Hindi News >>Home >>Odisha Trending

Mumbai Moscow Corridor: ରାଷ୍ଟ୍ରପତି ପୁତିନଙ୍କ ଏହି ପଦକ୍ଷେପ ପାଇଁ ଚକିତ ହୋଇଗଲା ୟୁରୋପ; ଏଣିକି ୧୦ ଦିନରେ ପହଞ୍ଚିବେ ଋଷିଆ

Russian President Vladimir Putin: ପାରମ୍ପରିକ ସହଯୋଗୀ ଭାରତ ସହ ବାଣିଜ୍ୟ କାରବାରକୁ ଆହୁରି ସହଜ କରିବା ନେଇ ଋଷିଆ ଯେଉଁ ପଦକ୍ଷେପ ନେଇଛି ତାହାକୁ ଦେଖି ଆମେରିକା ସହ ୟୁରୋପୀୟ ସଂଘ ଚକିତ ହୋଇଯାଇଛି।

Advertisement
Mumbai Moscow Corridor: ରାଷ୍ଟ୍ରପତି ପୁତିନଙ୍କ ଏହି ପଦକ୍ଷେପ ପାଇଁ ଚକିତ ହୋଇଗଲା ୟୁରୋପ; ଏଣିକି ୧୦ ଦିନରେ ପହଞ୍ଚିବେ ଋଷିଆ
Zee Odisha Desk|Updated: Mar 14, 2024, 07:24 PM IST
Share

India Russia Trade Route: ଭାରତ-ଋଷିଆ ସମ୍ପର୍କ ଅବିସ୍ମରଣୀୟ। ଯେତେବେଳେ କୌଣସି ଆନ୍ତର୍ଜାତୀୟ ପ୍ରସଙ୍ଗ ଆସେ ସେତେବେଳେ ଭାରତ ସମଗ୍ର ବିଶ୍ୱ କଥା ଚିନ୍ତା କରିଥାଏ। ହେଲେ ପାରମ୍ପରିକ ସହଯୋଗୀ ଭାରତ-ଋଷିଆ ମଧ୍ୟରେ ସାଧାରଣ ସ୍ୱାର୍ଥ ଅନ୍ୟ କିଛି ରହିଛି। ଆମେ ନୂଆଦିଲ୍ଲୀ-ମସ୍କୋ ସମ୍ପର୍କ ବିଷୟରେ ଆଲୋଚନା କରାଯାଏ, ତାହେୱେ ମୁମ୍ବାଇ-ମସ୍କୋ ମାର୍ଗରେ କାର୍ଯ୍ୟ ଗତିଶୀଳ ହୋଇଛି। ଯାହା ବୈଶ୍ୱିକ ସାମୁଦ୍ରିକ ବାଣିଜ୍ୟ ଉପରେ ରହିଥିବା "ହୁଥି" ବିପଦ ଠାରୁ ଦୂରେଇ ରହି ଏହି ମାର୍ଗ ଭାରତ-ଋଷିଆ ମଧ୍ୟରେ ପ୍ରଗତି ଏବଂ ସମୃଦ୍ଧତା ପାଇଁ ବାଟ ଖୋଲିବ। ଏନେଇ କାର୍ଯ୍ୟକାରୀ ହେଉଥିବା ବାଣିଜ୍ୟକ କରିଡର ନାଁ ହେଉଛି ଆନ୍ତର୍ଜାତୀୟ ଉତ୍ତର ଦକ୍ଷିଣ ପରିବହନ କରିଡର। ଯାହାର ଲମ୍ବା ୭୨୦୦ କିମି ବୋଲି କୁହାଯାଉଛି। ପାରମ୍ପରିକ ସହଯୋଗୀ ଭାରତ-ଋଷିଆ, ଇରାନ ଏବଂ ଅଜରବୈଜାନ ଏହାର ଅଂଶୀଦାର ଅଛନ୍ତି। ଏହି ମାର୍ଗରେ ସମୁଦ୍ର, ରେଳ ଏବଂ ସଡକ ଦେଇ ୪୫ ଦିନ ପରିବର୍ତ୍ତେ ୧୦ ଦିନ ମଧ୍ୟରେ ଭାରତରୁ ଋଷିଆକୁ ବ୍ୟବସାୟିକ ପରିବହନ କରିହେବ।

ରାଷ୍ଟ୍ରପତି ପୁତିନଙ୍କ ଏହି ପଦକ୍ଷେପ ପାଇଁ ଚକିତ ହୋଇଗଲା ୟୁରୋପ
ଆମେରିକୀୟ ଗଣମାଧ୍ୟମ "ନ୍ୟୁୟର୍କ ଟାଇମ୍ସ" ରିପୋର୍ଟ ଅନୁଯାୟୀ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁତିନ ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର ପ୍ରକଳ୍ପକୁ ଆଗେଇ ନେବା ପାଇଁ ସହଯୋଗୀ ଇରାନ ଲାଗି ୧୨,୦୦୦ କୋଟି ଟଙ୍କାର ସହୟତା ପ୍ରଦାନ କରିଛନ୍ତି। ଯାହାକୁ ଇରାନ ଯଥାଶୀଘ୍ର ୧୬୦ କିଲୋମିଟର ଲମ୍ବା ରେଳ ମାର୍ଗ ନିର୍ମାଣ ଆରମ୍ଭ କରିବାକୁ ବ୍ୟବହାର କରିବ। ଇରାନ ରାସ୍ତ ସହରକୁ ଅସ୍ତାରା ସହିତ ସଂଯୋଗ କରୁଥିବା ଏହି ରେଳପଥର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଅଜରବୈଜାନ ଠାରେ ରେଳ ଟ୍ରାକ୍ ଏବଂ ୟାର୍ଡ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଶେଷ ହୋଇପାରେ। ଆସନ୍ତା ୨୦୨୮ ପର୍ଯ୍ୟନ୍ତ ସମଗ୍ର ଆନ୍ତର୍ଜାତୀୟ ଉତ୍ତର ଦକ୍ଷିଣ ପରିବହନ କରିଡ଼ର ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି।

