Hindi News >>Home >>Odisha Trending

Viral Videos: ମନ୍ତ୍ରୀଙ୍କ ନାଁରେ ଅପବାଦର ଭିଡିଓ ଓ ଫଟୋ ହେଉଛି ଭାଇରାଲ: ବିରେଧୀ ଟ୍ରୋଲ ଆର୍ମିର ଭୂମିକାକୁ ନେଇ ସନ୍ଦେହ

ଉଚ୍ଚଶିକ୍ଷା ଏବଂ ପର୍ଯ୍ୟଟନ ମନ୍ତ୍ରୀ ତଥା ଯୁବ ବିଧାୟକ  ତଥା ଧାମନଗର ନିର୍ବାଚନ ମଣ୍ଡଳୀରୁ ଲଗାତାର ଦୁଇଥର ବିଧାୟକ ହୋଇଥିବା ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ଏକ ଭିଡିଓ ବେଶ୍‍ ଭାଇରାଲ୍‍ ହେଉଛି। ଏଥିରେ ସେ ସାଙ୍ଗ ମାନଙ୍କ ସହ ଖଟିରେ ଝୁମୁଥିବା ନଜରକୁ ଆସିଛନ୍ତି। ଏହି ଭିଡିଓରେ ମଦ ବୋତଲକୁ ଦର୍ଶାଯାଇ ସେ ଜଣେ ମାତାଲି ବୋଲି ପରିଚୟ ଦେବାକୁ ଉଦ୍ୟମ କରାଯାଇଛି। 

Advertisement
Viral Videos: ମନ୍ତ୍ରୀଙ୍କ ନାଁରେ ଅପବାଦର ଭିଡିଓ ଓ ଫଟୋ ହେଉଛି ଭାଇରାଲ: ବିରେଧୀ ଟ୍ରୋଲ ଆର୍ମିର ଭୂମିକାକୁ ନେଇ ସନ୍ଦେହ
Prabhudatta Moharana|Updated: Jun 18, 2024, 10:39 AM IST
Share

Viral Videos: ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାର ଗଢ଼ା ହେବା ପରେ ସୋଶାଲ୍‍ ମିଡିଆ ଅଧିକ ସକ୍ରିୟ ହୋଇଛି। କେଉଁ ମନ୍ତ୍ରୀ ବା ବିଧାୟକଙ୍କ ନାଁରେ କେବେ କେଉଁ ବ୍ୟକ୍ତିଗତ ଭିଡିଓ ଥିଲା ତାହାକୁ ନେଇ କିଛି ଗୋଷ୍ଠୀ ଭାଇରାଲ୍‍ କରିବାରେ ଲାଗିଛନ୍ତି। ଏପରିକି ତାଙ୍କର ଆଗକୁ କାର୍ଯ୍ୟକାଳ ସମ୍ପର୍କରେ ସନ୍ଦେହ ପ୍ରକଟ କରିଛନ୍ତି। ଏହିକ୍ରମରେ ଅଧିକ ଶିକାର ହୋଇଛନ୍ତି ଜଣେ ଉପ ମୁଖ୍ୟମନ୍ତ୍ରୀ ଏବଂ ଜଣେ କ୍ୟାବିନେଟ ମନ୍ତ୍ରୀ।

