Hindi News >>Home >>Odisha Trending

Ayodhya Ram Mandir Inauguration: ରାମ ମନ୍ଦିର ଉଦଘାଟନ ସମାରୋହରେ ଜଳିବ ୧୦୮ ଫୁଟ ଲମ୍ବର ଅଗରବତୀ

Ayodhya Ram Mandir Pran Pratishtha: ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ ଅବସରରେ ଜଳିବ ୧୦୮ ଫୁଟ ଲମ୍ବାର ଏକ ଧୂପ କାଠି। 

Advertisement
Ayodhya Ram Mandir Inauguration: ରାମ ମନ୍ଦିର ଉଦଘାଟନ ସମାରୋହରେ ଜଳିବ ୧୦୮ ଫୁଟ ଲମ୍ବର ଅଗରବତୀ
Zee Odisha Desk|Updated: Jan 10, 2024, 05:24 PM IST
Share

108 Foot Long Incense Stick for Ram Mandir: ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟସ୍ଥିତ ରାମ ମନ୍ଦିରରେ ହେବ ପ୍ରାଣ ପ୍ରତିଷ୍ଠା। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ ପାଇଁ ଗୁଜରାଟ ଭଦୋଦରା ଠାରେ ପ୍ରସ୍ତୁତ ହେଉଛି ୧୦୮ ଫୁଟ ଲମ୍ବାର ଏକ ଧୂପ କାଠି। ଏହି ବିଶାଳକାୟ ଧୂପକାଠି ରାମ ମନ୍ଦିରରେ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଜଳାଯିବ।  

ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ଉତ୍ତର ପ୍ରଦେଶ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଗୁଜୁରାଟର ଭଦୋଦରା ଠାରୁ ଅଯୋଧ୍ୟା ଅଭିମୁଖେ ଏକ ୧୦୮ ଫୁଟ ଲମ୍ବା ଧୂପକାଠି ପଠାଯିବ। ପଞ୍ଚଗବ୍ୟ ଏବଂ ହବନ ସାମଗ୍ରୀ ଏବଂ ଗାଈ ଗୋବରରୁ ପ୍ରସ୍ତୁତ ହୋଇଛି ଏହି ଧୂପ କାଠି। ଯାହାର ଓଜନ ହେଉଛି ୩୫୦୦ କିଲୋଗ୍ରାମ। ଏହି ଧୂପ କାଠିର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ବୋଲ କୁହାଯାଉଛି। ଏହାକୁ ପ୍ରସ୍ତୁତ କରିବାକୁ ୬ ମାସ ସମୟ ଲାଗିଥିଲା। ଏହି ୧୦୮ ଫୁଟ ଲମ୍ବାର ଏକ ଧୂପ କାଠିକୁ ୧୧୦ ଫୁଟ ଲମ୍ବର ରଥରେ ଭଦୋଦରା ଠାରୁ ଅଯୋଧ୍ୟା ପଠାଯିବ। ଏହାକୁ ପ୍ରସ୍ତୁତ କରିଥିବା ବିହା ଭାଇ ଭରୱାଡ କହିଛନ୍ତି ଯେ ଏହାକୁ ଥରେ ଜଳିବା ପରେ ପ୍ରାୟ ଦେଢ ମାସ ପର୍ଯ୍ୟନ୍ତ ଏହା ଲଗାତାର ଜଳିବ।

ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ ପାଇଁ ବଡ଼ ଧରଣର ପ୍ରସ୍ତୁତି ଚାଲିଛି। ପ୍ରାଣ ପ୍ରତିଷ୍ଠା ସମାରୋହରେ ସମଗ୍ର ଅଯୋଧ୍ୟା ୧୦୮ ଫୁଟ ଲମ୍ବା ଧୂପ କାଠିରେ ସୁଗନ୍ଧିତ ହେବେ। ଏହି ଧୂପ କାଠି ସହ ଜଡ଼ିତ ବିଶେଷ କଥା ହେଉଛି ଯେ ଥରେ ଜଳିବା ପରେ ଧୂପକାଠି ଲଗତାର ଦେଢ ମାସ ପର୍ଯ୍ୟନ୍ତ ଜଳି ରହିବ। ଏହାର ଓଜନ ୩୫୦୦ କିଲୋଗ୍ରାମ ହୋଇଥିବା ବେଳେ ଲମ୍ବ ୧୦୮ ଫୁଟ ଏବଂ ମୋଟେଇ ହେଉଛି ୩.୫ ଫୁଟ। ଏକ ବିଶାଳ ଶୋଭାଯାତ୍ରା ସହିତ ଭଦୋଦରା ଠାରୁ ରାସ୍ତାରେ ୧୧୦ ଫୁଟ ରଥରେ ଧୂପକାଠି ଅଯୋଧ୍ୟା ଅଣାଯିବ। ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟରେ ପ୍ରସ୍ତୁତ ହୋଇଛି ଧୂପକାଠି। ଏକ ଖୋଲା ସ୍ଥାନରେ ଦଶରୁ ଅଧିକ ଲୁହା ଷ୍ଟାଣ୍ଡ ଲଗାଯାଇ ଏହି ଧୂପକାଠି ପ୍ରସ୍ତୁତ କରାଯାଉଛି।

