Home >>Odisha Trending

IIT ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବି ଛେଳି ଚରାଉଛନ୍ତି ଛାତ୍ରୀ, ଜାଣନ୍ତୁ କାରଣ

ମଧୁଲତା ଆଦିବାସୀ କଲ୍ୟାଣ ଜୁନିଅର କଲେଜରେ ଅଧ୍ୟୟନ କରନ୍ତି, ସେ ଏକ ବଡ଼ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ତାଙ୍କୁ ୨୭ ଜୁଲାଇ ସୁଦ୍ଧା କଲେଜ ହଷ୍ଟେଲ ଏବଂ ଅନ୍ୟାନ୍ୟ ଆବଶ୍ୟକ ଖର୍ଚ୍ଚ ପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଜମା କରିବାକୁ ପଡିବ । ତାହେଲେ ଯାଇ ସେ ଉକ୍ତ ଅନୁଷ୍ଠାନରେ ସ୍ଥାନ ପାଇପାରିବେ। 

Advertisement
IIT ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବି ଛେଳି ଚରାଉଛନ୍ତି ଛାତ୍ରୀ, ଜାଣନ୍ତୁ କାରଣ
Soubhagya Ranjan Mishra|Updated: Jul 24, 2024, 05:22 PM IST
Share

Tribal Student Graze Goats: ତେଲେଙ୍ଗାନାର ରାଜନା ସିର୍କିଲା ଗାଁର ଆଦିବାସୀ ଛାତ୍ରୀ ବାଦଭଥା ମଧୁଲତା ଚଳିତ ବର୍ଷ ଏସଟି ବର୍ଗରେ JEE ରେ ୮୨୪ ତମ ରାଙ୍କ ପାଇ ଆଇଆଇଟି-ପାଟନାରେ ଏକ ସିଟ୍ ପାଇଛନ୍ତି। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନୂଆ ଶିକ୍ଷା ପାଇଁ ଯାତ୍ରା ପ୍ରସ୍ତୁତି କରିବା ପରିବର୍ତ୍ତେ ନିଜ ପରିବାରକୁ ସାହାଯ୍ୟ କରିବା ପାଇଁ ଛେଳି ଚରାଉଛନ୍ତି ମଧୁଲତା । ଏକ ଗରିବ କୃଷକ ପରିବାରରେ ଜନ୍ମ ହୋଇଥିବା ଏହି ଝିଅଟିର ଭବିଷ୍ୟତକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି ।

ମଧୁଲତା ଆଦିବାସୀ କଲ୍ୟାଣ ଜୁନିଅର କଲେଜରେ ଅଧ୍ୟୟନ କରନ୍ତି, ସେ ଏକ ବଡ଼ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ତାଙ୍କୁ ୨୭ ଜୁଲାଇ ସୁଦ୍ଧା କଲେଜ ହଷ୍ଟେଲ ଏବଂ ଅନ୍ୟାନ୍ୟ ଆବଶ୍ୟକ ଖର୍ଚ୍ଚ ପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଜମା କରିବାକୁ ପଡିବ । ତାହେଲେ ଯାଇ ସେ ଉକ୍ତ ଅନୁଷ୍ଠାନରେ ସ୍ଥାନ ପାଇପାରିବେ। ଯଦିଓ ଆଦିବାସୀ (ଏସଟି) ଛାତ୍ରମାନଙ୍କୁ ଟ୍ୟୁସନ ଫି ଦେବାକୁ ପଡିବ ନାହିଁ, ତଥାବି ସେମାନଙ୍କ ପରିବାର ପାଇଁ ରହିବା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ପୂରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । ମଧୁଲତା ଏକ ଗରିବ ଆଦିବାସୀ ପରିବାରରୁ ଆସିଛନ୍ତି । ତେଣୁ ୩ ଲକ୍ଷ ଟଙ୍କା ସଂଗ୍ରହ କରିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର । ଯଦିଓ ତାଙ୍କୁ ଅଧ୍ୟୟନ ପାଇଁ ଫି ଦେବାକୁ ପଡିବ ନାହିଁ, କିନ୍ତୁ ରହଣି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବା ମଧ୍ୟ ତାଙ୍କ କ୍ଷମତାରେ ନାହିଁ । ଯଦି ମଧୁଲତାଙ୍କୁ ସାହାଯ୍ୟ ନମିଳେ ତେବେ ତାଙ୍କୁ ପଢା ଛାଡିବାକୁ ପଡିପାରେ ।

ଇଣ୍ଟର-କଲେଜର ମଧୁଲତାଙ୍କ ଅଧ୍ୟାପକ ବୁକି ଲିଙ୍ଗାମ ନାୟକ କହିଛନ୍ତି, “ଯେହେତୁ ଝିଅଟିର ଆର୍ଥିକ ସ୍ଥିତି ଭଲ ନୁହେଁ ତେଣୁ ସେ ଫି ଦେବାର ସ୍ଥିତିରେ ନାହାଁନ୍ତି । ଯଦି ତାଙ୍କୁ କୌଣସି ସାହାଯ୍ୟ ନ ମିଳେ ତେବେ ତାଙ୍କୁ ଅଧ୍ୟୟନ ଛାଡିବାକୁ ପଡିପାରେ ବୋଲି ସେ କହିଛନ୍ତି। ବର୍ତ୍ତମାନ ତାଙ୍କ ପିତା ଅସୁସ୍ଥ ଥିବାରୁ ମଧୁଲତା ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଛେଳି ଚରାଉଛନ୍ତି । ସେ ପରିବାରକୁ ସାହାଯ୍ୟର ଆବଶ୍ୟକ ଅଛି ବୋଲି ଶ୍ରୀ ନାୟକ କହିଛନ୍ତି। ମଧୁଲତାଙ୍କ ଭଉଣୀ ସିରିଶା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଦିନ ତାଙ୍କ ସହ ଯୋଗାଯୋଗ କରାଯିବା ପରେ ମଧୁଲତାଙ୍କ ଆଖିରେ ଭବିଷ୍ୟତକୁ ନେଇ ଅନେକ ଆଶା ରହିଛି । ସ୍ନାତକୋତ୍ତର ସମାପ୍ତ କରିଥିବା ମଧୁଲତାଙ୍କ ଭଉଣୀମାନେ ମଧ୍ୟ ଛେଳି ଚରାଉଛନ୍ତି ଏବଂ ଗାଁର ଏକ ଛୋଟ ଜମିରେ ଚାଷ କରି ପରିବାରକୁ ସାହାଯ୍ୟ କରୁଛନ୍ତି।

Also Read- Top 10 News Today: ରାସନ କାର୍ଡରୁ ବଞ୍ଚିତ ହେବେ ଅଯୋଗ୍ୟ ହିତାଧିକାରୀ ଖବର ସହ ଅନ୍ୟ ଅପଡେଟ

Also Read- Shukra Gochar 2024: ଶୁକ୍ରଙ୍କ ଚଳନରୁ ଲକ୍ଷ୍ମୀ ନାରାୟଣ ରାଜଯୋଗ, ୫ଟି ରାଶି ପାଇଁ ସୁବର୍ଣ୍ଣ ସମୟ

Read More
{}{}