Hindi News >>Home >>Odisha Trending

Ayodhya Ram Mandir: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ତାମିଲନାଡୁ ସରକାରଙ୍କ ବିରୋଧରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

Ayodhya Ram Mandir Pran Pratishtha Live Streaming: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣକୁ ନେଇ  ତାମିଲନାଡୁରେ କ୍ଷମତାସୀନ ଡିଏମକେ ସରକାର ବିରୋଧରେ ବର୍ଷିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ।  

Advertisement
 Ayodhya Ram Mandir: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ତାମିଲନାଡୁ ସରକାରଙ୍କ ବିରୋଧରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ
Zee Odisha Desk|Updated: Jan 21, 2024, 06:25 PM IST
Share

Ayodhya Ram Mandir Pran Pratishtha Live Telecast: ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିରରେ ଆୟୋଜିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ସମଗ୍ର ଦେଶରେ କରିବା ପାଇଁ ପ୍ରସ୍ତୁତି ଚାଲିଛି। ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ କରିବା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲନାଡୁରେ କ୍ଷମତାସୀନ ଡିଏମକେ ସରକାର ବିରୋଧରେ ବର୍ଷିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ତାମିଲନାଡୁ ସରକାର ଜାନୁୟାରୀ ୨୨ ତାରିଖରେ ଆୟୋଜିତ ହେଉଥିବା ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ମଳା ସୀତାରମଣ କହିଛନ୍ତି ଯେ, ତାମିଲନାଡୁର ଅନେକ ସ୍ଥାନରେ ହୃଦୟ ବିଦାରକ ଏବଂ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି। ଲୋକଙ୍କୁ ଭଜନ ଆୟୋଜନ କରିବା, ଗରିବ ଲୋକଙ୍କୁ ଖାଇବାକୁ ଦେବା, ମିଠା ବାଣ୍ଟିବା ଏବଂ ଉତ୍ସବ ପାଳନ କରିବାରୁ ଦୂରେଇ ରହିବାଙ୍କୁ ଧମକ ଦିଆଯାଉଛି। ଯେଉଁଠି ସେମାନେ ସମସ୍ତେ ଅଯୋଧ୍ୟା ରାମ ମନ୍ଦିରରେ ଆୟୋଜିତ ହେଉଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ଦେଖିବା ପାଇଁ ଚାହୁଁଛନ୍ତି। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ସମୟରେ ବିଦ୍ୟୁତ କାଟ ହେବାର ସମ୍ଭାବନା ରହିଛି ବୋଲି କେବୁଲ ଟିଭି ପରିଚାଳକଙ୍କୁ କୁହାଯାଇଛି। ତାମିଲନାଡୁ ଠାରେ ପ୍ରଭୁ ଶ୍ରରାମଙ୍କ ୨ ଶହରୁ ଅଧିକ ଅଧିକ ମନ୍ଦିର ଅବସ୍ଥିତ ରହିଛି। ବିରୋଧି ଇଣ୍ଡି ମେଣ୍ଟରେ ସାମିଲ ହୋଇଥିବା ମୁଖ୍ୟ ଅଂଶୀଦାର ଡିଏମକେ ଦ୍ୱାରା ନିଆଯାଇଥିବା ହିନ୍ଦୁ ବିରୋଧି ପଦକ୍ଷେପ।

କେନ୍ଦ୍ର ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଭୁ ଶ୍ରରାମଙ୍କ ନାମରେ କୌଣସି କାର୍ଯ୍ୟକ୍ରମ ଆୟୋଜନ କଲେ ପେଣ୍ଡାଲ ଭାଙ୍ଗିବା ପାଇଁ ପୋଲିସ ଆୟୋଜକଙ୍କୁ ଧମକ ଦେଉଛି। ତାମିଲନାଡୁରେ କ୍ଷମତାସୀନ ଡିଏମକେ ସରକାରଙ୍କ ଦ୍ୱାରା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ଏନେଇ ସେ କହିଛନ୍ତି ପ୍ରାଣ ପ୍ରତିଷ୍ଠା ସମାରୋହକୁ ସମଗ୍ର ଦେଶ ଦୀପାବଳି ଭଳି ପାଳନ କରିବାକୁ ଯାଉଛି। ହେଲେ ଏଠାକାର ଲୋକ ଏହି କାର୍ଯ୍ୟକ୍ରମ ପାଳନ କରିବାକୁ ଦୂରେଇ ଯାଉଛନ୍ତି। ଯେଉଁଥିପାଇଁ ରାମ ଭକ୍ତ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥିଲେ ସେଥିପାଇଁ ଅଯୋଧ୍ୟା ନଗରୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି। ଜାନୁଆରୀ ୨୨ ତାରିଖ ସୋମବାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ। ପ୍ରାଣ ପ୍ରତିଷ୍ଠା ସମାରୋହର ପରଦିନ ରାମ ମନ୍ଦିର ରାମ ଭକ୍ତଙ୍କ ପାଇଁ ଖୋଲାଯିବ।

