Home >>Odisha Trending

Love Marriage: ନିଆରା ଏ ପ୍ରେମ କାହାଣୀ, ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ଯୁବତୀ

Two Girls Got Married in temple: ଉତ୍ତର ପ୍ରଦେଶ ଦେଓରିଆର ଦୁଇ ଝିଅ ପରସ୍ପରକୁ ବିବାହ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ସୂଚନା ମିଳିଛି ଯେ, ଦୁହେଁ ଏକାଠି କାମ କରିବା ସମୟରେ ଉଭୟେ ଉଭୟଙ୍କ ପ୍ରେମରେ ପଡିଥିଲେ। ଆସନ୍ତୁ ଜାଣିବା ପୁରା ପ୍ରେମ କାହାଣୀ...

Advertisement
Love Marriage: ନିଆରା ଏ ପ୍ରେମ କାହାଣୀ, ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ଯୁବତୀ
Soubhagya Ranjan Mishra|Updated: Jan 13, 2024, 06:56 PM IST
Share

Two Girls Got Married in temple: ଉତ୍ତରପ୍ରଦେଶର ଦେଓରିଆର ଏକ ମନ୍ଦିରରେ ଦୁଇ ଝିଅ ପରସ୍ପରକୁ ବିବାହ (Marriage) କରିବା ଘଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଉଭୟ ଝିଅ ଦେଓରିଆର ଚାନୁକିରେ ଥିବା ଏକ ଅର୍କେଷ୍ଟ୍ରା ରେ କାମ କରୁଥିଲେ। ସେହି ସମୟରେ ଦୁହେଁ ଏକାଠି ରହୁଥିଲେ । ୨ ବର୍ଷ ଏକାଠି ରହିବା ପରେ ମଜୁଲି ରାଜରେ ଥିବା ଭବାନୀ ମନ୍ଦିର (Maa Bhabani Temple)ରେ ଉଭୟେ ବିବାହ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ୨୮ ବର୍ଷୀୟ ଜୟଶ୍ରୀ ରାହୁଲ ଏବଂ ୨୩ ବର୍ଷୀୟ ରାକ୍ଷୀ ଦାସ ଗତ ଦୁଇ ବର୍ଷ ଧରି ଗୋଟିଏ ଘରେ ଏକାଠି ରହୁଥିଲେ। ଦୁହେଁ ପରସ୍ପର ସ୍ୱାମୀ-ସ୍ତ୍ରୀ (Husband and wife)ଙ୍କ ପରି ଚଳୁଥିଲେ । ବର୍ତ୍ତମାନ ସମ୍ପର୍କକୁ ଆହୁରି ଅଧିକ ମଜବୁତ କରିବା ପାଇଁ ସେମାନେ ପ୍ରଥମେ ଏକ ନୋଟାରୀକୁ ଯାଇ ଆଫିଡେଭିଟ୍ ପାଇଁ ଆବେଦନ କରିବା ପରେ ସେମାନେ ଆଫିଡେଭିଟ ପାଇଥିଲେ । ପରେ ସେମାନେ ଏକ ମନ୍ଦିରକୁ ଯାଇ ବିବାହ କରିଛନ୍ତି । ସାଧାରଣ ବିବାହ ପରି ଏହି ବିବାହରେ ମଧ୍ୟ ମନ୍ତ୍ରପାଠ କରାଯାଇଥିଲା । ସେମାନଙ୍କ ବିବାହ ସମୟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବିବାହ ସମୟରେ ଜଣେ ବ୍ୟକ୍ତି ଏହି ଭିଡିଓଟିକୁ ସୁଟ୍ କରିଥିଲେ । ବର ଯେପରି ଶେରୱାନି ପିନ୍ଧନ୍ତି ଏବଂ କନ୍ୟା ଯେପରି ଶାଢୀ କିମ୍ୱା ଲେହେଙ୍ଗା ପିନ୍ଧି ସଜ ହୁଅନ୍ତି ଠିକ୍ ସେହିପରି ଦୁହେଁ ସଜାଇ ହୋଇଥିଲେ । ସାଲେମପୁର ଥାନା ଅଞ୍ଚଳରେ ଥିବା ମାତା ଭବାନୀଙ୍କ ମନ୍ଦିରରେ ଦୁହେଁ ସାତ ଘେରା ନେବା ସହ ମଙ୍ଗଳସୁତ୍ର ପିନ୍ଧାଇଥିଲେ । ବିବାହ ପରେ ଦୁହେଁ ଖୁବ ଖୁସି ଥିବା ଜଣାପଡିଛି ।

Also Read- ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ରାଷ୍ଟ୍ରପତି

Also Read- Alia Bhatt: ୱିଣ୍ଟର ଫ୍ୟାସନ୍ ଗୋଲ୍ସ ସେଟ୍ କଲେ ଆଲିଆ ଭଟ୍ଟ, ଚର୍ଚ୍ଚାରେ ଅଭିନେତ୍ରୀଙ୍କ ଲୁକ୍

Read More
{}{}