Hindi News >>Home >>Odisha Trending

Weather Forecast: ବଢ଼ିବ ଶୀତ, ଏହି ରାଜ୍ୟଗୁଡିକରେ ହେବାକୁ ଯାଉଛି ବର୍ଷା, ପାଣିପାଗ ବିଭାଗ ଜାରି କଲା ଆଲର୍ଟ

Weather Forecast: ଉତ୍ତର-ପଶ୍ଚିମ ଓ ପୂର୍ବ ଭାରତର ଅନେକ ରାଜ୍ୟରେ ଶୀତ ଜାରି ରହିବ। ଆଗାମୀ ୩ ଦିନ ପାଇଁ ଘନ କୁହୁଡି ଯୋଗୁଁ ଲୋକଙ୍କ ସମସ୍ୟା ମଧ୍ୟ ଆହୁରି ବୃଦ୍ଧି ପାଇବ।  

Advertisement
Weather Forecast
Weather Forecast
Jagdish Barik|Updated: Jan 03, 2024, 08:22 PM IST
Share

Weather Forecast: ଉତ୍ତର-ପଶ୍ଚିମ ଓ ପୂର୍ବ ଭାରତର ଅନେକ ରାଜ୍ୟରେ ଆଗାମୀ ୩ ଦିନ ଯାଏଁ ଥଣ୍ଡା ଓ କୁହୁଡି ଜାରି ରହିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶର ଅଧିକାଂଶ ଅଞ୍ଚଳରେ ସାମାନ୍ୟ ଥଣ୍ଡାରୁ ପ୍ରବଳ ଥଣ୍ଡା ସ୍ଥିତି ଦେଖିବାକୁ ମିଳିବ। ଏହାର ଅର୍ଥ ହେଉଛି ଲୋକଙ୍କୁ ପ୍ରବଳ ଶୀତର ସମ୍ମୁଖୀନ ହେବାକୁ ପଡିବ। ଏହି ରାଜ୍ୟଗୁଡିକର ଅନେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଛି। ଏହାଦ୍ୱାରା ଲୋକଙ୍କ ଅସୁବିଧା ବୃଦ୍ଧି ପାଇବ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ମଧ୍ୟ ଉତ୍ତରପ୍ରଦେଶ, ରାଜସ୍ଥାନ, ଉତ୍ତର ପଶ୍ଚିମ ଏବଂ ପୂର୍ବ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ଅନେକ ସ୍ଥାନରେ ଏବଂ ବିହାରର କେତେକ ସ୍ଥାନରେ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଅତ୍ୟଧିକ ଥଣ୍ଡା ଦେଖିବାକୁ ମିଳିବ। ଏଥି ସହିତ, ୪ ଓ ୫ ଜାନୁଆରୀରେ, ଏହି ରାଜ୍ୟଗୁଡିକର କେତେକ ଅଞ୍ଚଳରେ ସକାଳେ କିଛି ଘଣ୍ଟା ଧରି ଘନ କୁହୁଡ଼ି ହେବାର ସମ୍ଭାବନା ଅଛି। 

ଆଇଏମଡି ଅନୁଯାୟୀ, ୪ ଜାନୁୟାରୀରେ ପୂର୍ବ ଏବଂ ପଶ୍ଚିମ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ରାତି ୪ଟାରୁ ସକାଳ କିଛି ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି। ୬ ଓ ୭ ଜାନୁୟାରୀରେ ପଞ୍ଜାବ ଏବଂ ରାଜସ୍ଥାନରେ ଘନ କୁହୁଡି ଦେଖାଯାଉଥିବାବେଳେ ଅବଶିଷ୍ଟ ରାଜ୍ୟରେ ସ୍ୱାଭାବିକ ହେବାର ସମ୍ଭାବନା ରହିଛି।

ଉତ୍ତର-ପୂର୍ବ ରାଜ୍ୟରେ ରହିବ ଘନ କୁହୁଡି 
ଆଇଏମଡି ଅନୁଯାୟୀ, ଜାମ୍ମୁ-କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଓଡି଼ଶା, ପଶ୍ଚିମବଙ୍ଗ, ସିକ୍କିମ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାର ବିଭିନ୍ନ ସ୍ଥାନ ତଥା ଅଞ୍ଚଳରେ ୪ ରୁ ୬ ଜାନୁୟାରୀ ମଧ୍ୟରେ ଘନ କୁହୁଡ଼ି ରହିବା ସମ୍ଭାବନା ରହିଛି।

କେରଳ ଓ ତାମିଲନାଡୁର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା
୪ ଓ ୫ ଜାନୁଆରୀରେ କେରଳ ଏବଂ ତାମିଲନାଡୁର ଦକ୍ଷିଣ ଭାଗରେ ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ସମେତ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ମତ୍ସ୍ୟଜୀବୀମାନେ ମଧ୍ୟ ୩ ରୁ ୪ଦିନ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Read More
{}{}