Yogi Adityanath on Pran Pratishtha Ceremony: ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ହୋଇସାରିଛି ପ୍ରାଣ ପ୍ରତିଷ୍ଠା। ଏହି କାର୍ଯ୍ୟକ୍ରମ ସମାପନ ହେବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ସମ୍ବୋଧନ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶ୍ରୀରାମ ଜନ୍ମଭୂମି ବୋଧହୁଏ ବିଶ୍ୱର ପ୍ରଥମ ଅନନ୍ୟ ମାମଲା। ଯେଉଁଥିରେ ଗୋଟିଏ ଦେଶର ବହୁସଂଖ୍ୟକ ସମ୍ପ୍ରଦାୟ ନିଜର ଆରାଧ୍ୟ ଦେବତାଙ୍କ ଜନ୍ମସ୍ଥାନରେ ତାଙ୍କର ମନ୍ଦିର ନିର୍ମାଣ ପାଇଁ ଅନେକ ବର୍ଷ ଧରି ସଂଗ୍ରାମ କରି ଆସିଛନ୍ତି। ଏବେ ଆତ୍ମା ଆନନ୍ଦିତ ହୋଇଉଠିଛି। କାରଣ ମନ୍ଦିର ସେଠାରେ ନିର୍ମିତ ହୋଇସାରିଛି। ଯେଉଁଠାରେ ମନ୍ଦିର ନିର୍ମାଣ ପାଇଁ ସ୍ଥାନ ସ୍ଥିର ହୋଇଥିଲା।
ଏଣିକି ଅଯୋଧ୍ୟା ଗଳିରେ ଶୁଣିବାକୁ ମିଳିବ ନାହିଁ ଗୁଳିଗୋଳାର ଶବ୍ଦ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଏବେ ନିଶ୍ଚିତ ରୁହନ୍ତୁ ଯେ ବର୍ତ୍ତମାନ ଅଯୋଧ୍ୟା ପରିକ୍ରମା କରିବାରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ। ଅଯୋଧ୍ୟା ରାସ୍ତାରେ ଗୁଳି ଚଳଇବାର ଶବ୍ଦ ଶୁଣିବାକୁ ମିଳିବ ନାହିଁ। କୌଣସି କର୍ଫ୍ୟୁ ଲଗାଯିବ ନାହିଁ। ବର୍ତ୍ତମାନ ଅଯୋଧ୍ୟାରେ ଦୀପୋତ୍ସବ ଅନୁଷ୍ଠିତ ହେବ। ରାମୋତ୍ସବ ଆୟୋଜିତ ହେବ। କାରଣ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲା ବିରାଜମାନ ହେବା ରାମ ରାଜ୍ୟ ପ୍ରତିଷ୍ଠା ହେବାର ଘୋଷଣା।
ଶ୍ରୀରାମଙ୍କ ଆଦର୍ଶ ଅନୁସରଣ କରୁଛି ଭାରତ
ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି କହିଛନ୍ତି ଯେ ଏପରି ଲାଗୁଛି ଯେ ଆମେ ବର୍ତ୍ତମାନ ତ୍ରେତୟା ଯୁଗରେ ପ୍ରବେଶ କରିସାରିଛୁ। ଅଯୋଧ୍ୟାକୁ ପୃଥିବୀର ବୈକୁଣ୍ଠ କୁହାଯାଏ। ଯାହା ଶତାବ୍ଦୀ ଶତାବ୍ଦୀ ଧରି ଅବହେଳିତ ହୋଇ ରହିଥିଲା। ଅନେକ ତିରସ୍କାରର ସାମ୍ନା କରିଥିଲା। ହେଲେ ପ୍ରଭୁ ଶ୍ରୀରାମଙ୍କ ଜୀବନ ସଂଯମତା ଶିକ୍ଷା ଦିଏ ଏବଂ ଭାରତୀୟ ସମାଜ ସଂଯମତା ବଜାୟ ରଖିଲା। ଏବେ ଦେଖନ୍ତୁ ସମଗ୍ର ବିଶ୍ୱ ଅଯୋଧ୍ୟା ନଗରୀର ଗୌରବକୁ ପ୍ରଶଂସା କରୁଛି।
ଯେଉଁମାନେ ମନ୍ଦିର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନଙ୍କୁ ନମସ୍କାର
ଆଜି ସେହି ଶୁଭ ଉତ୍ସବ ଆସିଛି, ଯେତେବେଳେ ଲକ୍ଷ ଲକ୍ଷ ବିଶ୍ୱାସର ବଳିଦାନ ପୂର୍ଣ୍ଣ ହୋଇଛି। କାରଣ ଆଜି ସେଠାରେ ମନ୍ଦିର ନିର୍ମାଣ ହୋଇଥିବାରୁ ସେହି ଆତ୍ମା ଖୁସି ଅଛନ୍ତି। ଯେଉଁମାନେ ରାମ ମନ୍ଦିର ପାଇଁ ନିଜର ଜୀବନକୁ ବଳି ଦେଇଛନ୍ତି। ସମଗ୍ର ଦେଶ ରାମମୟ ହୋଇଉଠିଛି। ସଂକଳ୍ପ ପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଅଭିନନ୍ଦନ ଜଣାଉଛି। ଯେଉଁମାନେ ରାମ ମନ୍ଦିର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନଙ୍କ ଆତ୍ମା ନିଶ୍ଚିତ ଭାବରେ ସନ୍ତୁଷ୍ଟି ମିଳିବା ଖୁସି ଅନୁଭବ ହେଉଥିବ। ସେମାନଙ୍କ ପବିତ୍ର ସ୍ମୃତି ପାଇଁ ଅନେକ ଶ୍ରଦ୍ଧାଞ୍ଜଳି।
ପ୍ରଧାନମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଭୁ ଶ୍ରୀରାମ ଆଜି ତାଙ୍କ ଭବ୍ୟ ମନ୍ଦିରରେ ବିରାଜମାନ କରିଥିବାରୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ। ମନ ଭାବପ୍ରବଣ ହୋଇଉଠିଛି। ଅବଶ୍ୟ ଆପଣ ସମସ୍ତେ ଏପରି ଅନୁଭବ କରୁଛ। ଆଜି ଏହି ଐତିହାସିକ ଅବସରରେ ଭାରତ ବର୍ଷର ପ୍ରତ୍ୟେକ ସହର, ପ୍ରତ୍ୟେକ ଗ୍ରାମ ହେଉଛି ଅଯୋଧ୍ୟା ଧାମ। ପ୍ରତ୍ୟେକ ମନରେ ରାମ ନାମ ରହିଛି। ପ୍ରତ୍ୟେକ ଆଖି ଆନନ୍ଦ ଏବଂ ସନ୍ତୁଷ୍ଟିର ଲୁହରେ ଓଦା। ପ୍ରତ୍ୟେକ ରାମ ନାମ ଜପ କରୁଛନ୍ତି।