Hindi News >>Home >>Odisha Trending

LPG Price: ଏତିକି ଟଙ୍କା କମିଲା ଗ୍ୟାସ୍ ଦର, ଜାଣନ୍ତୁ ନୂଆ ରେଟ୍

Commercial LPG Cylinder Price: ମେ ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର।  ଶସ୍ତା ହେଲା ଗ୍ୟାସ୍ ଦର । ଜାଣନ୍ତୁ କେତେ ଟଙ୍କା କମିଲା...

Advertisement
LPG Price: ଏତିକି ଟଙ୍କା କମିଲା ଗ୍ୟାସ୍ ଦର, ଜାଣନ୍ତୁ ନୂଆ ରେଟ୍
Zee Odisha Desk|Updated: May 01, 2024, 09:09 AM IST
Share

Commercial LPG Cylinder Price: ମେ ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର।  ଶସ୍ତା ହେଲା କମର୍ସିଆଲ ଏଲପିଜି ଗ୍ୟାସ୍ ଦର । ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ତେବେ ଏହି ଦର ହ୍ରାସ କେବଳ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଉପରେ ହିଁ ହୋଇଛି । ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। କମ୍ପାନୀ ଗୁଡିକ ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧୯ ଟଙ୍କା ହ୍ରାସ କରିଛନ୍ତି । ଏନେଇ ଦେଶରେ ଆଜିଠାରୁ ନୂଆଦର ଲାଗୁ ହୋଇଛି। 

ALSO READ: Petrol Diesel Price Today: ମାସ ଆରମ୍ଭରୁ ମିଳିଲା ଖୁସି ଖବର, ଭୁବନେଶ୍ବରରେ କମିଲା ପେଟ୍ରୋଲ-ଡିଜେଲ ରେଟ୍

ସରକାରୀ ତୈଳ କମ୍ପାନୀ ଗୁଡିକରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ୧୯  ଟଙ୍କା ହ୍ରାସ ପାଇ  ୧୭୪୫.୫୦ ଟଙ୍କା ରହିଛି । ଏହା ପୂର୍ବରୁ ସିଲିଣ୍ଡର ଦର ୧୭୬୪.୫୦ ଟଙ୍କା ରହିଥିଲା । ଏହି କ୍ରମରେ ଗତ ମାସରେ ମଧ୍ୟ ତୈଳ କମ୍ପାନୀ ଗୁଡିକ କମର୍ସିଆଲ ସିଲିଣ୍ଡର ଦର ହ୍ରାସ କରିଥିଲେ। ଏବଂ ଏବଂ ଏପ୍ରିଲ ୧ରେ ଏହାର ମୂଲ୍ୟ  ୩୦.୫୦ ଟଙ୍କା ହ୍ରାସ କରାଯାଇଥିଲା। ତୈଳ କମ୍ପାନୀ ଗୁଡି଼କ ମାର୍ଚ୍ଚରେ ୨୫.୫ ଏବଂ ଫେବୃଆରୀରେ ୧୪ ଟଙ୍କା ବୃଦ୍ଧି କରିଥିବା ବେଳେ ଜାନୁଆରୀ ୧ ରେ ଏହାର ମୂଲ୍ୟ ୧.୫ ଟଙ୍କା ହ୍ରାସ ହୋଇଥିଲା।

କେଉଁ ସହରରେ କେତେ ଅଛି କମର୍ସିଆଲ ସିଲିଣ୍ଡର ଦର:
କମର୍ସିଆଲ ସିଲିଣ୍ଡର ମୂଲ୍ୟରେ ୧୯ ଟଙ୍କା ହ୍ରାସ ପାଇବା ପରେ କିଛି ସହରରେ ରେଟ୍ ରେ ମଧ୍ୟ ପରିର୍ତ୍ତନ ହୋଇଛି ।  ଦିଲ୍ଲୀରେ ୧୭୪୫.୫୦ ଟଙ୍କାରେ ଏବେ ଉପଲବ୍ଧ ହେଉଛି କମର୍ସିଆଲ ସିଲିଣ୍ଡର। କୋଲକାତାରେ ୧୯ ଟଙ୍କା ହ୍ରାସ ପାଇ ୧୮୫୯  ଟଙ୍କା ରହିଛି । ମୁମ୍ବାଇରେ ୧୯ ଟଙ୍କା ହ୍ରାସ ପାଇ ୧୬୯୮.୫୦ ଟଙ୍କା ଓ ଚେନ୍ନାଇରେ ୧୯ ଟଙ୍କା ହ୍ରାସ ପାଇ ୧୯୧୧ ଟଙ୍କାକୁ ଖସି ଆସିଛି କମର୍ସିଆଲ ସିଲିଣ୍ଡର ଦର । ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ଦର ୧୮୯୬.୫୦ ଟଙ୍କା ରହିଛି।

ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ : 
କମର୍ସିଆଲ ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇଥିବା ବେଳେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ। ଜାତୀୟ ରାଜଧାନୀ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୦୩ ଟଙ୍କା ରହିଛି। 

Read More
{}{}