Hindi News >>Home >>Odisha Trending

Ram Rath Yatra: ବିଦେଶରେ ମଧ୍ୟ ଶୁଭିବ ରାମ ଧୂନ; ଆୟୋଜିତ ହେବ ରାମ ରଥ ଯାତ୍ରା

Ram Mandir Rath Yatra will start from 25 March 2024: ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ରାମ ମନ୍ଦିର ରଥ ଯାତ୍ରା ଆରମ୍ଭ କରିବ ବିଶ୍ୱ ହିନ୍ଦୁ ପରିଷଦ ଆମେରିକା ଶାଖା।

Advertisement
 Ram Rath Yatra: ବିଦେଶରେ ମଧ୍ୟ ଶୁଭିବ ରାମ ଧୂନ; ଆୟୋଜିତ ହେବ ରାମ ରଥ ଯାତ୍ରା
Zee Odisha Desk|Updated: Mar 22, 2024, 06:05 PM IST
Share

Ram Rath Yatra will organised in USA: ଭାରତ ପରେ ଏବେ ବିଦେଶରେ ଶୁଭିବ ରାମ ଧୂନ। ଆସନ୍ତା ସୋମବାର ଠାରୁ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହରରୁ ଆରମ୍ଭ ହେବ ରାମ ମନ୍ଦିର ରଥ ଯାତ୍ରା। ଆମେରିକାରେ ଆୟୋଜିତ ହେଉଥିବା ରାମ ମନ୍ଦିର ରଥ ଯାତ୍ରା ୧୨୮୭୪.୭୫ କିଲୋମିଟର ଠାରୁ ଅଧିକ ଦୂରତା ଅତିକ୍ରମ କରିବ। ଏହି ଯାତ୍ରା ଆମେରିକାର ୪୮ ରାଜ୍ୟରେ ଅବସ୍ଥିତ ରହିଥିବା ୮୫୧ ମନ୍ଦିର ପରିଦର୍ଶନ କରିବ। ରଥ ଯାତ୍ରା ଆୟୋଜନ ବିଶ୍ୱ ହିନ୍ଦୁ ପରିଷଦ ଆମେରିକା ଶାଖା ପକ୍ଷରୁ କରାଯାଇଛି। ଏନେଇ ଭିଏଚପିଏ ସଙ୍ଗଠନ ସାଧାରଣ ସମ୍ପାଦକ ଅମିତାଭ ମିତ୍ତଲ କହିଛନ୍ତି ଯେ ଟୟୋଟା ସିଏନା ଭ୍ୟାନ ଉପରେ ନିର୍ମିତ ହୋଇଥିବା ରଥରେ ପ୍ରଭୁ ରାମ, ଦେବୀ ସୀତା, ଲକ୍ଷ୍ମଣ ଏବଂ ହନୁମାନଙ୍କ ମୂର୍ତ୍ତି ସହିତ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ପୂଜା ହୋଇଥିବା ଅକ୍ଷତ କଳସ ମଧ୍ୟ ରହିବ।

ଭିଏଚପି ସଙ୍ଗଠନ ସାଧାରଣ ସମ୍ପାଦକ ଅମିତାଭ ମିତ୍ତଲ (VHP General Secretary Amitabh Mittal) ଆହୁରି କହିଛନ୍ତି ଯେ ଅଯୋଧ୍ୟା ରାମ ମନ୍ଦିରର (Ayodhya Ram Mandir) ଉଦଘାଟନ ସମଗ୍ର ବିଶ୍ୱରେ ୧୫୦ କୋଟିରୁ ଉର୍ଦ୍ଧ୍ୱରୁ ଅଧିକ ହିନ୍ଦୁଙ୍କ ହୃଦୟରେ ଖୁସି ଭରି ଦେଇଛି। ସେମାନଙ୍କ ମଧ୍ୟରେ ଏକ ନୂତନ ଶକ୍ତି ଏବଂ ବିଶ୍ୱାସ ସୃଷ୍ଟି କରିଛି। ଏହି ରଥ ଯାତ୍ରା ମାର୍ଚ୍ଚ ୨୫ ତାରିଖ ସୋମବାର ଆମେରିକାର ଚିକାଗୋ ସହରରୁ (Chicago City US) ଆରମ୍ଭ ହେବ। ପ୍ରାୟ ୬୦ ଦିନ ଚାଲିବାକୁ ରହିଥିବା ରାମ ମନ୍ଦିର ରଥ ଯାତ୍ରା ୮୦୦୦ ମାଇଲ ଅର୍ଥାତ ୧୨୮୭୪.୭୫ କିଲୋମିଟର ଠାରୁ ଅଧିକ ଦୂରତା ଅତିକ୍ରମ କରିବ। ଏହି ଯାତ୍ରା ଆମେରିକାର ୮୫୧ ଏବଂ କାନାଡାର ପ୍ରାୟ ୧୫୦ ମନ୍ଦିର ପରିଦର୍ଶନ କରିବ। କାନାଡ଼ାରେ ରଥ ଯାତ୍ରା ବିଶ୍ୱ ହିନ୍ଦୁ ପରିଷଦ କାନାଡ଼ା ଶାଖା (VHP Canada Unit) ପକ୍ଷରୁ କରାଯାଉଛି।  

