Hindi News >>Home >>Odisha Trending

Snake in Women Ear: ଶୋଇଥିବା ସମୟରେ ଜଣେ ମହିଳାଙ୍କ କାନରେ ପଶିଗଲା ସାପ, ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ; ଦେଖନ୍ତୁ ଭିଡିଓ

Snake in Women Ear: ସୋସିଆଲ ମିଡିଆରେ ଏକ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସାପ ମହିଳାଙ୍କ କାନରେ ପଶିଥିବା ନଜର ଆସୁଛି। ସାପକୁ କାଢ଼ିବା ପାଇଁ ପ୍ରୟାସ କରାଯାଉଛି। ଯଦିଓ ଆମେ ଏହି ଭାଇରାଲ୍ ଭିଡିଓକୁ ନିଶ୍ଚିତ କରୁନାହୁଁ।  

Advertisement
Snake in Women Ear
Snake in Women Ear
Zee Odisha Desk|Updated: Apr 07, 2024, 02:59 PM IST
Share

Snake in Women Ear Viral Video: ଅନେକ ଥର ଶୋଇବା ସମୟରେ କିଛି କୀଟ ଆମ ନାକ କିମ୍ବା କାନରେ ପଶି ଯାଆନ୍ତି। ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି। ଏବେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ସାପ ଶୋଇଥିବା ଜଣେ ମହିଳାଙ୍କ କାନରେ ପଶି ଯାଇଥିଲା।​ କେବଳ ମହିଳାଙ୍କ ଅବସ୍ଥା ବିଗିଡି ଯାଇଥିଲା ବରଂ ଡାକ୍ତରମାନଙ୍କୁ ମଧ୍ୟ ଏହାକୁ କାଢ଼ିବାକୁ ନାକେଦମ ହେବାକୁ ପଡି଼ଥିଲା। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ମହିଳାଙ୍କ କାନରୁ ସାପକୁ ବାହାର କରିବାକୁ ଚେଷ୍ଟା କରାଯାଉଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଛି  ଭିଡିଓ 
ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ମହିଳା ଶୋଇଛନ୍ତି ଓ ଡାକ୍ତର କାନରେ ଥିବା ଏକ 'ସାପ'କୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। କୁହାଯାଉଛି ଯେ ମହିଳାଙ୍କ କାନରେ ଏକ ସାପ ପ୍ରବେଶ କରିଛି। ତେବେ ଭିଡିଓ କେଉଁଠୁ ଆସିଛି ସେ ସମ୍ବନ୍ଧରେ କୌଣସି ସୂଚନା ନାହିଁ। ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରଶ୍ନ ଉଠାଉଛନ୍ତି।

ଡାକ୍ତରମାନେ ସାପକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସାପ ବାହାରକୁ ଆସୁନାହିଁ। ଡାକ୍ତର ମଧ୍ୟ କାନରେ କିଛି ଔଷଧ ପକାଉଥିବାର ନଜର ଆସୁଛନ୍ତି। ସାପଟି ମୁହଁ ଖୋଲିଥିବାର ଦେଖାଯାଏ କିନ୍ତୁ ଟାଣିବା ପରେ ମଧ୍ୟ ବାହାରକୁ ଆସେନାହିଁ। ଭିଡିଓରେ ଅନେକ ପ୍ରଶ୍ନ ଉଠିଛି କିନ୍ତୁ ଏହି ଭିଡିଓ ବହୁତ ଭୟାନକ ଅଟେ।

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ ଯଦି ସାପ କାନରେ ପ୍ରବେଶ କରେ, ତା’ର ଲାଞ୍ଜ ବାହାରେ ରହିବ, ଏହି କ୍ଷେତ୍ରରେ ସାପର ପାଟି ବାହାରକୁ ନଜର ଆସୁଛି। ଅନ୍ୟ ଜଣେ ଲେଖିଛନ୍ତି ଯେ ସାପ କାନ ଭିତରକୁ ଯାଇ ବୁଲିପଡି ବାହାରକୁ ଆସିପାରିବ କି? ଅନ୍ୟ ଜଣେ ଲେଖିଛନ୍ତି ଯେ ଏହି ଭିଡିଓରେ କିଛି ଭୁଲ ଅଛି, ସାପକୁ କାହିଁକି ବାହାର କରାଯାଉ ନାହିଁ? ଅନ୍ୟ ଜଣେ ଲେଖିଛନ୍ତି ଯେ ଏହି ଭିଡିଓ ଫେକ୍ ଲାଗୁଛି। ଅନ୍ୟ ଜଣେ ଲେଖିଛନ୍ତି ଯେ ଏହି ଭିଡିଓ ବହୁତ ଭୟାନକ, ମୁଁ ଶୋଇପାରୁ ନାହିଁ।

(ଆପଣଙ୍କୁ କହିରଖୁଛୁ ଯେ ସୋସିଆଲ ମିଡିଆରେ ଏହି ଭିଡିଓ ଦିନକୁ ଦିନ ଜୋରଦାର ଭାଇରାଲ ହେବାରେ ଲାଗିଛି। Zee Odisha News ଏହି ଭିଡିଓର ସତ୍ୟତାକୁ ଦାବି କିମ୍ବା ନିଶ୍ଚିତକରଣ କରେ ନାହିଁ।)

Read More
{}{}