Home >>Odisha Trending

NEET UG 2024: ନିଟ୍ ୟୁଜି ଆବେଦନ ସୁଯୋଗ ବୃଦ୍ଧି, ଜାଣନ୍ତୁ କେବେ ହେବ ପରୀକ୍ଷା ?

NEET UG 2024: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ନିଟ୍ ୟୁଜି ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି।  ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ମିଳିବ ନିଟ୍ ୟୁଜି ଆବେଦନ ସୁଯୋଗ। 

Advertisement
ସୌଜନ୍ୟ-ସୋସିଆଲ ମିଡିଆ
ସୌଜନ୍ୟ-ସୋସିଆଲ ମିଡିଆ
Zee Odisha Desk|Updated: Mar 12, 2024, 10:36 AM IST
Share

NEET UG 2024: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ନିଟ୍ ୟୁଜି ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି।  ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ମିଳିବ ନିଟ୍ ୟୁଜି ଆବେଦନ ସୁଯୋଗ। ଫେବୃଆରୀ ୯ରୁ ନିଟ୍ ୟୁଜି ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହୋଇଥିଲା।  ଏହାର ଶେଷ ତାରିଖ ମାର୍ଚ୍ଚ ୯ ଥିଲା। ତେବେ, ପିଲାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆବେଦନ ତାରିଖ ବୃଦ୍ଧି କରାଯାଇଛି।  ଏନେଇ ନ୍ୟାସନାଲ୍  ଟେଷ୍ଟିଂ ଏଜେନ୍ସି ( ଏନଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

ALSO READ: Odisha Election 2024: ପୂର୍ବଠୁ ସମ୍ପୂର୍ଣ୍ଣ ଅଲଗା ହେବ ଏଥରର ବିଜେପି-ବିଜେଡି ମେଣ୍ଟ

ALSO READ: Petrol Diesel Price Today: ନୂଆ ତେଲ ଦର ଜାରି, ଜାଣନ୍ତୁ ଆଜି କେତେ ରହିଛି ଆପଣଙ୍କ ସହରରେ ପେଟ୍ରୋଲ୍-ଡିଜେଲ୍ ଦର?

 ଜାତୀୟ ଶିକ୍ଷାନୀତି ୨୦୨୦କୁ ଗୁରୁତ୍ବ ଦେଇ  ନିଟ୍ ୟୁଜି ପରୀକ୍ଷା  ୧୩ଟି ଆଞ୍ଚଳିକ ଭାଷାରେ କରାଯିବ। ପରୀକ୍ଷାରେ ୨୦୦ଟି ମଲଟିପୁଲ୍ ଚଏସ୍ ପ୍ରଶ୍ନ ଆସିବ।  ଫିଜିକ୍ସ, କେମେଷ୍ଟ୍ରି, ବାଓଲୋଜି ପକ୍ଷରୁ ୫୦ ମାର୍କ ଲେଖାଏଁ ପ୍ରଶ୍ନ ଆସିବ।  ୨୦୦ ମାର୍କର ପରୀକ୍ଷା ପାଇଁ ୨୦୦ ମିନିଟ୍ ଅର୍ଥାତ୍ ୩ ଘଣ୍ଟା ୨୦ ମିନିଟ୍ ଦିଆଯିବ।  ମେ ୫ ତାରିଖରେ ପ୍ରାବେଶିକା ପରୀକ୍ଷା ହେବ। ଜୁନ୍ ୧୪ରେ ଏନଟିଏ ଓ୍ବେବସାଇଟ୍ ରେ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ସମସ୍ତ ସୂଚନା ଏନଟିଏ ଓ୍ବେବସାଇଟ୍ WWW.nta.in ରେ ରହିଛି।

Read More
{}{}