ପ୍ରଥମଥର ପାଇଁ ଏକକ ସରକାର ଗଢ଼ିବା ପରେ ବିଜେପି ଏହାର ନବ ନିର୍ବାଚିତ ତଥା ଅନେକ ପ୍ରଶାସନିକ ଅନଭିଜ୍ଞ ବିଧାୟକଙ୍କୁ ନେଇ ମନ୍ତ୍ରିମଣ୍ଡଳ ଗଠନ କରିଛି। ଏଥିରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ବି ରହିଛନ୍ତି। ଉପ ମୁଖ୍ୟଙ୍କ ଭିତରୁ ସର୍ବାଧିକ ଅଭିଜ୍ଞତା ରଖିଛନ୍ତି କନକ ବର୍ଦ୍ଧନ ସିଂହ ଦେଓ। ପୂର୍ବରୁ ମେଣ୍ଟ ସରକାର ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଣ୍ଡନ କରିଥିଲେ। ଏହା ସେ ଅତୀତରେ ରାଜ୍ୟ ବିଜେପିର ମଙ୍ଗ ବି ସମ୍ଭାଳିଥିଲେ। ବଲାଙ୍ଗୀର ରାଜ ପରିବାରରେ ବର୍ତ୍ତମାନ ରାଜା ଭାବେ ପରିଚିତ କନକ ବର୍ଦ୍ଧନଙ୍କ ବିରୁଦ୍ଧରେ ସୋଶାଲ ମିଡିଆରେ ପ୍ରଚାର ଚାଲିଛି। ଏପରିକି ତାଙ୍କର ଏକ ଫଟୋକୁ ନେଇ କିଛି ବ୍ୟକ୍ତି ଭାଇରାଲ୍‍ କରୁଛନ୍ତି। ଏହି ଫଟୋରେ ଅତୀତରେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ କେଭିଙ୍କ ସହ ଦେଖିବାକୁ ମିଳୁଛି। ସେ ତାଙ୍କୁ କୁଆଡ଼େ ଦଳରେ ଭଲ ପଦପଦବୀ ଦେବେ ବୋଲି ପ୍ରଲୋଭିତ କରିଥିବା ବି ଆଲୋଚନା ହେଉଛି। ମନ୍ତ୍ରୀ ପଦ ଘୋଷଣାଠୁ ହିଁ ଏହି ଫଟୋ ବେଶୀ ଭାଇରାଲ୍‍ ହେଉଛି। କେହି କହି ଏହାକୁ ବିରୋଧୀ ଦଳର ସୋସିଆଲ ମିଡିଆ ଟିମ୍‍ର ଏକ ପ୍ରୟାସ ବୋଲି କହୁଛନ୍ତି। 

ସେହିପରି ଉଚ୍ଚଶିକ୍ଷା ଏବଂ ପର୍ଯ୍ୟଟନ ମନ୍ତ୍ରୀ ତଥା ଯୁବ ବିଧାୟକ  ତଥା ଧାମନଗର ନିର୍ବାଚନ ମଣ୍ଡଳୀରୁ ଲଗାତାର ଦୁଇଥର ବିଧାୟକ ହୋଇଥିବା ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ଏକ ଭିଡିଓ ବେଶ୍‍ ଭାଇରାଲ୍‍ ହେଉଛି। ଏଥିରେ ସେ ସାଙ୍ଗ ମାନଙ୍କ ସହ ଖଟିରେ ଝୁମୁଥିବା ନଜରକୁ ଆସିଛନ୍ତି। ଏହି ଭିଡିଓରେ ମଦ ବୋତଲକୁ ଦର୍ଶାଯାଇ ସେ ଜଣେ ମାତାଲି ବୋଲି ପରିଚୟ ଦେବାକୁ ଉଦ୍ୟମ କରାଯାଇଛି। 

ଶ୍ରୀ ସୂରଜ ହେଉଛନ୍ତି ଧାମନଗରର ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ। ଜଣେ କାମିକା ନେତା ଭାବେ ସେ ମଣ୍ଡଳୀରେ ଖ୍ୟାତି ଅର୍ଜନ କରିଛନ୍ତି। ଲୋକଙ୍କ ସହ ମିଶିବା, ତାଙ୍କର କଥା ବାର୍ତ୍ତା ଶୈଳୀ ସମସ୍ତଙ୍କୁ ଆକର୍ଷିତ କରିଛି। ପୂର୍ବରୁ ଜଣେ ସଫ୍ଟଓ୍ୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ ସୂରଜ। ବାପାଙ୍କ ଆକସ୍ମିକ ମୃତ୍ୟୁ ପରେ ସେ ରାଜନୀତିକୁ ଆସି ଲୋକଙ୍କ ଆସ୍ଥା ଜିତିଛନ୍ତି। ଏଭଳି ସ୍ତରରେ ସମାଲୋଚନା ଏବଂ ଟ୍ରୋଲ ଆର୍ମିର ଭୂମିକା ସ୍ପଷ୍ଟ ଜଣାପଡ଼ୁଛି। ଏହାର ଅର୍ଥ ଅନେକ ଜାଣିଶୁଣି ଏହାକୁ ନିଜର ବ୍ୟକ୍ତିଗତ ଫାଇଦା ଲାଗି ବ୍ୟବହାର କରୁଛନ୍ତି ବୋଲି ସାଧାରଣରେ ଯୁକ୍ତି ଉପସ୍ଥାପନ କରାଯାଉଛି।

Read More
{}{}