କେଉଁ ସମୟରେ ହେବ ପ୍ରାଣ ପ୍ରତିଷ୍ଠା?
ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ମଧ୍ୟାନ୍ନ ୧୨:୨୦ ସମୟରୁ ଆରମ୍ଭ ହୋଇ ୧:୦୦ ମଧ୍ୟରେ ଶେଷ ହେବାର ସମ୍ଭାବନା ରହିଛି। ଏହି କାର୍ଯ୍ୟକ୍ରମ ପାଇଁ ବିଜେପି ଶାସିତ ରାଜ୍ୟ ଏବଂ ଓଡିଶା ସରକାର ଗୋଟିଏ ଦିନ ଛୁଟି ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ସୋମବାର ଆମେରିକା ରାଜଧାନୀ ୱାଶିଂଟନ୍ ଡିସି ଠାରୁ ପ୍ୟାରିସ୍ ଏବଂ ସିଡନୀ ପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମ ବିଶ୍ୱ ହିନ୍ଦୁ ପରିଷଦ ଏବଂ ୬୦ ଦେଶରେ ବସବାସ କରୁଥିବା ପ୍ରବାସୀ ହିନ୍ଦୁ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ହେଉଛି।

କର୍ଣ୍ଣାଟକ ମହୀଶୂରୁ ଅଞ୍ଚଳର ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ହୋଇଛି ଭଗବାନ ଶ୍ରୀରାମଙ୍କ ୫୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ପ୍ରତିମା। ଯାହାକୁ ଗୁରୁବାର ମଧ୍ୟାନ୍ନ ସମୟରେ ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯାଇଥିଲା। ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ କରିଥିବା ଭଗବାନ ଶ୍ରୀରାମଙ୍କ ଫଟୋ ପ୍ରଥମ ଶୁକ୍ରବାର ସର୍ବସାଧାରଣକୁ ଆସିଥିଲା। ରାମ ମନ୍ଦିରରେ ପ୍ରବେଶ ପୂର୍ବ ଦିଗରୁ ଏବଂ ପ୍ରସ୍ଥାନ ଦକ୍ଷିଣ ଦିଗରୁ ହେବ। ମନ୍ଦିରର ସମ୍ପୂର୍ଣ୍ଣ ଗଠନ ୩ ମହଲା ବିଶିଷ୍ଟ ହେବ। ମୁଖ୍ୟ ମନ୍ଦିରରେ ପହଞ୍ଚିବା ପାଇଁ ଭକ୍ତଙ୍କୁ ପୂର୍ବ ଦିଗରୁ ୩୨ ପାହାଚ ଚଢିବାକୁ ହେବ। ପାରମ୍ପାରିକ ନାଗର ଶୈଳୀରେ ନିର୍ମିତ ହୋଇଛି ଅଯୋଧ୍ୟା ରାମ ମନ୍ଦିର। ପୂର୍ବ-ପଶ୍ଚିମ ଦିଗରେ ୩୮୦ ଚଉଡ଼ା ସହ ଉତ୍ତର-ଦକ୍ଷିଣ ଦିଗରେ ୨୫୦ ଫୁଟ ପର୍ଯ୍ୟନ୍ତ ଲମ୍ବିଛି ରାମ ମନ୍ଦିର। ଯାହାର ଉଚ୍ଚତା ହେଉଛି ୧୬୧ ଫୁଟ। | ମନ୍ଦିରର ପ୍ରତ୍ୟେକ ମହଲା ୨୦ ଫୁଟ ଉଚ୍ଚ ହୋଇଥିବା ବେଳେ ଏବଂ ଏଥିରେ ମୋଟ ୩୯୨ ସ୍ତମ୍ଭ ଏବଂ ୪୪ ଦ୍ୱାର ରହିଛି। 

Read More
{}{}