Home >>Odisha Trending

Union MInister Nitin Gadkari: ରାସ୍ତାରୁ ସମ୍ପୂର୍ଣ୍ଣ ଭାବେ ହଟିଯିବ କି ପେଟ୍ରୋଲ-ଡିଜେଲ ଗାଡ଼ି? ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

Nitin Gadkari on Green Economy:  ଦେଶରେ ସବୁଜ ଅର୍ଥନୀତି କାର୍ଯ୍ୟକାରୀ କରିବା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ।     

Advertisement
Union MInister Nitin Gadkari: ରାସ୍ତାରୁ ସମ୍ପୂର୍ଣ୍ଣ ଭାବେ ହଟିଯିବ କି ପେଟ୍ରୋଲ-ଡିଜେଲ ଗାଡ଼ି? ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ
Zee Odisha Desk|Updated: Apr 01, 2024, 11:36 PM IST
Share

Nitin Gadkari on Petrol-Diesel Vehicles: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସବୁଜ ଅର୍ଥନୀତି ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏନେଇ ସେ ଦେଶରେ ହାଇବ୍ରିଡ଼ ଯାନ ଉପରେ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ହ୍ରାସ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପେଟ୍ରୋଲ-ଡିଜେଲ ଦ୍ୱାରା ଚାଳିତ ଗାଡି଼ କବଳରୁ ଦେଶକୁ ସମ୍ପୂର୍ଣ୍ଣ ମୁକ୍ତ କରିବା ସମ୍ଭବ। ଏଭଳି ଜୀବାଶ୍ମ ଇନ୍ଧନ ଦ୍ୱାରା ଚାଳିତ ଗାଡ଼ିରୁ ଦେଶକୁ ସମ୍ପୂର୍ଣ୍ଣ ମୁକ୍ତ କରିବା ସମ୍ଭବ ନାଁ ନାହିଁ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ନୀତିନ ଗଡ଼କରୀ। 

ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶତ ପ୍ରତିଶତ ସମ୍ଭବ। ଏହା କଷ୍ଟସାଧ୍ୟ କିମ୍ବା ଅସମ୍ଭବ ନୁହେଁ। ଏହା ହେଉଛି ମୋର ମତ। ଇନ୍ଧନ ଆମଦାନୀ ପାଇଁ ଭାରତ ୧୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛି। ମନ୍ତ୍ରୀ କହିଛନ୍ତି ଯେ ଏହି ଅର୍ଥ କୃଷକଙ୍କ ଜୀବନରେ ଉନ୍ନତି ଆଣିବାରେ ବ୍ୟବହୃତ ହେବ। ଯାହା ଦ୍ୱାରା ଗାଁ ଗଣ୍ଡା ସମୃଦ୍ଧ ହେବା ସହ ଯୁବପିଢିଙ୍କୁ ରୋଜଗାର ମିଳବେ। ହେଲେ ଏହି ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଦେଇନାହାଁନ୍ତି କେନ୍ଦ୍ରମନ୍ତ୍ରୀ। ଯଦିଓ ଏହାକୁ ସବୁଜ ଶକ୍ତି ସମର୍ଥକ ମଧ୍ୟ ଅତ୍ୟନ୍ତ କଷ୍ଟକର ବୋଲି ବିବେଚନା କରିଥାନ୍ତି। 

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆହୁରି କହିଛନ୍ତି ଯେ ହାଇବ୍ରିଡ ଯାନ ଉପରେ ଜିଏସଟି ୫ ପ୍ରତିଶତକୁ ଏବଂ ଫ୍ଲେକ୍ସ ଇଞ୍ଜିନ ଉପରେ ୧୨ ପ୍ରତିଶତ ହ୍ରାସ କରିବାକୁ ଏକ ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟ ପାଖକୁ ପଠାଯାଇଛି। ଯାହା ଉପରେ ଅର୍ଥ ମନ୍ତ୍ରଣାଳୟ ବିଚାର କରୁଛି। ଜୈବିକ ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହନ ଦେଇ ଦେଶ ଜୀବାଶ୍ମ ଇନ୍ଧନ ଆମଦାନୀକୁ ଦୂର କରିପାରିବ ବୋଲି ତାଙ୍କର ଦୃଢ ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି। ଗତ ୨୦୦୪ ବର୍ଷ ପର ଠାରୁ ସେ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହିତ କରୁଛନ୍ତି। ଆଗାମୀ ୫-୭ ବର୍ଷ ମଧ୍ୟରେ ପରିବର୍ତ୍ତନ ହେବ ବୋଲି ସେ ନିଶ୍ଚିତ ଅଛନ୍ତି।

ମୁଁ ଏହି ପରିବର୍ତ୍ତନ ପାଇଁ ଆପଣଙ୍କୁ କୌଣସି ନିର୍ଦ୍ଧିଷ୍ଟ ତାରିଖ କିମ୍ବା ବର୍ଷ କହିପାରିବି ନାହିଁ। କାରଣ ଏହା ବହୁତ କଷ୍ଟସାଧ୍ୟ। ଯଦିଓ ଏହା କଷ୍ଟସାଧ୍ୟ ହେଲେ ଅସମ୍ଭବ ନୁହେଁ। ମୁଁ ଦୃଢ ଭାବେ ବିଶ୍ୱାସ କରୁଛି ଯେ ଯେଉଁ ଗତିରେ ଇଲେକ୍ଟ୍ରିକ୍ ଯାନ ପ୍ରଚଳିତ ହେଉଛି ଆଗାମୀ ଯୁଗ ବିକଳ୍ପ ଏବଂ ବାୟୋ ଇନ୍ଧନ ଉପରେ ଆଧାରିତ ହେବ। ଆଉ ଏହି ସ୍ୱପ୍ନ ସାକାର ହେବ। ବଜାଜ, ଟିଭିଏସ୍ ଏବଂ ହିରୋ ଭଳି ଅନେକ ଅଟୋମୋବାଇଲ୍ କମ୍ପାନୀ ମଧ୍ୟ ଫ୍ଲେକ୍ସ ଇଞ୍ଜିନ ବ୍ୟବହାର କରି ମୋଟର ସାଇକେଲ ନିର୍ମାଣ କରୁଛନ୍ତି। ସମାନ ଟେକ୍ନୋଲୋଜି ସହିତ ନିର୍ମିତ ତିନି ଚକିଆ ଯାନ ମଧ୍ୟ ବଜାରକୁ ଆସୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ।  

 

 

 

Read More
{}{}