Hindi News >>Home >>Odisha Trending

CAA: ସିଏଏ ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, କେନ୍ଦ୍ରକୁ ...

CAA: ନାଗରିକତା ସଂଶୋଧନ ଆଇନ୍ (CAA)ର ଆବେଦନ କାର୍ଯ୍ୟକାରୀତା ଉପରେ ରହିତାଦେଶ ଆବେଦନକୁ ଖାରଜ୍ କରିଦେଇଛନ୍ତି। ଏପ୍ରିଲ୍ ୯ ତାରିଖରେ ସୁଧା ଏହା ଉପରେ ଜବାବ୍ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। 

Advertisement
ସୌଜନ୍ୟ-ସୋସିଆଲ ମିଡି଼ଆ
ସୌଜନ୍ୟ-ସୋସିଆଲ ମିଡି଼ଆ
Zee Odisha Desk|Updated: Mar 20, 2024, 07:50 AM IST
Share

CAA: ନାଗରିକତା ସଂଶୋଧନ ଆଇନ୍ (CAA)ର ଆବେଦନ କାର୍ଯ୍ୟକାରୀତା ଉପରେ ରହିତାଦେଶ ଆବେଦନକୁ ଖାରଜ୍ କରିଦେଇଛନ୍ତି। ଏପ୍ରିଲ୍ ୯ ତାରିଖରେ ସୁଧା ଏହା ଉପରେ  ଜବାବ୍ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି।  ଗତ ୧୧ ତାରିଖରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିଏଏର କାର୍ଯ୍ୟକାରିତା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୯ ଡିସେମ୍ବରରେ ଏହି ବିଲ୍ ସଂସଦରେ ଗୃହୀତ ହୋଇଥିଲା।  ଏବଂ ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ୪ ବର୍ଷରୁ ଅଧିକ କାଳ ହେବ ଏହାକୁ ଶୀତଳ ଭଣ୍ତାରରେ ରଖିଥିଲେ।  ଏବେ ନିର୍ବାଚନ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ୨୦ରୁ ଅଧିକ ପିଟିସନ୍ ଦାଖଲ ହୋଇଥିଲା। କେରଳ ସରକାର ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି। 

ALSO READ: Bank Holidays in March: ମାର୍ଚ୍ଚ ୨୧ରୁ ୩୧ ଯାଏଁ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ୍, ଦେଖନ୍ତୁ ପୂରା ତାଲିକା

ମଙ୍ଗଳବାର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି଼.ଓ୍ବାଇ ଚନ୍ଦ୍ରଚୁଡ଼, ଜଷ୍ଟିସ୍ ମନୋଜ ମିଶ୍ର, ଜଷ୍ଟିସ୍ ଜେବି ପାଡିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ତପୀଠ  ଏହା ଉପରେ ଶୁଣାଣୀ କରିଥିଲେ। ପିଟିସନକାରୀଙ୍କ ପକ୍ଷରୁ  ବରିଷ୍ଠ ଆଇନଜୀବୀ ଇନ୍ଦିରା ସିଂ କହିଥିଲେ ଯେ, ସିଏଏ ଭାରତୀୟ ସମ୍ବିଧାନର ମୂଳ ଢାଞ୍ଚାର ବିରୁଦ୍ଧାଚରଣ କରୁଛି।  ତେଣୁ ପ୍ରଥମେ ଏହାର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରାଯାଉ। କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରିଥିଲେ।

 

Read More
{}{}