି ପରିସ୍ଥିତିରେ ସୂର୍ଯ୍ୟଙ୍କ କେବଳ ଗୋଟିଏ ଅଂଶ ପୃଥିବୀ ପୃଷ୍ଠରେ ଦୃଶ୍ୟମାନ ହୁଏ ନାହିଁ ଏବଂ କିଛି ଅଂଶ ଚନ୍ଦ୍ର ଦ୍ୱାରା ପ୍ରଭାବିତ ହୁଏ ଏବଂ କିଛି ଅଂଶ ଆଦୌ ପ୍ରଭାବିତ ହୋଇନଥାଏ। ଏଭଳି ପରିସ୍ଥିତିରେ ଦେଖାଯାଉଥିବା ସୂର୍ଯ୍ୟ ପରାଗକୁ ଆଶିଂକ ସୂର୍ଯ୍ୟପରାଗ କୁହାଯାଏ।
ବଳୟାକାର ସୂର୍ଯ୍ୟ ପରାଗ କ'ଣ?
ଯେତେବେଳେ ଚନ୍ଦ୍ର ପୃଥିବୀ ଠାରୁ ବହୁତ ଦୂରରେ ରହିଥାଏ ଏବଂ ଏଭଳି ପରିସ୍ଥିତିରେ ଯେତେବେଳେ ଚନ୍ଦ୍ର, ପୃଥିବୀ-ସୂର୍ଯ୍ୟ ମଧ୍ୟରେ ଆସିଯାଏ, ସେତେବେଳେ ଏପରି ଅବସ୍ଥାରେ ସୂର୍ଯ୍ୟଙ୍କ କେବଳ ମଝି ଅଂଶ ଚନ୍ଦ୍ର ପଛରେ ଲୁଚି ରହିଥାଏ ଏବଂ ପୃଥିବୀରୁ ସୂର୍ଯ୍ୟ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇନଥାଏ କିନ୍ତୁ ଏହା ଏକ ରିଙ୍ଗ ପରି ଦେଖାଯାଏ। ସେତେବେଳେ ସୂର୍ଯ୍ୟର ମଝି ଅଂଶ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଏ। ଯେତେବେଳେ ଏହାର ଆଚ୍ଛାଦିତ ଅଂଶ ବାହାରେ ରହିଥିବା ଅଂଶ ହାଲୁକା ରିଙ୍ଗ ଭଳି ଦେଖାଯାଏ। ଯାହାକୁ ବଳୟ କୁହାଯାଏ। ଏପରି ଆକୃତିରେ ଦେଖାଯାଇଥିବା ବଳୟାକାର ସୂର୍ଯ୍ୟ ପରାଗ କୁହାଯାଏ।
ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଦ୍ୱାରା ଦେଖନ୍ତୁ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