Home >>Odisha Trending

UPSC 2023: ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ: ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

UPSC Civil Service 2023: ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଦିତ୍ୟ ଶ୍ରୀବାସ୍ତବ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଶାର ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ତେବେ ଡୋନୁରୁ ଅନନ୍ୟା ରେଡ୍ଡୀ ତୃତୀୟ ଏବଂ ପିକେ ସିଦ୍ଧାର୍ଥ ରାମକୁମାର ୪ର୍ଥ ଏବଂ ରୁହାନୀ ପଞ୍ଚମ ସ୍ଥାନ ହାସଲ କରିଛନ୍ତି  । ଏଥର ୫ ଜଣ ଝିଅ ଶ୍ରେଷ୍ଠ ୧୦ ରେ ସ୍ଥାନ ପାଇଛନ୍ତି । 

Advertisement
UPSC 2023: ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ: ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ
Soubhagya Ranjan Mishra|Updated: Apr 16, 2024, 04:44 PM IST
Share

UPSC Civil Service 2023: ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଦିତ୍ୟ ଶ୍ରୀବାସ୍ତବ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଶାର ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ତେବେ ଡୋନୁରୁ ଅନନ୍ୟା ରେଡ୍ଡୀ ତୃତୀୟ ଏବଂ ପିକେ ସିଦ୍ଧାର୍ଥ ରାମକୁମାର ୪ର୍ଥ ଏବଂ ରୁହାନୀ ପଞ୍ଚମ ସ୍ଥାନ ହାସଲ କରିଛନ୍ତି  । ଏଥର ୫ ଜଣ ଝିଅ ଶ୍ରେଷ୍ଠ ୧୦ ରେ ସ୍ଥାନ ପାଇଛନ୍ତି । ୟୁପିଏସସି ପରୀକ୍ଷାରେ ଓଡ଼ିଶାର ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ୧୦୧୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲା ତାଳଚେରର ଭାଲୁଗାଡିଆ ଗ୍ରାମର ପୁଅ ଅନିମେଷ ପ୍ରଧାନ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ।

ମଙ୍ଗଳବାର ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ହୋଇଛି ଏବଂ ଟପ୍ପର ତାଲିକା ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଅଲ ଇଣ୍ଡିଆ ରାଙ୍କରେ (ଏଆଇଆର) ଶୀର୍ଷରେ ରହିଛନ୍ତି। ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ରହିଛନ୍ତି। ରେଜଲ୍ଟ ବାହାରିବା ପରେ ୧୦୧୬ରୁ ଅଧିକ ପ୍ରାର୍ଥୀଙ୍କ ନା ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବୈଦେଶିକ ସେବା, ଭାରତୀୟ ପୋଲିସ ସେବା ଏବଂ କେନ୍ଦ୍ରୀୟ ସେବା ପଦବୀରେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି।

ଟପ୍ ୨୦ ମେରିଟ୍ ତାଲିକାରେ ଆଦିତ୍ୟ ଶ୍ରୀବାସ୍ତବଙ୍କ ନାଁ ପ୍ରଥମେ ରହିଥିବା ବେଳେ, ଅନିମେଶ ପ୍ରଧାନ, ଡୋନୁରୁ ଅନନ୍ୟା ରେଡ୍ଡୀ, ପି.କେ ସିଦ୍ଧାର୍ଥ ରାମକୁମାର, ରୁହାନୀ, ସୃଷ୍ଟି ଦାବସ, ଅନମୋଲ ରାଠୋର, ଆଶିଷ କୁମାର, ନୌସିନ୍, ଐଶ୍ୱର୍ୟ୍ୟାମ ପ୍ରଜାପତି, କୁସ୍ ମତୱାନି, ଅନିକେତ୍ ସାଣ୍ଡିଲ୍ୟ, ମେଧା ଆନନ୍ଦ, ଶୌର୍ୟ୍ୟ ଅରୋରା, କୁନାଲ ରସ୍ତୋଗି, ଅୟାନ ଜୈନ, ସ୍ୱାତୀ ଶର୍ମା, ୱାର୍ଦା ଖାନ୍, ଶିବମ କୁମାର, ଆକାଶ ବର୍ମାଙ୍କ ନାଁ ରହିଛି।

କିଏ ଏହି ଅନିମଶ ପ୍ରଧାନ? 
ଅନିମେଶ ପ୍ରଧାନ (ରୋଲ ନମ୍ବର 6312512) NIT ରାଉରକେଲାରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ହାସଲ କରିଛନ୍ତି ଏବଂ ତାଙ୍କ ଇଚ୍ଛାଧୀନ ବିଷୟ ଭାବରେ ସମାଜବିଜ୍ଞାନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । 

ଅନ୍ୟ ୩ ଜଣ ମଧ୍ୟ ଟପ୍ ତାଲିକାରେ ସ୍ଥାନ ପାଇଁଛନ୍ତି 
ଅନିମେଶ ପ୍ରଧାନଙ୍କ ବ୍ୟତୀତ ଓଡିଶାର ପ୍ରଜନନ ଗିରି ୨୪ ତମ, ଓଡ଼ିଶାର ଆୟୁଷ ପ୍ରଧାନ ୩୬ ତମ ସ୍ଥାନ ହାସଲ କରିଛନ୍ତି ଏବଂ ଜୟଶ୍ରୀ ପ୍ରଧାନ ୫୨ ତମ ସ୍ଥାନ ପାଇଛନ୍ତି ।

Also Read- Patanjali Ads Case: 'ରାମଦେବ ସର୍ବସାଧାରଣରେ କ୍ଷମା ମାଗିବା ଉଚିତ'- ସୁପ୍ରିମକୋର୍ଟ

Also Read- Grah Gochar 2024: ଏପ୍ରିଲ ୨୩ରେ ବଦଳିବ ୪ ରାଶିର ଭାଗ୍ୟ, ମିଳିବ ବଜରଙ୍ଗବାଲିଙ୍କ ଆଶୀର୍ବାଦ

Read More
{}{}