ହବନ ସାମଗ୍ରୀରେ ନିର୍ମିତ ଏହି ୩୫୦୦ କିଲୋଗ୍ରାମ ଧୂପ କାଠିକୁ ପ୍ରୋଟୋକଲ ସହିତ ରାସ୍ତାରେ ରଥରେ ରଖାଯିବ। ଆସନ୍ତା ଜାନୁୟାରୀ ୧ ତାରିଖରେ ଭଦୋଦରା ଠାରୁ ଏହାକୁ ଅଯୋଧ୍ୟା ପଠାଯିବ। ଧୂପକାଠିକୁ ଯତ୍ନର ସହ ବହନ କରିବା ପାଇଁ ଏକ ଲମ୍ବା ଟ୍ରଲର ସହାୟତାରେ ଏକ ରଥ ପ୍ରସ୍ତୁତ ହେବ। ଯାହାକି ରାଜସ୍ଥାନ ଦେଇ ଉତ୍ତର ପ୍ରଦେଶ ଅଯୋଧ୍ୟା ପର୍ଯ୍ୟନ୍ତ ୧୮୦୦ କିଲୋମିଟର ଦୂରତା ଅତିକ୍ରମ। ରାମଭକ୍ତ ବିହାର ଭାଇ ଭରୱାଡ ପୂର୍ବରୁ ୧୧୧ ଫୁଟ ଲମ୍ବାର ଧୂପକାଠି ତିଆରି କରିଥିଲେ। ସମଗ୍ର ଗୁଜୁରାଟ ପକ୍ଷରୁ ଭଦୋଦର ଅଞ୍ଚଳର ରାମ ଭକ୍ତ ଜଣଙ୍କ ପ୍ରଭୁ ଶ୍ରୀରାମଙ୍କ ଚରଣରେ ଯଜ୍ଞ ରୂପରେ ଏହି ବିଶାଳକାୟ ଧୂପକାଠି ଅର୍ପଣ କରିଛନ୍ତି।

ଜୀବଦୟା ଗୋରକ୍ଷା ସମିତି ରାଷ୍ଟ୍ରୀୟ ଅଧ୍ୟକ୍ଷ ବିହା ଭାଇ ଭରୱାଡ଼ କେବଳ ଜମେ ଗୋପାଳକ ନୁହଁନ୍ତି ବରଂ ସେ ହେଉଛନ୍ତି ଜଣେ ରାମ ଭକ୍ତ। ବର୍ଷ ବର୍ଷ ଧରି ସେ ୩ ଥର ବିରାଟକାୟ ଧୂପକାଠି ତିଆରି କରି ଏହାକୁ ଉତ୍ସର୍ଗ କରିଛନ୍ତି। ବର୍ତ୍ତମାନ ଯେତେବେଳେ ଅଯୋଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି ସେତେବେଳେ ସେ ପଞ୍ଚଗବ୍ୟ ଏବଂ ହବନ ସାମଗ୍ରୀ ଏବଂ ଗାଈ ଗୋବର ବ୍ୟବହାର କରି ୧୦୮ ଫୁଟ ଲମ୍ବ ଏବଂ ୩.୫ ଫୁଟ ମୋଟାର ଧୂପକାଠି ପ୍ରସ୍ତୁତ କରିଛନ୍ତି।

ପ୍ରାୟ ୬ ମାସ ଧରି ବିହା ଭାଇ ଭରୱାଡ଼ ତାଙ୍କ ଘର ପାଖରେ ପ୍ରତି ଦିନ ୨-୩ ଘଣ୍ଟା କାମ କରି ଏଭଳି ଏକ ବିଶାଳକାୟ ଧୂପକାଠି ଏକାକୀ ପ୍ରସ୍ତୁତ କରିଛନ୍ତି। ମୌସୁମୀ ସମୟରେ ବର୍ଷାକୁ ଧ୍ୟାନରେ ରଖି ସେ ଏହି ଧୂପକାଠିରେ ଏକ ପତଳା ପ୍ଲାଷ୍ଟିକ୍ ରାପର ଲଗାଇଛନ୍ତି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ଏହି ଧୂପକାଠି ପ୍ରସ୍ତୁତ ହୋଇଯିବ। ଏହି କାର୍ଯ୍ୟରେ ଅନ୍ୟ ଲୋକ ରାମଭକ୍ତ ବିହା ଭାଇଙ୍କୁ ସହଯୋଗ କରିଛନ୍ତି। ପ୍ରୋଟୋକଲ୍ ସହିତ ଏହି ଧୂପ କାଠି ସଡ଼କ ମାର୍ଗରେସ ଭଦୋଦରା ଠାରୁ ବାହାରି ଅଯୋଧ୍ୟା ଠାରେ ପହଞ୍ଚିବ। ଭଦୋଦରା ଠାରୁ ବାହାରିବା ପରେ ହାଲୋଲ, କଲୋଲ, ଗୋଧରା ଶେହରା, ଅରବଲୀ, ମୋଡାସା, ଶ୍ୟାମଲାଜୀ ଦେଇ ଗୁଜୁରାଟ ସୀମା ପାର ହେବା ରାଜସ୍ଥାନ ଠାରେ ପ୍ରବେଶ କରିବେ। ଯେଉଁଠାରେ ଖେରୱାଡ଼ା, ଉଦୟପୁର, ମଲୱାଡ଼ା, ସାୱରିଆ ସେଠ ମନ୍ଦିର, ଚିତ୍ତୌରଗଡ, ଭିଲୱାଡ଼ା, ଦାଦିଆ, କିଶନଗଡ଼, ଜୟପୁର, ଘୋସା ମେହେନ୍ଦୀପୁର, ବାଲାଜୀ ଚୋରୟା, ଭରତପୁର, ଫତେହପୁର, ସିକ୍ରି, ଆଗ୍ରା, ଇଟାୱା, କାନପୁର, ଉନ୍ନାଓ, ଲକ୍ଷ୍ନୌ ବାରବାଙ୍କି ଦେଇ ଅଯୋଧ୍ୟା ଠାରେ ପହଞ୍ଚିବେ। 

 

 

 

 

Read More
{}{}