Home >>Odisha Trending

Russia Ukraine War: ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ହାତ ଟେକିଦେଲା ଆମେରିକା; ଜାଣନ୍ତୁ ପୁରା ଘଟଣାକ୍ରମ

US Arms and Ammunition Supply to Ukraine: ଋଷିଆ ସହ ଚାଲିଥିବା ଯୁଦ୍ଧ ବେଳେ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ୟୁକ୍ରେନ ଲାଗି ଚିନ୍ତା ବଢାଇପାରେ।   

Advertisement
Russia Ukraine War: ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ହାତ ଟେକିଦେଲା ଆମେରିକା; ଜାଣନ୍ତୁ ପୁରା ଘଟଣାକ୍ରମ
Updated: Jan 23, 2024, 07:52 PM IST
Share

United States Department of Defense: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆସନ୍ତା ମାସ ୨୪ ତାରିଖରେ ୨ ବର୍ଷ ପୂରଣ ହେବାକୁ ଯାଉଛି। ଚଳିତ ବର୍ଷ ଏହି ଯୁଦ୍ଧକୁ ୨ ବର୍ଷ ପୂରଣ ହେଉଥିବା ବେଳେ ଏବେ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ନେଇଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଯାହା ଋଷିଆ ସହ ଚାଲିଥିବା ଯୁଦ୍ଧ ବେଳେ ୟୁକ୍ରେନ ଲାଗି ଚିନ୍ତା ବଢାଇ ଦେଇପାରେ।

ଋଷିଆ ସହ ଚାଲିଥିବା ଯୁଦ୍ଧ ସମୟରେ ୟୁକ୍ରେନ ଲାଗି ସାମରିକ ସହାୟତା ପଠାଇବା ପାଇଁ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଖରେ ଆଉ ଟଙ୍କା ନାହିଁ। ଏନେଇ କୁହାଯାଉଛି ଆମେରିକୀୟ ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ଗତ ୨୦୨୨ ବର୍ଷରେ ଆରମ୍ଭ ହୋଇଥିବା ଯୁଦ୍ଧରେ ୟୁକ୍ରେନ ସେନାକୁ ସେହି ବର୍ଷ ଅପ୍ରେଲ ମାସରେ ସମର୍ଥନ ଘୋଷଣା କରିଥିଲେ। ହେଲେ ବର୍ତ୍ତମାନ ଆନ୍ତର୍ଜାତୀୟ ଗୋଷ୍ଠୀ ଗଠନ ପରେ ଆମେରିକା ୟୁକ୍ରେନ ଲାଗି ଆବଶ୍ୟକୀୟ ଗୁଳି ଗୋଳା କିମ୍ବା କ୍ଷେପଣାସ୍ତ୍ର ପଠାଇବାକୁ ଆଉ ସକ୍ଷମ ନୁହେଁ।

ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ଗତ ବର୍ଷ ଡିସେମ୍ବର ୨୭ ତାରିଖରେ ୟୁକ୍ରେନ ପାଇଁ ଶେଷ ସାମରିକ ସହାୟତା ଘୋଷଣା କରିଥିଲା। ପ୍ରାୟ ୨୫ କୋଟି ଆମେରିକୀୟ ଡଲାର ମୂଲ୍ୟର ସାମରିକ ସହାୟତା ରାଶି ଘୋଷଣା କରାଯାଇଥିଲା। ଯେଉଁ ସହାୟତାରେ ୧୫୫ ଏମଏମ ତୋପ ଗୋଳା, ଷ୍ଟିଙ୍ଗର ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ଏବଂ ଯୁଦ୍ଧ ସାମଗ୍ରୀ ଅନ୍ତର୍ଭୂକ୍ତ ରହିଥିଲା। ଯାହା ପରେ ଆମେରିକା ୟୁକ୍ରେନ ଲାଗି ଅନ୍ୟ କୌଣସି ଅତିରିକ୍ତ ଯୁଦ୍ଧ ସାମଗ୍ରୀ ଯୋଗାଇବାରେ ସକ୍ଷମ ହୋଇପାରିଲା ନାହିଁ। 

