Hindi News >>Home >>Odisha Trending

Weather News: ରୁହନ୍ତୁ ପ୍ରସ୍ତୁତ ଆସୁଛି ଶୀତ..ଏହି ସ୍ଥାନରେ ଘନ କୁହୁଡି ପାଇଁ IMDର ସତର୍କବାଣୀ

ବିହାର, ଉତ୍ତରପ୍ରଦେଶ, ଉତ୍ତର ରାଜସ୍ଥାନ, ପଞ୍ଜାବ, ହରିୟାଣା ଭଳି ରାଜ୍ୟରେ ଆସନ୍ତା ଦୁଇ ଦିନ ଧରି ସକାଳ ଓ ରାତିରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି ।

Advertisement
Weather News: ରୁହନ୍ତୁ ପ୍ରସ୍ତୁତ ଆସୁଛି ଶୀତ..ଏହି ସ୍ଥାନରେ ଘନ କୁହୁଡି ପାଇଁ IMDର ସତର୍କବାଣୀ
Soubhagya Ranjan Mishra|Updated: Nov 17, 2024, 08:07 PM IST
Share

IMD News: ବର୍ତ୍ତମାନ ଉତ୍ତର ଭାରତରେ ଧିରେ ଧିରେ ଥଣ୍ଡା ବଢିବାରେ ଲାଗିଛି। ଏଥିସହ ଅନେକ ରାଜ୍ୟରେ ସକାଳ ଓ ରାତି ସମୟରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି । ଉତ୍ତର-ପଶ୍ଚିମ ଭାରତରେ ଥିବା ରାଜ୍ୟରେ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ତିନି ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହା ସହିତ ବିହାର, ଉତ୍ତରପ୍ରଦେଶ, ଉତ୍ତର ରାଜସ୍ଥାନ, ପଞ୍ଜାବ, ହରିୟାଣା ଭଳି ରାଜ୍ୟରେ ଆସନ୍ତା ଦୁଇ ଦିନ ଧରି ସକାଳ ଓ ରାତିରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି ।

ପାଣିପାଗ ବିଭାଗ ଅନୁଯାୟୀ ତାମିଲନାଡୁ, ପୁଡୁଚେରୀ, କରାଇକାଲ, କେରଳ, ମହେରେ ନଭେମ୍ବର ୧୮ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିସହ କେତେକ ସ୍ଥାନରେ ବଜ୍ରପାତର ମଧ୍ୟ ଆଶଙ୍କା ରହିଛି । ଏହି ସପ୍ତାହ ପର୍ଯ୍ୟନ୍ତ ଆଣ୍ଡାମାନ ଏବଂ ନିକୋବରରେ ମଧ୍ୟ ବର୍ଷା ହେବା ନେଇ ସତର୍କ ସୂଚନା ରହିଛି। ଉତ୍ତର ଭାରତର ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତର ରାଜସ୍ଥାନ, ଉତ୍ତର ୟୁପି, ବିହାରରେ ୧୭ ତାରିଖ ରାତି ଏବଂ ୧୮ ନଭେମ୍ବର ସକାଳ ପର୍ଯ୍ୟନ୍ତ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଛି । ଏଥି ସହିତ ଆସନ୍ତା ପାଞ୍ଚ ଦିନ ହିମାଚଳ ପ୍ରଦେଶରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବ। ନଭେମ୍ବର ୧୮ ପର୍ଯ୍ୟନ୍ତ ଉପ-ହିମାଳୟ ପଶ୍ଚିମବଙ୍ଗ, ସିକ୍କିମ୍, ପଶ୍ଚିମ ଆସାମ ଏବଂ ମେଘାଳୟରେ କୁହୁଡ଼ି ବିସ୍ତାର କରିବ ବୋଲି ଆଶା କରାଯାଉଛି।

କେନ୍ଦ୍ରୀୟ ମହାରାଷ୍ଟ୍ର, କୋଙ୍କଣ, ଗୋଆ, ଉତ୍ତର କର୍ଣ୍ଣାଟକ, ପଞ୍ଜାବ, ଉତ୍ତରପ୍ରଦେଶ, ବିହାର, ମରାଠୱାଡା, ଉପକୂଳ କର୍ଣ୍ଣାଟକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହାରାହାରିରୁ ଅଧିକ ରହିଛି। ଆଜି ସମତଳ ଅଞ୍ଚଳର ସର୍ବନିମ୍ନ ତାପମାତ୍ରା ଦିଲ୍ଲୀରେ 11.8 ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିବା ସୂଚନା ରହିଛି।
ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀ-ଏନସିଆରରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ସର୍ବାଧିକ ତାପମାତ୍ରା ୨୮ରୁ ୩୦ ଡିଗ୍ରୀ ସେଲସିୟସ ମଧ୍ୟରେ ଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୨ରୁ ୧୭ ଡିଗ୍ରୀ ସେଲସିୟ ମଧ୍ୟରେ ରହିଛି । ସର୍ବାଧିକ ତାପମାତ୍ରା ହାରାହାରି ଠାରୁ ଏକ ଡିଗ୍ରୀ ଅଧିକ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ଅନେକ ସ୍ଥାନରେ ହାରାହାରି ଠାରୁ ଚାରି ଡିଗ୍ରୀ ସେଲସିୟସ୍ ଅଧିକ ରହିଛି ।

ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ରବିବାର ଦିନ 'ଗୁରୁତର' ବର୍ଗରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ର 'ସମୀର ଆପ୍' ଅନୁଯାୟୀ, ସକାଳ ୯ ଟା ସମୟରେ AQI ରେକର୍ଡ କରାଯାଇଥିଲା। ଶନିବାର ଦିନ ୪ ଟା ୨୪ରେ ହାରାହାରି AQI ଥିଲା ୪୧୭ । ଆପଣଙ୍କୁ କହିରଖୁଛୁ ଯେ, 0-୫୦ ମଧ୍ୟରେ AQI 'ଭଲ', ୫୧-୧୦୦ 'ସନ୍ତୋଷଜନକ', ୧୦୧-୨୦୦ 'ମଧ୍ୟମ', ୨୦୧-୩୦୦ 'ଖରାପ', ୩୦୧-୪୦୦ 'ଅତ୍ୟନ୍ତ ଖରାପ' ଏବଂ ୪୦୧-୫୦୦ 'ଗମ୍ଭୀର' ବିବେଚନା କରାଯାଏ । ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ରାତି ଏବଂ ସକାଳ ସମୟରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ଏଥିସହ ସର୍ବାଧିକ ତାପମାତ୍ରା ପ୍ରାୟ ୩୦ ଡିଗ୍ରୀ ସେଲସିୟସ ରହିବ ବୋଲି ଆଶା କରାଯାଉଛି।

Also Read- ମଣିପୁର ଘଟଣାରେ ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ, ପହଞ୍ଚିଲେ CRPF ଡିଜି

Also Read- Weekly Family Horoscope: ନୂଆ ସପ୍ତାହରେ ୬ ରାଶିର ବ୍ୟକ୍ତି ପାଇବେ ପାରିବାରିକ ଶାନ୍ତି

Read More
{}{}