Hindi News >>Home >>Odisha Trending

Uniform Civil Code: କ୍ୟାବିନେଟ ଅନୁମୋଦନ ପାଇଲା ୟୁସିସି ଡ୍ରାଫ୍ଟ; ଦେଶରେ ଏହି ରାଜ୍ୟରେ ହେବ ପ୍ରଥମେ ଲାଗୁ

UCC Draft: ନାଗରିକ ସଂହିତା ଲାଗୁ କରିବାକୁ ନେଇ ପ୍ରସ୍ତୁତ ହୋଇଥିବା ବିଧେୟକ କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇସାରିଛି। ଏହା ପରେ ଏହି ବିଧେୟକ ବିଧାନସଭାରେ ପାରିତ କରାଯିବ।

Advertisement
Uniform Civil Code: କ୍ୟାବିନେଟ ଅନୁମୋଦନ ପାଇଲା ୟୁସିସି ଡ୍ରାଫ୍ଟ; ଦେଶରେ ଏହି ରାଜ୍ୟରେ ହେବ ପ୍ରଥମେ ଲାଗୁ
Zee Odisha Desk|Updated: Feb 07, 2024, 10:55 PM IST
Share

Uttarakhand Cabinet Approves UCC Draft: ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିବାକୁ ନେଇ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଉତ୍ତରାଖଣ୍ଡ କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇଛି। ୟୁସିସି ଡ୍ରାଫ୍ଟ ଅନୁମୋଦନ କରିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଉତ୍ତରାଖଣ୍ଡ କ୍ୟାବିନେଟ ଦ୍ୱାରା ଅନୁମୋଦିତ ହେବା ପରେ ସମାନ ନାଗରିକ ସଂହିତା ବର୍ତ୍ତମାନ ବିଧାନସଭାରେ ଉପସ୍ଥାପନ କରାଯିବ। ବିଧାନସଭାରେ ସମାନ ନାଗରିକ ସଂହିତା ବିଧେୟକ ପାସ୍ ହୋଇସାରିବା ପରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏହି ଆଇନ କାର୍ଯ୍ୟକାରୀ ହେବ। କ୍ୟାବିନେଟ ବୈଠକ ପରେ କୁହାଯାଇଥିଲା ଯେ ୟୁସିସି ଡ୍ରାଫ୍ଟ ବିଧାନସଭାରେ ଉପସ୍ଥାପିତ ହେବ ଏବଂ ଯାହାକୁ ଯଥାଶୀଗ୍ର ଆଇନର ରୂପ ଦିଆଯିବ। ୟୁସିସି ସମସ୍ତ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରିବ ଏବଂ ଲିଙ୍ଗଗତ ସମାନତା ଏବଂ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବ।

ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିବା ସମ୍ପର୍କରେ ଜଣାଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ୟୁସିସି ଡ୍ରାଫ୍ଟ ବିଧାନସଭାରେ ଆସନ୍ତା ୬ ତାରିଖରେ ଉପସ୍ଥାପିତ ହେବ। ବିଧାନସଭାରେ ୟୁସିସି ଡ୍ରାଫ୍ଟ ପାରିତ ହୋଇସାରିବା ପରେ ଏହା ଖୁବ ଶୀଘ୍ର ଆଇନରେ ପରିଣତ ହେବ। ୟୁସିସି ଲାଗୁ ହେବା ପରେ ସମସ୍ତ ଧର୍ମ ପାଇଁ ବିବାହ, ଛାଡପତ୍ର, ଉତ୍ତରାଧିକାରୀ, ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଏକକ ନିୟମ ଲାଗୁ ହେବ। ୟୁସିସି ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ୨୦୨୨ ମେ ୨୭ ତାରିଖରେ ୫ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ ଉତ୍ତରାଖଣ୍ଡ ସରକାର।

ସମାନ ନାଗରିକ ସଂହିତା ପାଇଁ ଡକାଗଲା ସ୍ୱତନ୍ତ୍ର ଅଧିବେଶନ 
ଉତ୍ତରାଖଣ୍ଡ ବିଧାନସଭାରେ ୟୁସିସି ଡ୍ରାଫ୍ଟ ପାରିତ କରିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ନେତୃତ୍ୱାଧିନ ସରକାର ଫେବୃଆରୀ ୫ ତାରିଖରୁ ୮ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଅବସରପ୍ରାପ୍ତ ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ପ୍ୟାନେଲ୍ ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଭେଟି ୭୪୯ ପୃଷ୍ଠାର ଏକ ରିପୋର୍ଟ ଦାଖଲ କରିଥିଲା। ବିଧାନସଭା ଦ୍ୱାରା ଏହି ରିପୋର୍ଟ ପାରିତ ହେବା ପରେ ଏହା ଯଥା ଶୀଘ୍ର ଏକ ଆଇନରେ ପରିଣତ ହେବ। ସମାନ ନାଗରିକ ସଂହିତା ଲାଗୁ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ।

ୟୁସିସି ପାଇଁ ସକ୍ରିୟ ହୋଇଉଠିଲେ ଧାମୀ ସରକାର 
ଯଦି ଉତ୍ତରାଖଣ୍ଡ ବିଧାନସଭାରେ ଉତ୍ତରାଖଣ୍ଡ ବିଧାନସଭାରେ ସମାନ ନାଗରିକ ସଂହିତା ବିଧେୟକ ପାରିତ ହୋଇଯାଏ ତାହେଲେ ଏହି ରାଜ୍ୟ ସମଗ୍ର ଦେଶରେ ଇତିହାସ ସୃଷ୍ଟି କରିବ। ୟୁସିସି ପ୍ରସଙ୍ଗକୁ ପ୍ରାଧାନ୍ୟ ଦେଇ ବିଜେପି ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଏକ ପ୍ରତିଶୃତି ଦେଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଯଦି ରାଜ୍ୟରେ ଦଳ ସରକାର ଗଠନ କରେ ତାହାଲେ ୟୁସିସି ଲାଗୁ କରିବା ଉପରେ କାର୍ଯ୍ୟ କରାଯିବ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ନେତୃତ୍ୱାଧିନ ସରକାର ୟୁସିସି ପାଇଁ ଏକ କମିଟି ଗଠନ କରିଥିଲେ। ଯାହା ଦେଢ ବର୍ଷ ମଧ୍ୟରେ ୟୁସିସି ଡ୍ରାଫ୍ଟ ପ୍ରସ୍ତୁତ କରିଥିଲା। ବର୍ତ୍ତମାନ ଉତ୍ତରାଖଣ୍ଡ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଫେବୃଆରୀ, ୫ ତାରିଖ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ସମାନ ନାଗରିକ ସଂହିତା ପାସ୍ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।

Read More
{}{}