ଆନ୍ତର୍ଜାତୀୟ ଉତ୍ତର ଦକ୍ଷିଣ ପରିବହନ କରିଡର ଦ୍ୱାରା କିପରି ଉପକୃତ ହେବ ମୁମ୍ବାଇ-ମସ୍କୋ କରିଡର? 
ବର୍ତ୍ତମାନ ମୁମ୍ବାଇ ଠାରୁ ମସ୍କୋ ପର୍ଯ୍ୟନ୍ତ କୌଣସି ସାମଗ୍ରୀ ପରିବହନ କରିବା ପାଇଁ ୧୪ ହଜାର କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡୁଛି। ଏହି ମାର୍ଗ ସୁଏଜ୍ କେନାଲ ଦେଇ ଯାଇଥାଏ। ଯାହା ୪୫ ଦିନ ସମୟ ନେଇଥାଏ ଏବଂ ଏହାର ଭଡା ମଧ୍ୟ ବହୁତ ଅଧିକ ହୋଇଥାଏ। ହେଲେ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ଆମଦାନୀ-ରପ୍ତାନୀ ପାଇଁ ଏହି ମାର୍ଗ ଉପରେ ନିର୍ଭର କରିବାକୁ ହୋଇଥାଏ। ଆନ୍ତର୍ଜାତୀୟ ଉତ୍ତର ଦକ୍ଷିଣ ପରିବହନ କରିଡର ଗଠନ ହେବା ପରେ କୌଣସି ସାମଗ୍ରୀ ପଠାଇବାକୁ ମାତ୍ର ୧୦ ଦିନ ସମୟ ଲାଗିବ ଏବଂ ପରିବହନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ-ଋଷିଆ ମଧ୍ୟରେ ରହିଥିବା ଏହି ବାଣିଜ୍ୟକ ମାର୍ଗ ଉପରେ  ୟେମେନ ଠାରେ ସକ୍ରିୟ ରହିଥିବା ହୁଥି ବିଦ୍ରୋହୀଙ୍କ କୌଣସି ପ୍ରଭାବ ରହିବ ନାହିଁ।

ଏହି ପ୍ରକଳ୍ପ ପାଇଁ ଭାରତ-ଋଷିଆ ପାଖରୁ ସାହାଯ୍ୟ ନେଉଛି ଇରାନ
ଆପଣଙ୍କୁ କହିରଖୁଛୁ ଯେ ପାକିସ୍ତାନ ପଟୁ ରହିଥିବା ବିପଦକୁ ଦୃଷ୍ଟିରେ ରଖି ଭାରତ ଇରାନ ଠାରେ ଏକ ବନ୍ଦର ନିର୍ମାଣ କରିଛି। ତେହେରାନ ଠାରେ ନୂଆଦିଲ୍ଲୀ ଅନେକ ପ୍ରକଳ୍ପରେ ବିନିଯୋଗ କରୁଛି। ସେହିଭଳି ଋଷିଆ ମଧ୍ୟ ଇରାନ ଲାଗି ବିଭିନ୍ନ କ୍ଷେତ୍ରରେ ସମର୍ଥନ ଯୋଗାଇ ଦେଉଛି। ମୁମ୍ବାଇ ମସ୍କୋ କରିଡର ପାଇଁ ଇରାନ, ଭାରତ-ଋଷିଆ ପାଖରୁ ଆବଶ୍ୟକୀୟ ମେସିନ୍ ନେଉଛି। ଇରାନ-ଅଜରବୈଜାନ ଭଳି ଅଂଶୀଦାରଙ୍କ ପ୍ରତ୍ୟେକ ଆବଶ୍ୟକତା ପାରମ୍ପରିକ ସହଯୋଗୀ ଭାରତ-ଋଷିଆ ପୂରଣ କରୁଛନ୍ତି। ଏହି କାରଣରୁ କରିଡର କାର୍ଯ୍ୟରେ ଚଳିତ ବର୍ଷର ପ୍ରଥମ ୩ ମାସରେ ଆଖି ଦୃଶିଆ ଅଗ୍ରଗତି ହୋଇଛି। ଆମେରିକା ଲାଗି ଇରାନ ପ୍ରଥମ ଶତ୍ରୁ ଭାବେ ଉଭା ହୋଇଛି। ଏଭଳି ପରିସ୍ଥିତିରେ ୟୁରୋପୀୟ ସଂଘ ସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନେତତ୍ୱାଧିନ ପ୍ରଶାସନ ମଧ୍ୟ ମୁମ୍ବାଇ-ମସ୍କୋ କରିଡର ଉପରେ ନଜର ରଖିଛି।

Read More
{}{}