Home >>Odisha Trending

Uber Shikara: ଜଳ ପରିବହନ ସେବା ଆରମ୍ଭ କଲା ଉବେର, ଡାଲ ହ୍ରଦରେ ବୁକିଂ ଆରମ୍ଭ

Uber Shikara: ଶ୍ରୀନଗରର ଡାଲ ହ୍ରଦରେ ଶିକରା ବୁକିଂ ସେବା ଆରମ୍ଭ କରିଛି ଉବେର । ଭାରତରେ ଏହା ପ୍ରଥମ ଅନଲାଇନ୍ ଜଳ ପରିବହନ ସେବା ।

Advertisement
Uber Shikara: ଜଳ ପରିବହନ ସେବା ଆରମ୍ଭ କଲା ଉବେର, ଡାଲ ହ୍ରଦରେ ବୁକିଂ ଆରମ୍ଭ
Soubhagya Ranjan Mishra|Updated: Dec 02, 2024, 07:53 PM IST
Share

Uber Shikara: ଉବେର ଦେଶରେ ପ୍ରଥମ ଜଳ ପରିବହନ ସେବା ଆରମ୍ଭ କରିଛି, ଯାହା ବର୍ତ୍ତମାନ ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରଦରେ ଶିକର ବୁକିଂ ପାଇଁ ଉପଲବ୍ଧ ହେବ। ଏହି ସେବା ଦ୍ୱାରା ଗ୍ରାହକମାନେ ସିଧାସଳଖ ଉବେର ଆପ୍ ମାଧ୍ୟମରେ ସିଧାସଳଖ ଶିଖର ବୁକ୍ କରିବାକୁ ଅନୁମତି ଦେବ । ଯାହା ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଜଳଯାତ୍ରାକୁ ଆହୁରି ସହଜ କରାଇପାରିବ ।

ଉବେର ପକ୍ଷରୁ କରାଯାଇଥିବା ଏହି ପଦକ୍ଷେପ ଜାମ୍ମୁ କାଶ୍ମୀରରେ ପର୍ଯ୍ୟଟନ ଶିଳ୍ପକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଶିକରା ବୁକିଂ ବର୍ତ୍ତମାନ ଉବର ଆପ୍ ମାଧ୍ୟମରେ ଆପଣ କରିପାରିବେ । ଯାହା ସ୍ଥାନୀୟ ଲୋକଙ୍କୁ ନିଜ ବ୍ୟବସାୟକୁ ବଢାଇବାକୁ ସୁଯୋଗ ଦେବ ।

ଏହି ସେବା ମାଧ୍ୟମରେ ପର୍ଯ୍ୟଟକମାନେ ଡାଲ ହ୍ରଦର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ପାରମ୍ପାରିକ କଶ୍ମୀର ଶୈଳୀରେ ଡଙ୍ଗା ଗୁଡିକୁ ସଜା ଯାଇଥିବା କାରଣରୁ ପର୍ଯ୍ୟଟକଙ୍କୁ ଏହା ଖୁବ ଭଲ ଲାଗିବ । ପର୍ଯ୍ୟଟକଙ୍କ ଅଭିଜ୍ଞତାକୁ ଆହୁରି ଉନ୍ନତ କରିବା ପାଇଁ ଏହି ସେବା ଆରମ୍ଭ ହୋଇଛି ବୋଲି ଉବେର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି।

ଅନଲାଇନରେ ପର୍ଯ୍ୟଟକମାନେ ଉବେର ଆପ୍ ବ୍ୟବହାର କରି ସହଜରେ ଶିକରା ବୁକ୍ କରିପାରିବେ, ଯାହା ଦ୍ୱାରା ପର୍ଯ୍ୟଟକଙ୍କର କୌଣସି ଅସୁବିଧା ହେବ ନାହିଁ। ଏହି ପଦକ୍ଷେପ ସ୍ଥାନୀୟ ପର୍ଯ୍ୟଟନ ବ୍ୟବସାୟକୁ ଏକ ନୂଆ ରାସ୍ତା ଯୋଗାଇବ ଏବଂ କାଶ୍ମୀରର ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବ । ଉବେରର ଏହି ନୂତନ ପ୍ରୟାସ କାଶ୍ମୀର ପର୍ଯ୍ୟଟନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Also Read- Targeting Minorities: ବାଂଲାଦେଶ ହାଇ କମିଶନଙ୍କ ସୁରକ୍ଷା ବଢାଇବାକୁ ସରକାରଙ୍କ ପଦକ୍ଷେପ

Also Read- Moon Transit 2024: ବୁଧଙ୍କ ନକ୍ଷତ୍ରରେ ଚନ୍ଦ୍ରଙ୍କ ଚଳନ, ୩ ରାଶି ଭାଗ୍ୟରେ ଧନ ବର୍ଷା

Read More
{}{}