Home >>Odisha Trending

Russian Oil: ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ୟୁ ଟର୍ଣ୍ଣ ମାରିଲା ଆମେରିକା; ଜାଣନ୍ତୁ ପୂରା ଘଟଣାକ୍ରମ

US Ban on Russian Oil: ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ ଋଷିଆ ଦ୍ୱାରା ହେଉଥିବା ତୈଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ।   

Advertisement
Russian Oil: ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ୟୁ ଟର୍ଣ୍ଣ ମାରିଲା ଆମେରିକା; ଜାଣନ୍ତୁ ପୂରା ଘଟଣାକ୍ରମ
Zee Odisha Desk|Updated: Jan 12, 2024, 06:54 PM IST
Share

Why US want to buy Russian Oil: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆସନ୍ତା ମାସ ୨୪ ତାରିଖରେ ୨ ବର୍ଷ ପୂରଣ ହେବାକୁ ଯାଉଛି। ଗତ ୨୦୨୨ ଫେବୃଆରୀ ୨୪ ତାରିଖରେ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ ଋଷିଆ ଦ୍ୱାରା କରାଯାଉଥିବା ତୈଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଯାହାର ଫଳସ୍ୱରୂପ ଋଷିଆ ଦ୍ୱାରା ବିଶ୍ୱ ସମୁଦାୟକୁ କରାଯାଉଥିବା ତୈଳ ରପ୍ତାନୀ ବାଧାପ୍ରାପ୍ତ ହୋଇଥିଲା। ଏପରିକି ଋଷିଆ ଭାରତ-ଚୀନ ଭଳି କିଛି ହାତ ଗଣତି ଦେଶକୁ ତୈଳ ରପ୍ତାନୀ କରିବାକୁ ସମର୍ଥ ହୋଇଥିଲା। 

ହେଲେ ଏବେ ୟୁକ୍ରେନ ସହ ଯୁଦ୍ଧ ଜାରି ରହିଥିବା ବେଳେ ଆମେରିକା ପୁଣି ଥରେ ଋଷିଆ ପାଖରୁ ତେଲ ଆମଦାନୀ କରିବା ଆରମ୍ଭ କରିଛି। ଋଷୀୟ ଗଣମାଧ୍ୟମ ସ୍ଫୁଟନିକ୍ ଗ୍ଲୋବ ରିପୋର୍ଟ ଅନୁଯାୟୀୀ ଗତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଆମେରିକା ପକ୍ଷରୁ ଋଷିଆ ପାଖରୁ ପ୍ରାୟ ୪୬ ହଜାର ବ୍ୟାରେଲ ତୈଳ ଆମଦାନୀ କରାଯାଇଥିଲା। ଏହି ରିପୋର୍ଟ ମାଧ୍ୟମରେ ଆମେରିକୀୟ ଶକ୍ତି ସୂଚନା ପ୍ରଶାସନର ତଥ୍ୟ ଦର୍ଶାଯାଇଛି। ଏହି ତଥ୍ୟ ଏହା ମଧ୍ୟ ଦର୍ଶାଉଛି ଯେ ଆମେରିକା ପ୍ରତ୍ୟେକ ବ୍ୟାରେଲ ତୈଳ ପାଇଁ ଋଷିଆକୁ ଏକ ପ୍ରିମିୟମ ଦେଇଛି। ଆମେରିକା ଦ୍ୱାରା ଋଷିଆ ପାଖରୁ ତୈଳ ଆମଦାନୀ କରିବା ପାଶ୍ଟାତ୍ୟ ଦେଶଙ୍କ ଲଗାଯାଇଥିବା ପ୍ରତିବନ୍ଧକକୁ ଉଂଲଘନ କରିବା ସଦୃଶ୍ୟ ହୋଇଛି।

ଗତ ୨୦୨୨ ମାର୍ଚ୍ଚ ମାସରେ ଆମେରିକା, ଋଷୀୟ ତୈଳ, ଗ୍ୟାସ ଏବଂ ଅନ୍ୟାନ୍ୟ ଶକ୍ତି ଉତ୍ସ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଅକ୍ଟୋବର-ନଭେମ୍ବର ମାସରେ ଋଷିଆ ପାଖରୁ ତୈଳ ଆମଦାନୀ କରିବାକୁ ଆମେରିକୀୟ ଟ୍ରେଜେରୀ ବିଭାଗ ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟରୁ ଏକ ସ୍ୱତନ୍ତ୍ର ଲାଇସେନ୍ସ ପ୍ରଦାନ କରାଯାଇଥିଲା। ଏହି ଏଜେନ୍ସି ଆମେରିକା ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକର କାର୍ଯ୍ୟକାରିତା ଉପରେ ନଜର ରଖିଥାଏ। ଆମେରିକୀୟ ଟ୍ରେଜେରୀ ବିଭାଗ ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ ହେଉଛି ଏକମାତ୍ର ଏଜେନ୍ସି ଯାହା ମାମଲା ଆଧାରରେ ନିଷିଦ୍ଧ କାରବାର ପାଇଁ ଲାଇସେନ୍ସ ପ୍ରଦାନ କରିଥାଏ।