Also Read: Russia Ukraine War Updates: ଋଷିଆକୁ ଲାଗିଲା ଜବରଦସ୍ତ ଝଟକା; ଟଙ୍କା ଖର୍ଚ୍ଚ ନ କରି ୟୁକ୍ରେନକୁ ଏହି ସହାୟତା ଦେଲା ଆମେରିକା

ଏନେଇ କୁହାଯାଉଛି ଯେ ଖାଲି ହୋଇଥିବା ସେହି ସାମରିକ ଭଣ୍ଡାର ଅର୍ଥାତ ଅସ୍ତ୍ରାଗରକୁ ପୂରଣ କରିବା ପାଇଁ ଆବଶ୍ୟକୀୟ ଅର୍ଥ ଶେଷ ହୋଇଯାଇଛି। ଆମେରିକା-ମେକ୍ସିକୋ ସୀମା ପାଇଁ ଅତିରିକ୍ତ ସୁରକ୍ଷା ସମେତ ଅନ୍ୟ ନୀତିଗତ ପ୍ରାଥମିକତା ଉପରେ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ ଏବଂ ଦେଶର ଜାତୀୟ ସଂସଦ କଂଗ୍ରେସ ମଧ୍ୟରେ ମତଭେଦ ହୋଇଛି। ଯାହାର ଫଳ ସ୍ୱରୂପ ଉଭୟ ଇସ୍ରାଏଲ-ୟୁକ୍ରେନ ଆଦି ଦେଶ ଦ୍ୱୟକୁ ମିଳିବାକୁ ରହିଥିବା ପ୍ରାୟ ୧୧୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସହାୟତା ରାଶି ମିଳିବା ବଦଳରେ ଅଟକି ରହିଛି।

Also Read: Russia Ukraine War: ଗୋଳା ବାରୁଦ କିଣିବାକୁ ମିଳିଥିଲା ଟଙ୍କା; କଳା କନା ବୁଲାଇ ଦେଲେ ସରକାରୀ ଅଧିକାରୀ

ପ୍ରାୟ ୫୦ ଦେଶଙ୍କୁ ନେଇ ମାସିକ ବୈଠକସ କରିବ ଆମେରିକା 
କୁହାଯାଉଛି ଯେ ଆମେରିକା ପ୍ରାୟ ୫୦ ଦେଶଙ୍କୁ ନେଇ ଏକ ମାସିକ ବୈଠକ ଆୟୋଜନ କରିବାକୁ ଯାଉଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ଗଣମାଧ୍ୟମ ଉପସଚିବ ସବରିନା ସିଂହ ଜାନୁଆରୀ ୨୨ ତାରିଖ ସୋମବାର ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ଜାନୁଆରୀ ୨୩ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେଉଥିବା ବୈଠକ ଦୀର୍ଘମିଆଦି ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରୀତ କରାଯିବ।

Also Read: Pakistan Ukraine Relations: ଯୁଦ୍ଧ ବେଳେ କାଙ୍ଗାଳ ପାକିସ୍ତାନ ଭରସାରେ ବର୍ବାଦ ୟୁକ୍ରେନ, ଜାଣନ୍ତୁ ପୁରା ଘଟଣାକ୍ରମ

ଡିଜିଟାଲ୍ ମାଧ୍ୟମ ମାଧ୍ୟମରେ ଅନୁଷ୍ଠିତ ହେବ ବୈଠକ: ସବରିନା ସିଂହ 
ଏହି ସମୟରେ ସବରିନା ସିଂହ ଏହା ମଧ୍ୟ କହିଛନ୍ତି ଯେ ଯଦିଓ ଆମେ ବର୍ତ୍ତମାନ ସୁରକ୍ଷା ସହାୟତା ପ୍ରଦାନ କରିବାରେ ସକ୍ଷମ ହୋଇ ରହିନାହୁଁ। ହେଲେ ତଥାପି ଆମର ସହଯୋଗୀଙ୍କ ସାହାଯ୍ୟ ସହଯୋଗ ପ୍ରଦାନ ଜାରି ରହିଛି। ଡିଜିଟାଲ ମାଧ୍ୟମ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ। କାରଣ ପ୍ରୋଷ୍ଟେଟ କର୍କଟ ରୋଗର ଚିକିତ୍ସା ହେତୁ ଆମେରିକୀୟ ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ଘରେ ଅଛନ୍ତି।

Read More
{}{}