ରାମ ରଥ ଯାତ୍ରାର ଉଦ୍ଦେଶ୍ୟ ହେଉଛି ହିନ୍ଦୁ ଧର୍ମ ବିଷୟରେ ସଚେତନତା ବୃଦ୍ଧି କରିବା
ଆମେରିକା ଠାରେ ଅବସ୍ଥିତ ସମସ୍ତ ମନ୍ଦିରର ସର୍ବୋଚ୍ଚ ସଙ୍ଗଠନ ହିନ୍ଦୁ ମନ୍ଦିର ସଶକ୍ତିକରଣ ପରିଷଦ (Hindu Temple Empowerment Council) ସଂଯୋଜକ ତେଜଲ ଶାହା କହିଛନ୍ତି ଯେ ହିନ୍ଦୁ ଧର୍ମ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ସେମାନଙ୍କୁ ଶିକ୍ଷା ଦେବା ଏବଂ ସେମାନଙ୍କୁ ସଶକ୍ତ କରିବା ରାମ ରଥ ଯାତ୍ରାର ଉଦ୍ଦେଶ୍ୟ। ଏହି ଯାତ୍ରା ସମସ୍ତ ହିନ୍ଦୁଙ୍କୁ ଏକଜୁଟ ହେବା ଏବଂ ଅଂଶଗ୍ରହଣ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ। ଯାହା ହିନ୍ଦୁ ଧର୍ମର ପୁନରୁତ୍ଥାନ ହେବ।

ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ରାମ ରଥ ଯାତ୍ରା 
ଭିଏଚପିଏ ସଙ୍ଗଠନ ସାଧାରଣ ସମ୍ପାଦକ ଅମିତାଭ ମିତ୍ତଲ କହିଛନ୍ତି ଯେ ଅନେକ ସ୍ବେଚ୍ଛାସେବୀ ବିଶ୍ୱ ହିନ୍ଦୁ ପରିଷଦରେ (Vishwa Hindu Parishad) ପଞ୍ଜୀକୃତ ହୋଇ ଏହି ଯାତ୍ରା ଆୟୋଜନ କରିବାରେ ସହାୟତା କରିଛନ୍ତି। ଆମେରିକାରେ ପ୍ରଥମ ଥର ପାଇଁ ହିନ୍ଦୁ ସମ୍ପ୍ରଦାୟ ଦ୍ୱାରା ଏପରି ଏକ ବିଶାଳକାୟ ଯାତ୍ରା ଆୟୋଜନ କରାଯାଇଛି। ଯେଉଁଥିରେ ଆମେରିକାରେ ରଥା ରୂପ ଧାରଣ କରିଥିବା ଭ୍ୟାାନ ୮ ଶହରୁ ଅଧିକ ମନ୍ଦିରରେ ପହଞ୍ଚିବ। ଏହି ଯାତ୍ରା ଚଳିତ ବର୍ଷ ଅପ୍ରେଲ ୨୩ ତାରିଖରେ ପାଳିତ ହେଉଥିବା ହନୁମାନ ଜୟନ୍ତୀ ଅବସରରେ ଇଲିନୋଇସ ସ୍ଥିତ ସୁଗାର ଗ୍ରୋଭ ଠାରେ ଶେଷ ହେବ।

 

 

Read More
{}{}