କାହିଁକି ଋଷିଆ ପାଖରୁ ମହଙ୍ଗା ତୈଳ ଆମଦାନୀ କରୁଛି ଆମେରିକା?
ପ୍ରତିବନ୍ଧକ ସତ୍ତ୍ୱେ ଋଷିଆ ପାଖରୁ ମହଙ୍ଗା ତୈଳ ଆମଦାନୀ କରିବା ଆମେରିକାର ଦୋମୁହାଁ ଆଭିମୁଖ୍ୟକୁ ଦର୍ଶାଉଛି। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ ଋଷିଆ ପାଖରୁ ତୈଳ ଆମଦାନୀ କରୁଥିବାରୁ ଭାରତ ଉପରେ କୂଟନୈତିକ ସ୍ତରରେ ଚାପ ପକାଇଥିଲେ। ହେଲେ ପାଶ୍ଚାତ୍ୟ ଦେଶର ଚେତାବନୀ ସତ୍ତ୍ୱେ ଋଷିଆ ଭାରତ ଲାଗି ତୈଳ ଯୋଗାଣ ଜାରି ରଖିଥିଲା। ହେଲେ ଏବେ  ଆମେରିକା କେବଳ ପ୍ରତିବନ୍ଧକ ଲଗାଯାଇଥିବା ତୈଳ ଆମଦାନୀ କରୁନାହିଁ। ମହଙ୍ଗା ଋଷୀୟ ତୈଳ ଆମଦାନୀ କରିବା ଅଧିକ ମୂଲ୍ୟ ଦେଉଛି ଆମେରିକା।

ଆମେରିକୀୟ ଶକ୍ତି ସୂଚନା ପ୍ରଶାସନ ତଥ୍ୟ ଅନୁଯାୟୀ ଗତ ବର୍ଷ ଅକ୍ଟୋବର ମାସରେ ଆମେରିକା ବ୍ୟାରେଲ ପିଛା ୭୪ ଡଲାର ଏବଂ ନଭେମ୍ବର ମାସରେ ବ୍ୟାରେଲ ପିଛା ୭୬ ଡଲାର ମୂଲ୍ୟରେ ଋଷୀୟ ତୈଳ ଆମଦାନୀ କରିଥିଲା। ଏହି ମୂଲ୍ୟ ଗତ ୨୦୨୨ ବର୍ଷରେ ଆମେରିକା ଏବଂ ଏହାର ସହଯୋଗୀ ଦେଶଙ୍କ ଦ୍ୱାରା ସ୍ଥିର ହୋଇଥିବା ୬୦ ଡଲାର ମୂଲ୍ୟର କ୍ୟାପ୍ ଠାରୁ ବହୁତ ଅଧିକ। ତୈଳ ରପ୍ତାନୀ ମାଧ୍ୟମରେ ଋଷିଆ ଆୟ ହ୍ରାସ କରିବା ଉଦ୍ଦେଶ୍ୟରେ ଏହି କ୍ୟାପ୍ ଲଗାଯାଇଥିଲା। ଯାହାକୁ ଆମେରିକା ଆମେରିକା ସମେତ ଜି-୭ ସମୂହ ଦେଶ ୟୁରୋପୀୟ ୟୁନିଅନ୍, ସ୍ୱୀଜରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ଦ୍ୱାରା ଲାଗୁ କରାଯାଇଥିଲା। ରଷିଆ ପାଖରୁ ତୈଳ ଆମଦାନୀ ଆରମ୍ଭ କରିବାକୁ ନେଇ ଆମେରିକା ପକ୍ଷରୁ କୌଣସି କାରଣ ଦର୍ଶାଯାଇନାହିଁ। ହେଲେ ବିଶେଷଜ୍ଞଙ୍କ କହିବା ଅନୁସାରେ ବୈଶ୍ୱିକ ଶକ୍ତି ସଙ୍କଟ, ଚୀନ୍ ସହ ବିବାଦ ଏବଂ ୟୁକ୍ରେନ ଯୁଦ୍ଧ କାରଣରୁ ଆମେରିକା ଏପରି ନିଷ୍ପତ୍ତି ନେଇ ଥାଇପାରେ।

Read More
{}{}