Home >>Odisha Trending

Dawood Ibrahim: ଏହି ଦୁଇ ଭାରତୀୟ ଅଭିନେତ୍ରୀଙ୍କୁ ମନ ଦେଇ ବସିଥିଲା ଅଣ୍ତରୱାର୍ଲଡ଼ ଡ଼ନ୍ ଦାଉଦ

Dawood Ibrahim: ଅଣ୍ତର ୱାର୍ଲଡ଼ ଡନ୍ ଦାଉଦ ଇବ୍ରାହିନଙ୍କୁ କିଏ ବା ନ ଜାଣେ ।ଏବେ ସେ ନିଜ ମୃତ୍ୟୁ ଖବରକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟରେ ତାଙ୍କୁ ବିଷ ଦିଆଯାଇଥିବା କୁହାଯାଉଛି । ଖବର ଅନୁଯାୟୀ, ଦାଉଦ ପାକିସ୍ତାନର କରାଚି ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି । ଏପରିକି ଅନ୍ୟ ଅନେକ ଗଣମାଧ୍ୟମ ହାଉସ୍ ଦାଉଦଙ୍କ ମୃତ୍ୟୁ ଖବର ପ୍ରସାରଣ କରୁଛି। ତେବେ ଆଜି ଆମେ ଦାଉଦଙ୍କ ବଲିଉଡ୍ ଓ କ୍ରିକେଟ ସହ ଥିବା ତାଙ୍କର ସମ୍ପର୍କ ବିଷୟ ଆପଣଙ୍କୁ ଜଣାଇବୁ।

Advertisement
Dawood Ibrahim: ଏହି ଦୁଇ ଭାରତୀୟ ଅଭିନେତ୍ରୀଙ୍କୁ ମନ ଦେଇ ବସିଥିଲା ଅଣ୍ତରୱାର୍ଲଡ଼ ଡ଼ନ୍ ଦାଉଦ
Priyambada Rana|Updated: Dec 19, 2023, 07:04 PM IST
Share

Dawood Ibrahim: ଅଣ୍ତର ୱାର୍ଲଡ଼ ଡନ୍ ଦାଉଦ ଇବ୍ରାହିନଙ୍କୁ କିଏ ବା ନ ଜାଣେ ।ଏବେ ସେ ନିଜ ମୃତ୍ୟୁ ଖବରକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟରେ ତାଙ୍କୁ ବିଷ ଦିଆଯାଇଥିବା କୁହାଯାଉଛି । ଖବର ଅନୁଯାୟୀ, ଦାଉଦ ପାକିସ୍ତାନର କରାଚି ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି । ଏପରିକି ଅନ୍ୟ ଅନେକ ଗଣମାଧ୍ୟମ ହାଉସ୍ ଦାଉଦଙ୍କ ମୃତ୍ୟୁ ଖବର ପ୍ରସାରଣ କରୁଛି। ତେବେ ଆଜି ଆମେ ଦାଉଦଙ୍କ ବଲିଉଡ୍ ଓ କ୍ରିକେଟ ସହ ଥିବା ତାଙ୍କର ସମ୍ପର୍କ ବିଷୟ ଆପଣଙ୍କୁ ଜଣାଇବୁ।

ତେବେ ଦାଉଦ ଇବ୍ରାହିମଙ୍କର କ୍ରିକେଟ୍ ଓ ଫିଲ୍ମ ପ୍ରତି ବିଶେଷ ଦୁର୍ବଳତା ରହିଛି। ଅନେକ ଥର କ୍ରିକେଟ୍ ମ୍ୟାଚ୍ ବେଳେ ତାଙ୍କୁ ଷ୍ଟାଡିୟମରେ ଚିୟର କରୁଥିବାର ଦେଖିବାକୁ ମିଳିଛି।ସେହିପରି ବଲିଉଡ଼(Bollywood) ସହ ଦାଉଦର କନେକ୍ସନକୁ ନେଇ ଅନେକ ସମୟରେ ଖବର ସାମ୍ନାକୁ ଆସିଥାଏ। ଥରେ ଜଣେ ଭାରତୀୟ ଅଭିନେତ୍ରୀଙ୍କ(Indian Actress) ସହ ଦାଉଦର ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ସେ ଅଭିନେତ୍ରୀ ଜଣଙ୍କ ହେଲେ ମନ୍ଦାକିନୀ।

ଅଭିନେତ୍ରୀ ମନ୍ଦାକିନିଙ୍କୁ ରାଜ କପୁରଙ୍କ(Raj Kapoor) ଫିଲ୍ମ ରାମ ତେରୀ ଗଙ୍ଗା ମୈଲି(Ram Teri Ganga Maili)ଚଳଚ୍ଚିତ୍ରରୁ ବେଶ ଲୋକପ୍ରିୟତା ମିଳିଥିଲା ।ଏହି ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା । ଗଣମାଧ୍ୟମ ରିପୋର୍ଟ ମୁତାବିକ, ଏହି ସମୟରେ ଦାଉଦ ମନ୍ଦାକିନୀଙ୍କୁ ପ୍ରେମ କରି ବସିଥିଲେ। ଏପରିକି ସେ ଅଭିନେତ୍ରୀଙ୍କୁ ଯୋଗାଯୋଗ ମଧ୍ୟ କରିଥିଲେ । ଯେତେବେଳେ ଏକ କ୍ରିକେଟ୍ ମ୍ୟାଚ୍ ବେଳେ ମନ୍ଦାକିନୀ ଓ ଦାଉଦ ପାଖାପାଖି ବସି ମ୍ୟାଚ୍ ଦେଖୁଥିଲେ ସେତେବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ଅଭିନେତ୍ରୀ ଦାଉଦଙ୍କ ସହ ସମ୍ପର୍କକୁ ସ୍ବୀକାର କରିନଥିଲେ।

ଏହା ଫିଲ୍ମ ଖଳନାୟକ ହିଟ୍ ହେବା ପରେ ଦାଉଦ ମାଧୁରୀଙ୍କୁ(Madhuri Dixit) ପସନ୍ଦ କରୁଥିବା ସୂଚନା ମିଳିଥିଲା। କିନ୍ତୁ ଉଭୟଙ୍କୁ କେବେ ବି ଏକାଠି ଦେଖିବାକୁ ମିଳିନଥିଲା ଏବଂ ଏହାକୁ ନେଇ ଚର୍ଚ୍ଚା ହେଲା ଭଳି ପ୍ରସଙ୍ଗ ମଧ୍ୟ ମିଳିନଥିଲା।

Also Read: Dawood Ibrahim: ମରିଗଲେ କି ଦାଉଦ ଇବ୍ରାହିମ? ବିଭିନ୍ନ ମିଡିଆ ହାଉସ୍ ଏପରି କରୁଛି ଦାବି, ଜାଣନ୍ତୁ...

Read More
{}{}