Hindi News >>Home >>Odisha Trending

Holi 2024: ହୋଲି ଅବସରରେ ଚୀନ ମୋହ ଭାଙ୍ଗିଦେଲା ଦେଶୀ ରଙ୍ଗ; ଜାଣନ୍ତୁ କିପରି

Vocal for Local India: ଏଥର  ହୋଲି ଅବସରରେ ବଜାରରେ ସ୍ୱଦେଶୀ ନିର୍ମିତ ଉତ୍ପାଦର ଚାହିଦା ବଢିଛି। ଯେଉଁ କାରଣରୁ ଚୀନ୍ ଆର୍ଥିକ ଦୃଷ୍ଟିକୋଣରୁ ବହୁ କ୍ଷତି ସହିଛି।  

Advertisement
Holi 2024: ହୋଲି ଅବସରରେ ଚୀନ ମୋହ ଭାଙ୍ଗିଦେଲା ଦେଶୀ ରଙ୍ଗ; ଜାଣନ୍ତୁ କିପରି
Zee Odisha Desk|Updated: Mar 25, 2024, 07:27 PM IST
Share

boycott chinese products in india: ମାର୍ଚ୍ଚ ୨୫ ତାରିଖ ସୋମବାର ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ରଙ୍ଗର ପର୍ବ ହୋଲି। ବିଭିନ୍ନ ରଙ୍ଗରେ ରଙ୍ଗୀନ ହୋଇଉଠିଛି ଗାଁ ଗଣ୍ଡା ଠାରୁ ଆରମ୍ଭ କରି ବଜାର ସହର। ଏଥର ହୋଲି ସ୍ୱଦେଶୀ ବ୍ୟବସାୟୀଙ୍କ ପକେଟ ଗରମ କରିଥିବା ବେଳେ ଚୀନ୍ ଲାଗି ଜବରଦସ୍ତ ଝଟକା ସଦୃଶ୍ୟ ହୋଇଛି। ହୋଲି ଅବସରରେ ସମଗ୍ର ଦେଶରେ ପ୍ରାୟ ୫୦ ହଜାର କୋଟି ଟଙ୍କାର କାରବାର ହେବାର ସୁଯୋଗ ସୃଷ୍ଟି ହେବାର ଆଶା କରାଯାଉଥିବା ବେଳେ ଚୀନୀ ଉତ୍ପାଦ ବହିଷ୍କାର ଚୀନ୍‌ ଲାଗି ଅସୁବିଧା ବଢାଇ ଦେଇଛି। ଚୀନୀ ଉତ୍ପାଦ ବର୍ଜନ ଚୀନ୍ ରପ୍ତାନି କ୍ଷେତ୍ରରେ ବଡ଼ ଧରଣର ବିପର୍ଯ୍ୟୟର ସାମ୍ନା କରିଛି।

ଏଥର ହୋଲି ଅବସରରରେ "ଲୋକାଲ୍ ଫର ଭୋକାଲ୍" (Vocal for Local India) ପ୍ରାଧାନ୍ୟ ବିସ୍ତାର କରିଥିଲା। ଚୀନ ନିର୍ମିତ ସାମଗ୍ରୀ (Chinese Products) ବଜାରରୁ ସମ୍ପୂର୍ଣ୍ଣ ନିଖୋଜ ହୋଇ ଯାଇଥିବାର ଦେଖାଯାଇଥିଲା। ଚୀନ ନିର୍ମିତ ରଙ୍ଗ, ଅବିର, ପିଚକରୀ ଭଳି ଉତ୍ପାଦ ବଜରରୁ ଏକ ପ୍ରକାର ନିଖୋଜ ହୋଇଯାଇଥିଲା। ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦରେ (Made in India) ଲୋକେ ବହୁତ ଟଙ୍କା ଖର୍ଚ୍ଚ କରିଥିଲେ। ଏଥର ହୋଲି ସ୍ୱଦେଶୀ ବ୍ୟବସାୟର ଆକାରକୁ ବଢାଇ ଦେଇଥିଲା। 

କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (Confederation of All India Traders) ସିଏଆଇଟି (CAIT) ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲଙ୍କ ଅନୁଯାୟୀ, ଚଳିତ ବର୍ଷ ହୋଲି ଅବସରରେ ୫୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ୟବସାୟ କରାଯିବ ବୋଲି ଆକଳନ କରାଯାଇଛି। ଚଳିତ ବର୍ଷ ହୋଲି ଅବସରରେ ବ୍ୟବସାୟ ଗତ ବର୍ଷ ତୁଳନାରେ ୫୦ ପ୍ରତିଶତ ଅଧିକ ହେବ ବୋଲି ଆଶା କରାଯାଉଛି। ସାରା ଦେଶରେ ୫୦ ହଜାର କୋଟି ଟଙ୍କାର ବ୍ୟବସାୟ ଆଶା କରାଯାଉଥିବା ବେଳେ କେବଳ ରାଷ୍ଟ୍ରୀୟ ରାଜଧାୀ ଦିଲ୍ଲୀରେ ୫ ହଜାର କୋଟି ଟଙ୍କାର ବ୍ୟବସାୟ ହେବା ନେଇ ଆଶା କରାଯାଉଛି।

ମେଡ୍ ଇନ୍ ଇଣ୍ଡିଆ ଆଗରେ ଫିକା ପଡ଼ିଗଲା ଚୀନ୍ 
ମେଡ ଇନ୍ ଇଣ୍ଡିଆ ପାଖରୁ ଚୀନ ଏକ ଜବରଦସ୍ତ ଝଟକା ପାଇଛି। ପ୍ରଥମେ ଦିପାବଳୀ ଆଉ ଏବେ ହୋଲି ଅବସରରେ ଚୀନ ପାଖରୁ ହେଉଥିବା ଆମଦାନୀରେ ହ୍ରାସ ହୋଇଛି। ସିଏଆଇଟି ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଖଣ୍ଡେଲୱାଲଙ୍କ କହିବା ଅନୁଯାୟୀ ଜନସାଧାରଣଙ୍କ ବ୍ୟବସାୟୀ ହୋଲି ଅବସରରେ ଚୀନ ନିର୍ମିତ ସାମଗ୍ରୀକୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିଛନ୍ତି। ଚୀନ ପାଖରୁ ପ୍ରାୟ ୧୦ ହଜାର କୋଟି ଟଙ୍କାର ହୋଲି ସମ୍ବନ୍ଧୀୟ ସାମଗ୍ରୀ ଆମଦାନୀ ହୋଇଥିଲା। ହେଲେ ଏଥର ଅତି ସ୍ୱଳ୍ପ ପରିମାଣରେ ଆମଦାନୀ ହୋଇଛି। ଲୋକେ ଚୀନ ସାମଗ୍ରୀ ବ୍ୟବହାର କରିବା ପରିବର୍ତ୍ତେ ସ୍ୱଦେଶୀ ହର୍ବାଲ୍ ରଙ୍ଗ-ଅବିର, ପିଚକରୀ, ବେଲୁନ୍, ଚନ୍ଦନ ଏବଂ ପୂଜା ସାମଗ୍ରୀ ବ୍ୟବହାର କରିଥିଲେ। ଲୋକେ ବହୁ ପରିମାଣରେ ସ୍ୱଦେଶୀ ସାମଗ୍ରୀ କିଣିଥିଲେ। ଏହି ବର୍ଜନ କାରଣରୁ ଚୀନ୍ ଆର୍ଥିକ ଦୃଷ୍ଟିକୋଣରୁ ବହୁ କ୍ଷତି ସହିଛି।

Read More
{}{}